ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରମଡିହିରେ ବାବା ତିଲିକା ମାଝୀଙ୍କ ୨୭୪ ତମ ଜୟନ୍ତୀ ଧୂମଧାମରେ ପାଳିତ

ରାଇରଙ୍ଗପୁର -୧୨/୨/୨୩ // ମୟୂରଭଞ୍ଜ ଜିଲ୍ଲାର ତିରିଂ ବ୍ଳକ ଅନ୍ତର୍ଗତ ରେଙ୍ଗଲଵେଡା ପଞ୍ଚାୟତର ଜାତୀୟ ରାଜପଥ ପାର୍ଶ୍ବ ଧରମଡିହି ରେ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ବୀର ଶହୀଦ ବାବା ଚିଲିକା ମାଝୀଙ୍କ ୨୭୪ ତମ ଜୟନ୍ତୀ ସ୍ଥାନୀୟ ବାବା ଚିଲିକା ମାଝୀ ମେମୋରିଆଲ କ୍ଲବ ଆନୁକୁଲ୍ୟରେ ଧୁମଧାମରେ ପାଳିତ ହୋଇଯାଇଛି । ସୂଚନାଯୋଗ୍ୟ ବିହାର ରାଜ୍ୟର ଭାଗଲପୁର ଅଂଚଳର ଜନ୍ମିତ ମହାନ ଆଦିବାସୀ କ୍ରାନ୍ତିକାରୀ ନେତା ବାବା ତିଲିକା ମାଝୀ ଜଣେ ଧାର୍ମିକ , ଧନୁର୍ଦ୍ଧାରୀ,ସମାଜ ସଂସ୍କାରକ ଓ ବିପ୍ଳବୀ ବ୍ୟକ୍ତି ଥିଲେ ।ମା’ମାଟି ଓ ମଣିଷକୁ ଭଲ ପାଉଥିଲେ । କିନ୍ତୁ ଇଂରେଜ ମାନେ ଜଳ,ଜମି ଓ ଜଙ୍ଗଲ ଉପରେ କବଜା ଓ ଆଦିବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିବାରୁ ସେମାନଙ୍କ ବିରୋଧରେ ପ୍ରତିବାଦ ଓ ଆନ୍ଦୋଳନ କରିଥିବାରୁ ଇଂରେଜମାନେ ବାବା ତିଲକା ମାଝୀଙ୍କୁ ନିର୍ମମ ଓ ମର୍ମନ୍ତୁଦ ଆକ୍ରମଣରେ ମୃତ୍ୟୁବରଣ କରିବା ସହ ଶହୀଦ ହୋଇଥିଲେ ।ତାଙ୍କରି ବଳିଦାନ ତ୍ଯାଗକୁ ସମ୍ମାନ ଜଣାଇ ଦେଶର ବିଭିନ୍ନ ସ୍ଥାନରେ ବାବା ତିଲକାଙ୍କ ଜୟନ୍ତୀ ପାଳନ କରାଯାଉଛି ।ଧରମଡିହି ଗ୍ରାମର ବାବା ତିଲକା ମାଝୀ ମେମୋରିଆଲ କ୍ଳବ ତରଫରୁ ୩୧ ତମ ବାର୍ଷିକ ବାବା ଚିଲିକା ମାଝୀ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇ ଆସୁଛି । ଶନିବାର ଦିନ ସକାଳେ କମିଟି ତରଫରୁ ବାବା ଚିଲିକା ମାଝୀଙ୍କ ଆଦିବାସୀ ରୀତିନୀତି ଓ ପରଂପରା ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ।ପରେ ଏକ ବିଶାଳ ପଦଯାତ୍ରାରେ ଗାରିମା ,ଧରମଡିହି ପରିକ୍ରମା କରାଯାଇଥିଲା । ବାବା ତିଲକା ଅମର ରହେ ଧାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ ।ପରେ ପାରଂପରିକ ବେଶଭୂଷାରେ ସ୍ଥାନୀୟ ଆଦିବାସୀ ମାନେ ଲୋକେ ବାଜା, ମାଦଳ,ଧୂମସା ଵଜାଇ ପାରଂପରିକ ଆଦିବାସୀ ନୃତ୍ୟରେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ । ଅପରାହ୍ନରେ ମୁଖ୍ୟ ଅତିଥି ଭାବେ ବିଧାୟକ ନବ ଚରଣ ମାଝୀ, ସମ୍ମାନିତ ଅତିଥି ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ବାବୁଲୁ ମୁର୍ମୁ, ଯୁବ ନେତା ଫାଗୁରାମ ମାର୍ଣ୍ଡୀ, ସାମାଜିକ କର୍ମୀ ରମେଶ ହାଁସଦା, ଶଙ୍କର ଵେଶ୍ରା,ଲକ୍ଷ୍ମଣ ମାର୍ଣ୍ଡୀ,,ଶ୍ୟାମ ଚରଣ ମୁର୍ମୁ,କ୍ଳବ୍ ପୂର୍ବତନ ସଭାପତି ଭୁଗୁଲୁ ମାରାଣ୍ଡି ପ୍ରମୁଖ ବହୁ ନେତୃବୃନ୍ଦ, ମାନ୍ୟଗଣ୍ୟ,ଲେଖକ,କବି,ଦେଶପ୍ରେମୀ ପ୍ରମୁଖ ପହଞ୍ଚି ମହାନ କ୍ରାନ୍ତିକାରୀ ବାବା ତିଲକା ମାଝୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ କମିଟି ତରଫରୁ ପ୍ରତିଯୋଗିତାମୂଳକ ଆଦିବାସୀ ଡ୍ରାମାଅନୁଷ୍ଠିତ ହୋଇଥିଲା । ରାତିରେ ମଧ୍ୟ ଡ୍ରାମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ କହିଥିଲେ ଆଦିବାସୀଙ୍କ ଆଇକନ ଏବଂ ପ୍ରାତଃ ସ୍ମରଣୀୟ ବାବା ଚିଲିକା ମାଝୀଙ୍କ ବଳିଦାନ ଅବର୍ଣ୍ଣନୀୟ ।ବିଧାୟକ ନବ ଚରଣ ମାଝି କହିଥିଲେ ଇତିହାସ ରେ ବାବା ତିଲକାଙ୍କୁ ଅଣଦେଖା କରାଯାଇଛି ।ତାଙ୍କର ତ୍ୟାଗ ଓ ବଳିଦାନକୁ ଆଦର୍ଶ ମାନି ଆମେ ପରିଚାଳିତ ହେବା ଦରକାର ।ଏହି ଶହୀଦ ଙ୍କ ପୂଜ୍ଯ‌କାର୍ଯ୍ଯୟେ ହଜାର ହଜାର ଆଦିବାସୀ ଯୋଗଦେଇ ତାଙ୍କର ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କାର୍ଯ୍ୟକ୍ରମକୁ କମିଟିର ସଭାପତି କାରାନ ମାଝୀ, ସଂପାଦକ ହରିଶ ଚନ୍ଦ୍ର ମାରାଣ୍ଡି କୋଷାଧ୍ୟକ୍ଷ ହଙ୍ଗଲ ମାରାଣ୍ଡି, ଉପସଭାପତି ସୁକୁଲାଲ ହାଁସଦା,ଯୁଗ୍ମ ସଂପାଦକ ନିମ୍ବାଇ ମାରାଣ୍ଡି , ଏବଂ ଅନ୍ୟ ସଦସ୍ୟବୃନ୍ଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ

Related posts

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ  ଏବଂ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ଦିଶା ଯୋଜନା ଅଧିନରେ ଆଇନ୍ ସାକ୍ଷରତା ଏବଂ ସଚେତନତା ଶିବିର

Sunil Chandra Nayak

ଉତ୍କଳ ଦିବସ ପାଳନ କରିଛି ଡାଲମିଆ ସିମେଂଟ, ଓଡିଶାର ଐତିହ୍ୟକୁ ସମ୍ମାନ ଜଣାଇବା ସହ ସମୁଦାୟ ପ୍ରତିବଦ୍ଧତାକୁ ସୁଦୃଢ କରିଛି

Sunil Chandra Nayak

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ 

Sunil Chandra Nayak

Leave a Comment

error: Content is protected !!