ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଭୁ ଓଁକାର ସଙ୍ଗୀତ ବିଦ୍ୟାଳୟ,ଢେଙ୍କାନାଳର ବର୍ଣ୍ଣାଢ଼୍ୟ ପ୍ରଭୂ ଓଁକାର ନୃତ୍ୟ ମହୋତ୍ସବ -୨୦୨୪ ଅନୁଷ୍ଠିତ 

ପ୍ରଭୁ ଓଁକାର ସଙ୍ଗୀତ ବିଦ୍ୟାଳୟ,ଢେଙ୍କାନାଳର ବର୍ଣ୍ଣାଢ଼୍ୟ ପ୍ରଭୂ ଓଁକାର ନୃତ୍ୟ ମହୋତ୍ସବ -୨୦୨୪ ଅନୁଷ୍ଠିତ 

ଢେଙ୍କାନାଳ (ମ ସୀ ହା ) ୨୩/୧୨_ପ୍ରଭୂ ଓଁକାର ସଙ୍ଗୀତ ବିଦ୍ୟାଳୟ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ମିଳିତ ସହଯୋଗ ରେ ସ୍ଥାନୀୟ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଭବନ ସଭାଗୃହରେ ଦିବା ଦଶ ଘଟିକା ସମୟରେ ପ୍ରଭୁ ଓଁକାର ସଙ୍ଗୀତ ବିଦ୍ୟାଳୟ, ଢେଙ୍କାନାଳର ସମ୍ପାଦକ ପ୍ରଦୀପ କୁମାର ଦାସଙ୍କ ପୌରୋହିତ୍ୟାରେ, କାର୍ଯ୍ୟକ୍ରମ ସଂଚାଳକ ଜିତେନ୍ଦ୍ର ବେହେରାଙ୍କ ସଫଳ ସଂଯୋଜନାରେ ବର୍ଣ୍ଣାଢ଼୍ୟ ପ୍ରଭୂ ଓଁକାର ନୃତ୍ୟ ମହୋତ୍ସବ -୨୦୨୪ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ପ୍ରାକ୍ତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ଼ଃ ପ୍ରମୋଦ କୁମାର ନାୟକ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସାହିତ୍ୟ,ସଙ୍ଗୀତ, ନୃତ୍ୟ,କଳା ଓ ସଂସ୍କୃତି ଗୋଟିଏ ଜାତିର ଅସ୍ମିତାର ପ୍ରତୀକ ଓ ପରିଚୟ ବହନ କରିଥାଏ। ସାଧନାରୁ ହିଁ ସିଦ୍ଧି ପ୍ରାପ୍ତି ସମ୍ଭବ ହୋଇଥାଏ। କଳା ବିହୀନ ଜୀବନ ନିରସ,ଶୁଷ୍କ,ମୂଲ୍ୟହୀନ ଓ ମୃତ୍ୟୁ ସହ ସମାନ ହୋଇଥାଏ ବୋଲି ଦୃଢ଼ ମତପୋଷଣ କରିଥିଲେ। ଓଡ଼ିଶା ଲଳିତ କଳା ଏକାଡେମୀ ସଦସ୍ୟ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଅନ୍ୟତମ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ କଳା,ସାହିତ୍ୟ,ସଂସ୍କୃତି, ସଙ୍ଗୀତ ଓ ନୃତ୍ୟ ପରସ୍ପର ପରିପୂରକ ଓ ଜୀବନ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଏସବୁ ଜୀବନକୁ ସରସ,ସୁନ୍ଦର ଓ ରୁଦ୍ଧିମନ୍ତ କରିଥାଏ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ ତଥା ସମ୍ବାଦଦାତା ଡ଼ା.ଦେବୀ ପ୍ରସାଦ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସାର୍ଥକ ଜୀବନ ହିଁ କଳା,ସାହିତ୍ୟ,ସଂସ୍କୃତି,ନୃତ୍ୟ ଓ ସଙ୍ଗୀତର ନିଛକ,ବାସ୍ତବ ପ୍ରତିଫଳନ। ଏସବୁକୁ କର୍ମକ୍ଳାନ୍ତ ଜୀବନର ମରୁଭୂମିରେ ସୁଖ ଓ ଶାନ୍ତିର ମରୁଦ୍ୟାନ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଦୃଢ଼ ମତ ପ୍ରକାଶ କରିଥିଲେ। ଓଁକାର ସଙ୍ଗୀତ ବିଦ୍ୟାଳୟ, ଢେଙ୍କାନାଳର ସମ୍ପାଦକ ପ୍ରଦୀପ କୁମାର ଦାସ ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ,ମହୋତ୍ସବର ଉଦ୍ଦେଶ୍ୟ ଜ୍ଞାପନ, ଅନୁଷ୍ଠାନର ବାର୍ଷିକ ବିବରଣୀ ପ୍ରଦାନ କରିବା ସଂଗେସଂଗେ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ କଳାକାରମାନଙ୍କର ଅବିରତ ସାଧନା ହିଁ ସେମାନଙ୍କୁ ସଫଳତାର ଶୀର୍ଷରେ ଅଧିଷ୍ଠିତ କରିବାକୁ ସକ୍ଷମ ହୋଇପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ, ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହିତ ସଙ୍ଗୀତଜ୍ଞ ଜିତେନ୍ଦ୍ର ବେହେରା ମଙ୍ଗଳାଚରଣ ଗାନ ଓ ପରିଶେଷରେ ଶାନ୍ତି ପାଠ କରିଥିଲେ। ପରେ ପରେ ଅନୁଷ୍ଠାନ ପକ୍ଷରୁ ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ଓ ସମ୍ବର୍ଦ୍ଧିତ ପ୍ରତିଭା ବୃନ୍ଦଙ୍କୁ ପୁଷ୍ପଗୁଚ୍ଛ,ମାନପତ୍ର, ମେମେଣ୍ଟୋ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ମହୋତ୍ସବର ଦ୍ଵିତୀୟ ପର୍ବରେ ଅନୁଷ୍ଠାନର ଶିଶୁ କଳାକାର,ସୁରଙ୍ଗନା କଳl ନିକେତନ,ସିମିନଇ, ଢେଙ୍କାନାଳ ଓ ଅନ୍ୟାନ୍ୟ ବିଭିନ୍ନ ଅନୁଷ୍ଠାନର ନିମନ୍ତ୍ରିତ ଅତିଥି କଳାକାର ମାନଙ୍କ ଦ୍ବାରା ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଵିଚିତ୍ରା କାର୍ଯ୍ୟକ୍ରମର ଅଂଶ ବିଶେଷ ସ୍ୱରୂପ ଏକକ ଓ ଦଳଗତ ଭାବରେ ମର୍ମସ୍ପର୍ଶୀ ” ସ୍ୱରସୁଧା ସଙ୍ଗୀତ ସମ୍ଭାର ” ଓ ହୃଦୟସ୍ପର୍ଶୀ ପାରମ୍ପରିକ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ,ଲୋକନୃତ୍ୟ ଓ ଭାରତର ବିଭିନ୍ନ ରାଜ୍ୟର ଲୋକପ୍ରିୟ ନୃତ୍ୟ ପରିବେଷଣ ଦ୍ଵାରା ଦର୍ଶକ ମଣ୍ଡଳୀ ମନ୍ତ୍ର ମୁଗ୍ଧ ହୋଇ ଯାଇଥିଲେ। ମଞ୍ଚାସୀନ ଅତିଥିବୃନ୍ଦ କୃତୀ ପ୍ରତିଯୋଗୀ କଳାକାରମାନଙ୍କୁ ପ୍ରଶଂସାପତ୍ର ଓ ମେlମେଣ୍ଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ସୁରଙ୍ଗନା କଳା ନିକେତନର ଜିତେନ୍ଦ୍ର କୁମାର ବେହେରା ଏବଂ ନୃତ୍ୟ ଗୁରୁ ପ୍ରଜ୍ଞା ପ୍ରଭା ନନ୍ଦଙ୍କୁ ପ୍ରଭୂ ଓଁକାର ସମ୍ମାନରେ ସମ୍ମାନିତ କରାଗଲା। ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଚାଳକ ଜିତେନ୍ଦ୍ର ବେହେରାଙ୍କ ସଫଳ ଭାବରେ ମଞ୍ଚ ପରିଚାଳନା ତଥା ସଂଯୋଜନା କରିଥିଲେ। ଅନୁଷ୍ଠାନର ଛାତ୍ରୀଛାତ୍ରମାନେ ଦଳଗତ ଭାବରେ ସଭା ପ୍ରାରମ୍ଭରେ ଉଦ୍ ଘାଟନୀ ସ୍ବାଗତ ସଙ୍ଗୀତ ଓ ଶେଷରେ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ।ପରିଶେଷରେ ସମର୍ଥ ନ୍ୟୁଜ୍ ର ମୁଖ୍ୟ ସମ୍ପାଦକ ଭରତ ଭୂଷଣ ବେହେରା କାର୍ଯ୍ୟକ୍ରମର ଯୁଗ୍ମ ସଂଯୋଜକ ଭାବରେ ଉପସ୍ଥିତ ମଞ୍ଚାସୀନ ଅତିଥିବୃନ୍ଦ, କଳାକାର ବୃନ୍ଦ,ଶିଶୁ କଳାକାରମାନଙ୍କ ମତାପିତା, ଅଭିଭାବିକା,ଅଭିଭାବକ,ଦର୍ଶକମଣ୍ଡଳୀ ଓ କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ମହୋତ୍ସବର ପରିସମାପ୍ତି ଘଟିଥିଲା।

ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଜାତୀୟସ୍ତରୀୟ ଶ୍ରୀମଦ୍ ଭଗବତ ଗୀତା ଜୟନ୍ତୀ ୨୦୨୪ ଅନୁଷ୍ଠିତ 

masiha

ଅସ୍ତିତ୍ବ ର ବାର୍ଷିକୋତ୍ସବ ……

masiha

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ଡାକ୍ତର ଓ ପ୍ରସୂତି ଡାକ୍ତର ନିଯୁକ୍ତି ପାଇଁ ଦାବୀ ଉଠେଇଲେ ବିଧାୟକ 

masiha

Leave a Comment

error: Content is protected !!