ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିରାଳ ମେଡ଼ିକାଲରେ ରୋଗୀଙ୍କୁ ବାଡେଇବାକୁ କହିଲେ ଫାର୍ମାସିଷ୍ଟ

କାମାକ୍ଷାନଗର -(ମନିସ )22/3/23 // ରାଜ୍ୟ ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ କେତେ କଣ ଯୋଜନା କରୁଥିବା ବେଳେ ବାସ୍ତବରେ ତାହା କିପରି ସାଧାରଣ ରୋଗୀଙ୍କ ପାଖରେ ପହଁଚୁଛି ଏଥିରୁ ଅନୁମାନ କରାଯାଇ ପାରେ ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ମେଡ଼ିକାଲକୁ ଆଜି ମଧ୍ୟାହ୍ନ ସମୟ ପ୍ରାୟ ୨ଟା ବେଳକୁ କାମାକ୍ଷାନଗରର ପ୍ରିୟବ୍ରତ ପଣ୍ଡାଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଯାଇଥିଲେ ସେଠାରେ ପହଁଚି ଦେଖିଲେ ମେଡ଼ିକାଲରେ କେହି ନାହାନ୍ତି ତେଣୁ ମେଡ଼ିକାଲ ବନ୍ଦ ଥିବାର ଭିଡିଓ ମୋବାଇଲରେ ରେକର୍ଡ କରୁଥିବା ବେଳେ ହଠାତ ମେଡ଼ିକାଲର ଜଣେ କର୍ମଚାରୀ ଉତକ୍ଷିପ୍ତ ହୋଇ ଆସି କହିଲେ କର୍ମଚାରୀ ନଥିଲେ କଣ ଅସୁବିଧା ହେଲା ଏତିକିରେ ସରିନଥିଲା ବାବୁଙ୍କର ରାଗ କହିଲେ ବାଡେଇବାକୁ ।ସେହି କର୍ମଚାରୀ ଜଣଙ୍କ ସୂଚନା ଅନୁସାରେ ମେଡ଼ିକାଲର ଫାର୍ମାସିଷ୍ଟ ସିଦ୍ଧାର୍ଥ ଲେଙ୍କା ।ଏପଟେ ଗୋଡ଼ରେ ଲାଗିଥିବା ଯନ୍ତ୍ରଣା ଠାରୁ ବଳିଗଲା ମେଡ଼ିକାଲର ଫାର୍ମାସିଷ୍ଟଙ୍କ ବ୍ୟବହାର ଆଉ କଟୁଭାଷା ସହିତ ପିଟିବା କହିବା ।ଏତେ ହେଲାପରେ ବି ତାଙ୍କୁ ଆଉ ଚିକିତ୍ସା ମଧ୍ୟ କଲେ ନାହିଁ ଓଲଟି ସାଙ୍ଗରେ ଯାଇଥିବା ସାଥୀଙ୍କୁ ଧମକ ଦେଲେ ।ପରେ ଏହି ଖବର ଯେତେବେଳେ ମେଡ଼ିକାଲ ଇନଚାର୍ଜ ଶୁଭ୍ରମନ୍ୟୁ ସାହୁ ଜାଣିବାକୁ ପାଇଲେ ସେ ଆସି ବୁଝିବେ କଣ ଓଲଟି ରୋଗୀଙ୍କ ଉପରେ ବିରକ୍ତି ପ୍ରକାଶ କଲେ କହିଲେ ଯଦି କେହିନଥିଲେ ଭିଡିଓ କରିବା କଣ ଦରକାର ଥିଲା ଏଭଳିଆ କହିଲେ ।ଏହି ଖବର ଉପରେ ଜଣେ ନିର୍ଦ୍ଧିଷ୍ଟ ଚାନେଲର ପ୍ରତିନିଧି ଯେତେବେଳେ ଫାର୍ମାସିଷ୍ଟଙ୍କୁ ପଚାରିଲେ ସେ ଅଜବ ଯୁକ୍ତି କରି କହିଲେ ଯାହା କରିବାର ଅଛି କରନ୍ତୁ ।ଏହି ଖବର ବିଷୟରେ ମେଡ଼ିକାଲ ଇନଚାର୍ଜ ଶୁଭ୍ରମନ୍ୟୁ ସାହୁଙ୍କୁ ପଚାରିବାରୁ ସେ ସମ୍ପୃକ୍ତ କର୍ମଚାରୀଙ୍କ ଭଲ ନାଁ ଜାଣି ନାହାନ୍ତି ଆଉ ଏତିକି ପଚାରିବାରୁ ଇନଚାର୍ଜ କହିଲେ ଆପଣ ମୋତେ କଲ କରିବାକୁ କିଏ କାହିଁକି କଲ କରୁଛନ୍ତି ଏ ଭଳିଆ ଉତ୍ତର ଆଶ୍ଚର୍ଯ୍ୟ କରେ ।ଯଦି ଜଣେ ମେଡ଼ିକାଲ ଇନଚାର୍ଜ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳିଆ ବ୍ୟବହାର କରିବେ ସାଧାରଣ ରୋଗୀଙ୍କୁ କିଭଳି ବ୍ୟବହାର ହେଉଥିବ ଅନୁମାନ କରନ୍ତୁ ।ଏହି ଖବର ବିଷୟରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ପଚାରିବାରୁ ସେ କହିଲେ ଏଭଳିଆ ହେବା କଥା ନୁହଁ ଏହାର ତଦନ୍ତ କରାଯିବ ଜିଲାପାଳଙ୍କୁ ରିପୋର୍ଟ ଦିଆଯିବ ଓ ଏହା ଉପରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଡକ୍ଟର ହରିଶ୍ଚନ୍ଦ୍ର ପ୍ରଧାନ ଙ୍କ ସ୍ମୃତି ଉଦ୍ଦେଶ୍ଯରେ ଶୋକସଭା

Sunil Chandra Nayak

ରାଇରଙ୍ଗପୁରରେ ୭୭ ତମ ସ୍ବାଧିନତା ଦିବସ ପାଳନ ପାଇଁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ତରଫରୁ ଅନୁଷ୍ଠିତ ହୋଇଥିବା ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ନିର୍ଦିଷ୍ଟ କାରଣ ନ ଦର୍ଶାଇ ବାତିଲ କରିବା ନେଇ ପ୍ରତିଯୋଗୀଙ୍କ ତରଫରୁ ପ୍ରତିବାଦ

Sunil Chandra Nayak

ଜୁନାଗଡ଼ ବ୍ଲକ ପିଇଓ ସଂଘର କଳା ବ୍ୟାଚ ପରିଧାନ

Sunil Chandra Nayak

Leave a Comment

error: Content is protected !!