ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଟ୍ଟଖଣ୍ଡା ଏଜେନ୍ସି ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ 

ପାଟ୍ଟଖଣ୍ଡା ଏଜେନ୍ସି ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ 

ବାଲିଗୁଡ଼ା,୦୩/୧୦.(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟ ଭାଗ ରେ ଥିବା ପାଟ୍ଟଖଣ୍ଡା ସାହି ର ପାଟ୍ଟଖଣ୍ଡା ଏଜେନ୍ସି ଗୋଦାମ ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ମଙ୍ଗଳବାର ସକାଳୁ ସକାଳୁ ଗୋଦାମ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ସାହି ପଡିଶା ଲୋକେ ଖବର ଦେବା ପରେ ଗୋଦାମ ମାଲିକ ଅନନ୍ତ କୁମାର ଦାସ ଆସି ଦେଖିବା ବେଳକୁ ନିଆଁ ଅଣାୟତ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଫୋନ କରିବା ପରେ ଦମକଳ ବାହିନୀ ପହଞ୍ଚି ଦୀର୍ଘ ତିନି ଘଣ୍ଟା ର କସରତ ପରେ ନିଆଁ କୁ ଆୟତ କରା ଯାଇଥିବା ବିଷୟ ଫାୟର ଅଫିସର ସୂର୍ଯ୍ୟ ନାରାୟଣ ଭୋଇ ପ୍ରକାଶ କରିଥିଲେ l ଉକ୍ତ ଗୋଦାମ ରେ ବିସ୍କେଟ୍ , ଚକୋଲେଟ ଓ ବିଭିନ୍ନ ଗ୍ରୋଷୋରି ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇ ଯାଇଥିବା ଜଣାପଡିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ATM ସ୍ଥାପନ ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦାବି

Sunil Chandra Nayak

୭୫ତମ ଜାତୀୟ ସେନାଦିବସ ପାଳିତ

Sunil Chandra Nayak

ଏସ୍ ଟି ଏସ୍ ସି ନିର୍ଯାତନା ଆଇନ ସଂଶୋଧନ ଆଦେଶ ପ୍ରତ୍ୟାହାର ଦାବିରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଦାବୀପତ୍ର

Sunil Chandra Nayak

Leave a Comment

error: Content is protected !!