ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପଟ୍ଟା ଜାଗାରେ ଅସାମାଜିକ ବ୍ୟକ୍ତିଙ୍କ ଗୁଣ୍ଡା ଗର୍ଦ୍ଧି, ପୁଲିସ ନିରବ , ବରିଷ୍ଠ ନାଗରିକ ଚିନ୍ତାରେ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ ଠାରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ସାଧାରଣ ଲୋକଙ୍କ ସେଟେଲମେଣ୍ଟ ପଟ୍ଟା ଜାଗା ଉପରେ ଅସାମାଜିକ ବ୍ୟକ୍ତିମାନଙ୍କ ଜୋର ଜବରଦସ୍ତି ଆସି ଗୁଣ୍ଡା ଗର୍ଦ୍ଧି କରି ଜାଗା ଅକ୍ତିଆର ଘଟଣା ଏବେ ଏହି ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁରକ୍ଷା ପାଇଁ ପୁଲିସ ନିକଟରେ ଗୁହାରୀ କଲେ ବି କିଛି ସୁଫଳ ମିଳିନଥିବାରୁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ। ଘଟଣା ରୁ ପ୍ରକାଶ ଯେ କୁର୍ତ୍ତମଗଡ ବଜାର ସାହି ର ୫ଜଣ ଙ୍କ ଘର ପଛପଟେ ଥିବା ସେଟେଲମେଣ୍ଟ ପଟ୍ଟା ଜାଗାକୁ ସେହି ଗ୍ରାମର ଓଡ଼ିଆ ସାହିର ରବୀନ୍ଦ୍ର ଦେଓ, ଉପେନ୍ଦ୍ର ଦେଓ,ରଘୁନାଥ ଦେଓ, ଚନ୍ଦନ କୁମାର ଦେଓ, ପ୍ରମୋଦ କୁମାର ଦେଓ,ଶ୍ରୀମନ୍ତ ଦେଓ, ପ୍ରଶାନ୍ତ ଦେଓ, ଶନିଶ୍ଚର ଦେଓ,ଦାଶରଥି ଦେଓ ଓ ଜଗନ୍ନାଥ ଦେଓ ଆସି ମାରଣା ଅସ୍ତ୍ର ଧରି ଜୋର ଜବରଦସ୍ତି ଆମ ଜାଗା କହି ବାଡ ଦେବା ପାଇଁ ଆରମ୍ଭ କରିଥିଲେ। ଏ ସଂପର୍କ ରେ ଅଭିଯୋଗକାରୀ ସ୍ଥାନୀୟ ତହସିଲଦାର ଓ ପୁଲିସ ର ଆଶ୍ରୟ ପାଇଁ ପହଞ୍ଚିଥିଲେ। ତୁମୁଡ଼ିବନ୍ଧ ତହସିଲଦାର ଙ୍କ ନିର୍ଦ୍ଧେଶ ରେ ରାଜସ୍ବ ନିରକ୍ଷକ ଓ ପୁଲିସ ପହଞ୍ଚି ଥିଲେ। ରାଜସ୍ବ ନୀରିକ୍ଷକ ଏହି ଜାଗା ସେଟେଲ ମେଣ୍ଟ ପଟ୍ଟା ହୋଇଥିବା ଅସାମାଜିକ ବ୍ୟକ୍ତିମାନଙ୍କୁ ଜଣାଇ ଥିଲେ ଏହା ସତ୍ବେ ମଧ୍ଯ ସେମାନେ ଏହା ନ ମାନି ପୁଣି ଜୋର ଜବରଦସ୍ତି ବାଡ ଦେଇ ଥିଲେ। ଥାନା ଅଧିକାରୀ ଜୟନ୍ତ କୁମାର ସେଠି ସେହି ଅସାମାଜିକ ବ୍ୟକ୍ତିମାନଙ୍କୁ ସହଯୋଗ କରୁଥିବାରୁ ସେମାନେ ଦିନକୁ ଦିନ ଉଗ୍ର ହେଉଥିବା ନେଇ ଚିନ୍ତା ରେ ବରିଷ୍ଠ ନାଗରିକ ଙ୍କ ପରିବାର। ଅସହାୟ ମନେ କରି କୁର୍ତ୍ତମଗଡ଼ ର ମାଧବ ପାଢ଼ୀ,କୁମୁଦ ଚଦ୍ର ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁ, ନାରାୟଣ ପାଢ଼ୀ , ରଞ୍ଜନ କୁମାର ସାହୁ, ଅଶୋକ କୁମାର ପଣ୍ଡା ସମେତ ୫ଜଣଙ୍କ ପରିବାର ଉପଜିଲ୍ଲାପାଳ ମିସ ମଧୁମିତା ଙ୍କୁ ଭେଟି ସେମାନଙ୍କୁ ସୁରକ୍ଷା ଓ ସେମାନଙ୍କ ସେଟେଲ ମେଣ୍ଟ ପଟ୍ଟା ର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ଶ୍ରୀମତୀ ମଧୁସ୍ମିତା ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ସେପଟେ ଥାନା ଅଧିକାରୀ ଆଜି ପତିକ୍ରୀୟା ରେ କହିଛନ୍ତି ପୁଲିସ ଜମି ଜମା ମାମଲା ରେ କିଛି ସାହାଯ୍ୟ କରିପାରିବ ନାହିଁ, ତେବେ ସେହି ପରିବାରକୁ କାହିଁକି ବାରମ୍ବାର ପ୍ରତିଶୃତି ଦେଉଥିଲା ଯାହା ଏବେ ପୁଲିସ ର ନିରପେକ୍ଷତା କୁ ନେଇ ପ୍ରଶ୍ନ ଉଠିଛି। ଉକ୍ତ ପାଞ୍ଚ ପରିବାରର କେସକୁ ଥାନା ଅଧିକାରୀ ଜୟନ୍ତ କୁମାର ସେଠି ମାର୍ଚ୍ଚ ମାସଠାରୁ ଫାଇଲ କରି ନ ଥିବା ପଛରୁ ଉକ୍ତ ମାମଲାରେ ପୋଲିସର ସମ୍ପୃକ୍ତି ଥିବା ସନ୍ଦେହ କରା ଯାଉଛି l

ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ 

Related posts

ବାରହା ମାଂସ ବିକ୍ରି ଅଭିଯୋରେ ୩ ବ୍ୟକ୍ତି ଗିରଫ

Sunil Chandra Nayak

ବେକ ରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା,ପୋଲିସ ର ତଦନ୍ତ ଜାରୀ

Sunil Chandra Nayak

ଧର୍ମଗଡ଼: ଦେଶୀ ମଦ ଭାଟିରେ ସଶସ୍ତ୍ର ଡ଼କାୟତି ଘଟଣା। ୧୧ ଟି ଜିଲ୍ଲାର ପୋଲିସ ସହାୟତାରେ ୮ ଆନ୍ତଃ ରାଜ୍ୟ ଡକାୟତ ଗିରଫ। ୩କୋଟି ୫୧ ହଜାର ଟଙ୍କା ଉଦ୍ଧାର।

masiha

Leave a Comment

error: Content is protected !!