ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

5 ଟି ବିଦ୍ୟାଳୟ କାନ୍ଥ ରେ ଜନହିତକର ବାର୍ତ୍ତା 

5 ଟି ବିଦ୍ୟାଳୟ କାନ୍ଥ ରେ ଜନହିତକର ବାର୍ତ୍ତା 

ନବରଙ୍ଗପୁର (ମସିହା)- ମନ ମହୁଛି 5 ଟି ବିଦ୍ୟାଳୟ ବିଲଡିଙ୍ଗ | 5 ଟି ବିଦ୍ୟାଳୟ କାନ୍ଥ ରେ ଜନହିତକର ବାର୍ତ୍ତା | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡ଼େଙ୍ଗାଗୁଡ଼ା ପଞ୍ଚାୟତ ସଦର ଗ୍ରାମର ଡ଼େଙ୍ଗାଗୁଡ଼ା ଗଣେଶ ପୂଜା ପେଣ୍ଡାଲ ରେ | ନବୀନ ସରକାର ଙ୍କ 5 ଟି ରେ ସାମିଲ କରାଯାଇ ରୂପାନ୍ତର କରାଯାଉଥିବା ନୂତନ ବିଦ୍ୟାଳୟ ରେ ଆକୃଷ୍ଟ ହଇ ଏହିଭଳି ଅଭିନଵ ପ୍ରୟାସ କରି ଭକ୍ତଙ୍କୁ ଆକୃଷ୍ଟ କରୁଛନ୍ତି ଏହି ଗଣେଶ ପୂଜା କମିଟି | ସଭାପତି ମନଜ ଭତରା ଏହି ନିଆରା ଢଙ୍ଗରେ ପୂଜା ପେଣ୍ଡାଲ କରିବାକୁ ପ୍ରସ୍ତାବ ଦେଇଥିଲେ | ଏବଂ କମିଟି ସଦସ୍ୟଙ୍କ ପରିଶ୍ରମ ରେ ଏହା ସମ୍ଭବ ହୋଇପାରିଛି ବୋଲି ସେ ମତ ରଖିଛନ୍ତି | ଆଜକୁ 24 ବର୍ଷ ପୂର୍ବେ ପ୍ରଥମ କରି ଗଣେଶ ପୂଜା ଆରମ୍ଭ କରିଥିଲେ ଏହି ପୂଜା କମିଟି | ସେବେଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ମନହର ମଣ୍ଡପ କରି ଭକ୍ତଙ୍କୁ ଆକୃଷ୍ଟ କରି ଆସୁଥିଲେ ଏହି ପୂଜା କମିଟି | ଏବର୍ଷ ଏକ ନିଆରା ଢଙ୍ଗରେ ପୂଜା ପେଣ୍ଡାଲ କରି ପାପଡାହାଣ୍ଡି ବ୍ଲକ ତଥା ଜିଲ୍ଲା ରେ ଏକ ସାମାଜିକ ବାର୍ତ୍ତା ଦେବାପାଇଁ ଏହା ଏକ ପ୍ରୟାସ ବୋଲି କହିଛନ୍ତି ସଭାପତି ମନଜ ଭତରା | 5 ଟି କାନ୍ଥ ରେ ସାମାଜିକ ବାର୍ତ୍ତା ଗୁଡିକ ଶିକ୍ଷଣୀୟ ହୋଇଛି | ଯାହାକି ଆମ ନିତିଦିନିଆ ଜୀବନ ଉପରେ ଆଧାରିତ | ମଟର ସାଇକେଲ ଚଳାଇବା ସମୟରେ ସର୍ବଦା ହେଲମେଟ ବ୍ୟବହାର କରନ୍ତୁ , 5 ଟି ଖେଳ ପଡିଆ , ଚନ୍ଦଜାନ 3 , ଜୟ ଯବାନ ଜୟ କିସାନ, ଗଛ ଲଗାଇବା ପରିବେଶ ବଞ୍ଚାଇବା , ବାଲ୍ୟ ବିବାହକୁ ନା , ନାଇଖା ନାନା ଦଶ ଟଙ୍ଗିଆ ପୁଡ଼ି ତର ଜୀବନ ଜାଇସୀ ପବନେ ଉଡି , ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ , ଆମ ସଂସ୍କୃତି ଆମ ପରମ୍ପରା , ବନ୍ୟଜନ୍ତୁ ସଂରକ୍ଷଣ ଏଭଳି ଭାବେ ସାମାଜିକ ବାର୍ତ୍ତା ଦେଇଛି ଏହି ପୂଜା କମିଟି | ଆଜି ର ଏହି ଦୁନିଆରେ ବିଭିନ୍ନ ପୂଜା କମିଟି କୋଟି କୋଟି ଟଙ୍କା ଖର୍ଚ କରି ବିଭିନ୍ନ ଲାଇଟ ସଜା , ଡିଜେ , ବିଭିନ୍ନ ମନ୍ଦିର ମଠ , କିମ୍ବା ଅନେକ ପ୍ରକାର ପୂଜା ପେଣ୍ଡାଲ କରିଥାନ୍ତି କିନ୍ତୁ ଏହି ଡ଼େଙ୍ଗାଗୁଡ଼ା ଗଣେଶ ପୂଜା କମିଟି ଏଭଳି ସାମାଜିକ ବାର୍ତ୍ତା ଦେଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି | ଏହି ପେଣ୍ଡାଲ କୁ କମିଟି ସଦସ୍ୟ ମାନେ ଦିନରାତି ଏକ କରି ଆକ୍ରାନ୍ତ ପରିଶ୍ରମ କରି ନିଜେ କରିଥବା ବେଳେ ମୂର୍ତ୍ତି କମିଟି ସଦସ୍ୟ ପ୍ରସନ କୁମାର ନାୟକ କରିଛନ୍ତି | ଆସନ୍ତା 1 / 10 ରବିବାର ଦିନ 12 ଘଣ୍ଟିକା ସମୟରେ ଗଜାନନ ଙ୍କ ବିସର୍ଜନ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ସମସ୍ତ ଭକ୍ତଙ୍କ ପାଇଁ ଅର୍ଣ୍ଣଭୋଗ ର ଆୟୋଜନ କରାଯିବ ବୋଲି କମିଟି ସଦସ୍ୟ ମାନେ ସୂଚନା ଦେଇଛନ୍ତି | ସେହିଦିନ ରାତିରେ ଭକ୍ତଙ୍କ ମନୋରଞ୍ଜନ ପାଇଁ ଦେଶିଆ ନାଟ ସୁଦୂର ମାଲକାନଗିରି ଜିଲ୍ଲା ଗୋବିନ୍ଦ ପାଲି ପାଖ ଦଇଗୁଡ଼ା ଗ୍ରାମର କର୍ଣ୍ଣ ଗୁରୁଙ୍କ ” ତ ସାଥେ ମୋ ଯୋଡ଼ି ସୁନ୍ଦର ” ନାଟକର ଆୟୋଜନ କରାଯିବ | ଏହି ପୂଜା କମିଟିରେ ସମ୍ପାଦକ ଲମ୍ବଦର ଭତରା , ଉପସଭାପତି ନାରାୟଣ ନାୟକ , କର୍ତା ଦିଲୀପ ନାୟକ , ଅଶୋକ , ଗଜେନ୍ଦ୍ର , ଜୟ , ବବଲୁ , ଜଗଦିଶ , ଜିତେନ୍ଦ୍ର , ଅସ୍ତୁ , ଲକ୍ଷ୍ମଣ , ତୁଲାରାମ , ରୂପଧର , ଭୀଷ୍ମ ଦେବ , ନବୀନ , ଚନ୍ଦନ , ଉମେଶ ଏବଂ ବାବୁଲି ସାମିଲ ଅଛନ୍ତି | 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମା ଲଙ୍କେଶ୍ୱରୀ ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା, ଦେବାଦେବୀଙ୍କ ଲାଠିଯାତ୍ରା ମୁଖ୍ୟ ଆକର୍ଷଣ

masiha

ଏମିତି ପୁଅ ଜନ୍ମ କରିବା ଅପେକ୍ଷା ନିଃସନ୍ତାନ ରହିବା ଭଲ

Sunil Chandra Nayak

ବହଳଦାରେ ବ୍ଳକ ସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା;୨୪୫ ଜଣ ଆଶାୟୀ

masiha

Leave a Comment

error: Content is protected !!