ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ନିର୍ବାଚନ ମଣ୍ଡଳୀର 16ଗୋଟି ପ୍ରକଳ୍ପର ଭୂମି ପୂଜନ ,ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀ

ଡାବୁଗାଁ ନିର୍ବାଚନ ମଣ୍ଡଳୀର 16ଗୋଟି ପ୍ରକଳ୍ପର ଭୂମି ପୂଜନ ,ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀ

ପାପଡାହାଣ୍ଡି,୧୩/୧୦,  —- ଶୁକ୍ରବାର ରାଜ୍ୟ ଯୋଜନା ଓ ସମନ୍ଵୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ନବରଙ୍ଗପୁର ଜିଲାରେ ଆସି ଡାବୁଗାଁ ନିର୍ବାଚନ ମଣ୍ଡଳୀର 4 ଗୋଟି ସ୍ଥାନରେ 16 ଗୋଟି ପ୍ରକଳ୍ପର ଭୂମି ପୂଜନ କରିଥିଲେ | ଡାବୁଗାଁ ବ୍ଲକର ଚିକିଲି, ପାପଡାହାଣ୍ଡି ବ୍ଲକ ର ମଇଦଲପୁର ଓ ମୋକିଆ ଏବଂ କୋଷାଗୁମୁଡା ବ୍ଲକର କଟାଗାଁ ଠାରେ 70 କୋଟି ଟଙ୍କା ବ୍ୟାୟରେ ପ୍ରକଳ୍ପ ଗୁଡିକ ହେବ | ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ହେଲିକପ୍ଟର ଯୋଗେ ପୂର୍ବାହ୍ନ ୧୧ ଘ. ସମୟରେ ଡାବୁଗାଁ ବ୍ଲକ ର ଚିକିଲି ଗ୍ରାମର ମିନି ଷ୍ଟାଡିୟମ ଠାରେ ପହଞ୍ଚିଥିଲେ | ସେଠାରେ ୪ ଟି ପ୍ରକଳ୍ପର ଭୂମି ପୂଜନ କରିବା ପରେ ମଧ୍ୟାହ୍ନ୍ନ 12 ଟା ରେ ମୈଦଲପୁର ହାଟପଦା ଠାରେ ଓ ତା ପରେ ଦିନ 1 ଘଣ୍ଟ ସମୟରେ ମୋକିଆ ହାଇସ୍କୁଲ ପଡିଆରେ ପହଁଚି ଥିଲେ | ଏହି ଅବସରରେ ବିଜେଡି କର୍ମୀ ମାନେ ତାଙ୍କୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ | ମଇଦଲପୁରରେ 8ହଜାରରୁ ଓ ମୋକିଆ ଠାରେ 6ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା | ମନ୍ତୀ ଢୋଲକିଆ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ କହିଥିଲେ | ଲକ୍ଷ୍ମୀ, ବିଏସକେୱାଇ, ଟଙ୍କିଖିଆ ଚାଉଳ ଆଦି ଯୋଜନା ବିଷୟରେ କହିଥିଲେ | ଅନ୍ୟ ଅତିଥି ଭାବେ ଏମପି ରମେଶ ଚନ୍ଦ୍ର ମାଝୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗଦେଇ ରାଜ୍ୟ ସରକାରଙ୍କ ଯୋଜନା ଉପରେ ଆଲୋକପାତ କରିଥିଲେ | ମୁଖ୍ୟମନ୍ତ୍ରୀ ସବୁବେଳେ ନବରଙ୍ଗପୁର ଜିଲ୍ଲାବାସୀ ଙ୍କ ଉନ୍ନତି ଲାଗି ଚେଷ୍ଟିତ, ରାସ୍ତା, ଘର, ସ୍ୱାସ୍ଥ୍ୟ, ବିଦ୍ୟାଳୟ ଆଦିର ଉନ୍ନତିକରଣ କରୁଥିବା କହିଥିଲେ | ଅନ୍ୟ ମାନଙ୍କ ମାଧ୍ୟରେ ପାପଡାହାଣ୍ଡି ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲିକ, ଜିଲ୍ଲା ଯୁବ ବିଜେଡି ସଭାପତି ଶିବାନନ୍ଦ ବିଶୋଇ, ଜିଲ୍ଲା ପରିଷଦ ସଭ୍ୟ ଯଶବନ୍ତ ନାୟକ ,ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀ,ଜଗତ ଜୀବନ ନାୟକ, ଯୁଗଳ ବିଶୋଇ, ତ୍ରିନାଥ ପ୍ରଧାନ,ତୁଳସା ଭତରା, ରଜନୀ କାନ୍ତ ଶାଶମଲ, ଶିବପ୍ରସାଦ ଅଗ୍ରୱାଲ, ମଣ୍ଟୁ ପରିଡା, ସରୋଜ ଜାଲ, ଭାନୁମତି ପୁଜାରି ପ୍ରମୁଖ ଉପସ୍ଥିତ ଥିଲେ | ସେଠାରୁ ମନ୍ତ୍ରୀ କଟାଗାଁ କାର୍ଯ୍ୟକ୍ରମ କୁ ଯାଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ମଡେଲ ସିନିଅର ସିଟିଜେନ ହେଲ୍ପ ସେଣ୍ଟରର ଦ୍ବାରା ଆନ୍ତର୍ଜାତିକ ଯୋଗ ଦିବସ।

masiha

ସର୍ଗିଗୁଡା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା ଅଭିଯୋଗ

masiha

ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!