ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁବାରି କୁ ତିନିମାସ ଧରି ଭତ୍ତା ନ ମିଳିବାରୁ ବୃଦ୍ଧା ହଟହଟା 

ଗୋଳାମୁଣ୍ଡା ତା ୭/୫/ନିର୍ଭୟ ନିରପେକ୍ଷ ମସିହା // କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚାୟତର ନୂଆଁପଡ଼ାର ଜଣେ ୮୦ ବର୍ଷୀୟ ବୃଦ୍ଧା ତିନିମାସ ଧରି ଭତ୍ତା ନ ମିଳିବାରୁ ହଟହଟା ହେଉଥିବା ଅଭିଯୋଗ ହେଉଛି । ବୃଦ୍ଧା ଜଣକ ହେଇଛି ଫରଙ୍ଗ ଗ୍ରାମ ନୂଆପଡ଼ାର ଗୁରୁବାରୀ ହଂସ । ସେ ପୂର୍ବରୁ ନିୟମିତ ଭାବରେ ପଞ୍ଚାୟତକୁ ଯାଇ ପ୍ରତିମାସର ଭତ୍ତା ଗ୍ରହଣ କରିଆସୁଥିଲେ । ତିନି ମାସ ହେବ ସେ ଭତ୍ତା ପାଉ ନ ଥିବା ଅଭିଯୋଗ କରିଛନ୍ତି । ସରକାର ସମସ୍ତ ଭତ୍ତା ହିତାଧିକାରୀଙ୍କ ଭତ୍ତା ଟଙ୍କା ବ୍ୟାଙ୍କ ପାସବୁକରେ ଜମା କରିବାକୁ ଯୋଜନା କରିଥିବା ବେଳେ ତିନିମାସ ହେବ ବୃଦ୍ଧାଙ୍କ ଖାତାରେ ଟଙ୍କା ପଡୁ ନ ଥିବା ବୃଦ୍ଧା ଜଣକ କହିଛନ୍ତି । ବ୍ୟାଙ୍କ ପାସବୁକରେ କୌଣସି ତ୍ରୁଟି ଥାଇପାରେ ବୋଲି ଅନେକ ଥର ଫରଙ୍ଗ ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ପ୍ରକାଶ ପାଇଛି । ସେ ସରକାରଙ୍କ ୫କିଗ୍ରା ଚାଉଳ ଓ ଭତ୍ତା ଖଣ୍ଡିକରେ ହିଁ ଜୀବନ ବିତାଉଥିଲେ । ତିନିମାସ ଧରି ଭତ୍ତା ନ ମିଳିବାରୁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ବୃଦ୍ଧାର ଦୁଃଖ କଷ୍ଟକୁ ଦେଖି ପଡୋଶୀ ଲୋକ ମୁଠାଏ ଖାଇବାକୁ ଦେବାରୁ ବୃଦ୍ଧାର ଜୀବନ ବଞ୍ଚିଥିବା କଥା ଗାଁଲୋକେ କହିଛନ୍ତି । ଏ ନେଇ ଫରଙ୍ଗ ପଞ୍ଚାୟତର ପିଇଓଙ୍କୁ ଯୋଗା ଯୋଗ କଲେ ବୃଦ୍ଧାର ଦୁଇଟି ପାସବୁକ ଥାଇପାରେ ବୋଲି ଆନୁମାନିକ ଭାବେ କହୁଛନ୍ତି ।ଏପଟେ ବୃଦ୍ଧା ଜଣକ ଗୋଟିଏ ପାସବୁକ ଦେଖାଉଥିବା ବେଳେ ଭୁଲଟି କେଉଁଠି ରହିଲା ଏହାର ତଦନ୍ତ ବ୍ଲକ ପ୍ରଶାସନ ଜରୁରୀ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ  ସ୍ଥାନୀୟ ଲୋକେ ଦାବି କରି ଛନ୍ତି।କଳାହାଣ୍ଡି ଜିଲ୍ଲାପାଳ ଏଭଳି ସ୍ଥିତିରେ ବୃଦ୍ଧ, ବୃଦ୍ଧା,ଓ ବିକଳାଙ୍ଗ ଙ୍କ ସମସ୍ୟା ସୃଷ୍ଟି ହୋଇ ଥାଏ ତେବେ ସରକାର ବୃଦ୍ଧ ବୃଦ୍ଧାଙ୍କୁ ଘରକୁ ଯାଇ ଭତ୍ତା ପ୍ରଦାନ କରିବାକୁ ବନ୍ଦୋବସ୍ତ କରିଥିବା ବେଳେ ଗୁରୁବାରି ହଂସ ପାଇଁ କାହିଁକି କେଜାଣି ନିୟମ ଲାଗୁ  ହେଉ ନାହିଁ, ଆଜି ବି ଅନେକ ଲୋକ ଏଭଳି ବୃଦ୍ଧ ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ତୁରନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେଇ ଭତା ଯୋଗାଇ ଦେବାକୁ ଗ୍ରାମବାସୀ ପକ୍ଷରୁ ଉଦିଆ ନିଆଲ,ସୁଶିଳା ହଂସ, ଭୁବନେହଂସ ପ୍ରମୁଖଦାବି କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତି ଶୀଳ ମସିହା

Related posts

ତିର୍ତୋଲ ସେବାସମବାୟ ସମିତି ର ବ୍ୟାଙ୍କ ସେବା ଓ ଋଣ କର୍ମଶାଳା 

Sunil Chandra Nayak

ଧର୍ମଗଡ ଏନଏସି ଅଧିନରେ ଥିବା ଦୋକାନ ଗୃହ ଭଡ଼ା ବୃଦ୍ଧି ନେଇ ଅସନ୍ତୋଷ

କେବଳ ଶୌଚାଳୟ ନିର୍ମାଣ କରି ୧୦ ଲକ୍ଷ ହଡପ ଖବର ପ୍ରକାଶ ସମ୍ପୁର୍ଣ୍ଣ ମିଥ୍ୟା – ଚେୟାରମେନ

Sunil Chandra Nayak

Leave a Comment

error: Content is protected !!