ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳନ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳନ

ରାଉରକେଲା/ରାଉରକେଲା ସହରରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଅହିଂସା ଦିବସ। ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନକୁ ୨୦୦୭ ମସିହାଠାରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଥିବା କ୍ରମରେ ହୋଇଛି ଏହି ଦିବସ ପାଳନ। ମହାବିଦ୍ୟାଳୟର ଉପାଧ୍ୟୁତ୍ତର ଇତିହାସ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥିଭାବେ ବରିଷ୍ଠ ଶିକ୍ଷାବିତ୍‌ ପ୍ରଫେସର ଡ ପ୍ରଭାତ ମଲ୍ଲିକ ଯୋଗଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଅଧ୍ୟାପିକା ଡକ୍ଟର ରଞ୍ଜିତା ଓରାମ। ପ୍ରଫେସର ବେହେରା ତାଙ୍କ ବକ୍ତବ୍ୟରେ ଗାନ୍ଧୀଜୀଙ୍କ ଆଦର୍ଶର ସ୍ମୃତିଚାରଣ କରିବା ସହ ତାଙ୍କର ମୂଳ ମନ୍ତ୍ର ଅହିଂସା ସମ୍ପର୍କରେ ଆଲୋଚନା କରିଥିଲେ। ଇତିହାସ ବିଭାଗର ମୁଖ୍ୟ ଡ ବାସନ୍ତୀ କୁଜୁର ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଫେସର ଡ ମଲ୍ଲିକ ତାଙ୍କ ବକ୍ତବ୍ୟରେ ଗାନ୍ଧୀଜୀଙ୍କ ଜନ୍ମର ୧୫୩ବର୍ଷ ଏବଂ ମୃତ୍ୟୁର ୭୫ ବର୍ଷ ପରେ ସୁଦ୍ଧା ତାଙ୍କର ଦର୍ଶନ ଓ ଆଦର୍ଶର ଗୁରୁତ୍ୱ ଏବଂ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ଡ ମଲ୍ଲିକ ତାଙ୍କ ଦ୍ୱାରା ରଚିତ ପଶ୍ଚିମ ଓଡ଼ିଶାର ବରପୁତ୍ରମାନଙ୍କ ଜୀବନୀର ସଙ୍କଳନ ଉପେକ୍ଷିତ ନାୟକ ପୁସ୍ତକକୁ ପ୍ରଫେସର ଡ ବେହେରାଙ୍କୁ ପ୍ରଦାନ କରିଥିଲେ। ଏହି ପୁସ୍ତକରେ ପଶ୍ଚିମ ଓଡ଼ିଶାର ଅନେକ ଅନାଲୋଚିତ ଏବଂ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବରପୁତ୍ରଙ୍କ ସମ୍ପର୍କରେ ବର୍ଣ୍ଣନା ସମ୍ପର୍କରେ ଡ ମଲ୍ଲିକ ସୂଚନା ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ଓ ଅନ୍ୟମାନେ ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗାନ୍ଧୀଜୀଙ୍କ ଧର୍ମନିରପେକ୍ଷତା ସମ୍ପର୍କୀତ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଏହା ସହିତ ଅଧ୍ୟାପକ ସମୀର ସୌରଭ ପୃଷ୍ଟିଙ୍କ ନେତୃତ୍ୱରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଓ ଛାତ୍ରଛାତ୍ରୀମାନେ ଗାନ୍ଧୀଜୀଙ୍କ ଅନ୍ୟତମ ବାର୍ତ୍ତା ସ୍ୱଚ୍ଛତାର ପ୍ରସାର ଓ ପ୍ରଚାର ବାର୍ତ୍ତା ସମ୍ପର୍କୀତ ଏକ ଶପଥପାଠ କରିଥିଲେ। ଶେଷରେ ଅଧ୍ୟାପକ ସମୀର କଂସାରୀ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ଓ ବାର୍ଷିକ ଉତ୍ସବ

Sunil Chandra Nayak

ଓପନ ସୁନ୍ଦରଗଡ ଡେଡଲିଫ୍ଟ ଚମ୍ପିୟାନସିପ ଆସନ୍ତା ୭ ରେ….

Sunil Chandra Nayak

ନୂତନ ବନଖଣ୍ଡ ଅଧିକାରୀଙ୍କ ଯୋଗଦାନ 

masiha

Leave a Comment

error: Content is protected !!