ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ବିଭିନ୍ନ ମୌଳିକ ଅଧିକାର ଭଳି ଦାବି କୁ ନେଇ ଜନ ଜାଗରଣ ମଞ୍ଚ ପକ୍ଷରୁ ଆଜି କାଶୀପୁର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

କାଶିପୁର,୨୨/୩ //ରାୟଗଡା ଜିଲ୍ଲା କାଶିପୁର ବ୍ଲକର ସମସ୍ତ ଗ୍ରାମ ଗୁଡିକରେ ପାନୀୟ ଜଳ, ଅଙ୍ଗନବାଡି ଭିତ୍ତିଭୂମି, କିଶୋରୀ ବାଳିକା ମାନଙ୍କ ପାଇଁ ପୋଷଣ ଯୋଜନା ଲାଗୁ କରିବା ଓ ରାସ୍ତା ଘାଟ ଭଳି ବିଭିନ୍ନ ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ଜଣଜାଗରଣ ମଞ୍ଚ କାଶୀପୁର ପକ୍ଷରୁ ଆଜି କାଶିପୁର ବ୍ଲକର ସଭାପତି ଯୁଧିଷ୍ଠିର ନାୟକ ଙ୍କ ନେତୃତ୍ୱ ରେ ବିଭିନ୍ନ ଗ୍ରାମ ର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ହନୁମାନ ମନ୍ଦିର ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଜନାହିତକାରୀ ଯୋଜନା ର ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ । ସେଠାରେ କିଛି ସମୟ ବିଡ଼ିଓ ମନୀଷା ଦାସ ବିସ୍ତୁତ ଭାବେ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟ ରେ ଉକ୍ତ ଦାବି ପ୍ରଦାନ କରିଥିଲେ । ଉକ୍ତ ଦାବି ମଧ୍ୟରୁ ବର୍ତମାନ ପିଇବା ପାଣି ର ଘର ସମସ୍ୟା ଉପୁଜିଥିବା ବେଳେ ଆଗକୁ ଭୀଷଣ ଗ୍ରୀଷ୍ମ ସମ୍ମୁଖୀନ ହେବାକୁ ପଡ଼ିବ । ଏଥିପ୍ରତି ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରତି ଗ୍ରାମ ଗୁଡିକରେ ଥିବା ଜଳ ଉତ୍ସ ଗୁଡିକ ନିର୍ମାଣ, ମରାମତି ଓ ବିଶୋଧନ ଓ ସୁଧ ପାନୀୟ ଜଳ ଯୋଗାଣ କରାଯାଉ । ଯୋଉ ଗ୍ରାମ ଓ ପଡା ମାନଙ୍କରେ ଥିବା ଲୋକସଂଖ୍ୟା ଆଧାରରେ ନୂତନ ଅଙ୍ଗନବାଡି ,ମିନି ଅଙ୍ଗନବାଡି ସେବାରେ ବଞ୍ଚିତ ଶୀଘ୍ର କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉ । ସରକାର ୮ ବର୍ଷ ରୁ ୧୩ ବର୍ଷ ର କିଶୋରୀ ବାଳିକା ମାନଙ୍କୁ ଯୋଗାଇ ଆସୁଥିବା ସୁବିଧା ୧୪ ବର୍ଷ ରୁ ୧୭ ବର୍ଷ ର କିଶୋରୀ ବାଳିକା ଙ୍କୁ ମଧ୍ୟ କୁ-ପୋଷଣ ଯୋଜନା ଲାଗୁ କରାଇ ପୃଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ କରାଯାଉ।, ପ୍ରତି ପଞ୍ଚାୟତ ରେ ମଣ୍ତି ସ୍ଥାପନ, ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ବିଦ୍ୟାଳୟ ଯାଉନଥିବା ଛାତ୍ରଛାତ୍ରୀ ଙ୍କୁ ମୋ ଚାଟଶାଳି କେନ୍ଦ୍ର ଦ୍ୱାରା ଶିକ୍ଷା ପ୍ରଦାନ କରାଯାଉ l ସେହିପରି ଅନ୍ୟ ସମସ୍ୟା ମଧ୍ୟରୁ ରାସ୍ତାଘାଟ ଓ ଡ୍ରେନେଜ ଆଦି ନିର୍ମାଣ ଓ ମରାମତି ବ୍ୟବସ୍ଥା କରାଯାଉ l ଆଜିର ଏହି କାର୍ଯ୍ୟକ୍ରମ ରେ ଜନଯାଗରଣ ମଞ୍ଚ ସଂଗଠନର ସୁରତ ଗୋପାଳ ଓ ଶିବ ରାମ ନାଏକ ଙ୍କ ନେତୃତ୍ୱରେ ସମ୍ପାଦିକା ଶୁଲଚନା ଝୋଡିଆ, ସବନା ମାଝୀ,ଗଙ୍ଗାଧର ମାଝୀ,ନାଥ ଚାଳାନ, ଦିପା ଝୋଡିଆ,ପୃଥି ଝୋଡିଆ,ହରି ଝୋଡିଆ,ପଙ୍ଗୁଳୁ ମାଝୀ, ସୀମାଞ୍ଚଳ ନାଏକ,କେଶବ ମାଝୀ ସୁରେନ୍ଦ୍ର ଝୋଡିଆ,ସାବି ଝୋଡିଆ,ପଦମନ ମାଝୀ,ପାଇକ ମାଝୀ, ଇନ୍ଦୁମତି ଖରା, ଭାଗିରଥି ସାହୁ, ବିଶେନ୍ଦ୍ର ନାଏକ, ପ୍ରମୁଖ ଉପସ୍ଥିତ ଥିଲେ l

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ଗଜସାଥୀ ଦକ୍ଷତା ବୃଦ୍ଧି ତାଲିମ ଶିବିର

masiha

ପଞ୍ଚାୟତ ସ୍ତରୀୟକଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ଶୁଭାରମ୍ଭ

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

masiha

Leave a Comment

error: Content is protected !!