ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବଡପଳସା ଗ୍ରାମରୁ ଟ୍ରାନ୍ସଫର୍ମର ଚୋରୀ

ମୟୂରଭଞ୍ଜ:- ୧୨/୦୨/୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅନ୍ତର୍ଗତ ବଡପଳସା ଗ୍ରାମରୁ ଜୀବନ୍ତ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚୋରୀ।ସୂଚନା ଅନୁସାରେ ଗତ ୦୯’ ତାରିଖ ରାତି ପାଖାପାଖି ୧’ ଘଟିକା ସମୟରେ ବିଦ୍ୟୁତ୍ କାଟ୍ ହୋଇଥିଲା। ସକାଳରୁ ଲୋକେ ବାହାରିବା ବେଳେ ବିଦ୍ୟୁତ ଖୁଣ୍ଟ ତଳେ ଟ୍ରାନ୍ସଫର୍ମର ଟି ର ଯନ୍ତ୍ରପାତି ଖୋଲା ହୋଇ ବିଛାଡି ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ଗ୍ରାମବାସୀ ବହଳଦା କନିଷ୍ଠଯନ୍ତ୍ରୀ’ଙ୍କ କାର୍ଯ୍ୟାଳୟରେ ସୂଚନା ଦେଇଥିଲେ। ଖବର ପାଇ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଉକ୍ତ ଟ୍ରାନ୍ସଫର୍ମର ରେ ବିଦ୍ୟୁତ୍ ସଂଯୋଗ ଥାଇ ହିତାଧିକାରୀ’ଙ୍କ ଘରକୁ ବିଦ୍ୟୁତ୍ ଯୋଗାଣ ହେଉଥିଲା। ତେବେ ଚାଲୁ ଅବସ୍ଥାରେ ଥିବା ଉକ୍ତ ଟ୍ରାନ୍ସଫର୍ମର କୁ ବିଦ୍ୟୁତ୍ କାଟ କରିବା ପରେ ରାତ୍ରିରେ ସମସ୍ତେ ଶୋଇଥିବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ପ୍ରଥମେ ତଳକୁ ଖୋସାଇ ଥିଲେ ପରେ ଟ୍ରାନ୍ସଫର୍ମରକୁ ଭାଗଭାଗ କରି ଖୋଲି କେବଳ ମୂଲ୍ୟବାନ ତମ୍ବାତାର କୋଏଲ କୁ ଚୋରାଇ ନେଇଥିବା ଜଣାପଡିଥିଲା। ବିଦ୍ୟୁତ୍ ବିଭାଗ ପକ୍ଷରୁ ଏନେଇ ତିରିଂ’ଥାନାରେ ଅଭିଯୋଗ କରାଯାଇଥିବାବେଳେ ଅଜଣା ଦୁର୍ବୃତ୍ତ’ଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ ତିରିଂ’ଥାନା ପୋଲିସ୍ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୁଚେଇଯୋର ଠାରେ ମାଓ ପୋଷ୍ଟର ଲଗାଇ ଉପସ୍ଥିତ ଜାହିର କଲେ ମାଓବାଦୀ

ଅଜଣା ଗାଡି ଧକ୍କା ରେ ଭିନ୍ନକ୍ଷମ ବୃଦ୍ଧ ଙ୍କ ମୃତ୍ୟୁ

masiha

ଜଗନ୍ନାଥ ଏକ୍ସପ୍ରେସ ଟ୍ରେନରୁ ୩ ମୋବାଇଲ ଲୁଟେରା ଜଳେଶ୍ୱରରେ ଗିରଫ 

Sunil Chandra Nayak

Leave a Comment

error: Content is protected !!