ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଶୁର୍ଲା ମକର ମେଳାରେ ଗଜାନନ ଯୁବକ ସଂଘ, ଭୋଇରମୁଣ୍ଡା ପକ୍ଷରୁ ପାଣି ପାଉଜ୍ ବଣ୍ଟନ

କୁଶୁର୍ଲା ମକର ମେଳାରେ ଗଜାନନ ଯୁବକ ସଂଘ, ଭୋଇରମୁଣ୍ଡା ପକ୍ଷରୁ ପାଣି ପାଉଜ୍ ବଣ୍ଟନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନୀଳକଣ୍ଠେଶ୍ଵର ପୀଠ, କୁଶୁର୍ଲା ଠାରେ ସାତ ଦିନ ଧରି ୭୪ତମ ମିଳିତ ମକର ମେଳା ଅନୁଷ୍ଠିତ ହୋଇଯାଇଛି l ଦିନ ବେଳା ବଜାର ଓ ମେଳା ବୁଲି ମଜା ନେଉଥିବା ବେଳେ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ l ଖରା ସହିତ ମେଳାରେ ଲୋକଙ୍କ ଭିଡ଼ ରହୁଥିବାରୁ ଲୋକେ ପିଇବା ପାଣି ଜନିତ ସମସ୍ୟା ଦୂର କରିବା ପାଇଁ ଗଜାନନ ଯୁବକ ସଂଘ ଭୋଇରମୁଣ୍ଡାର ସମ୍ପାଦକ ତଥା ସ୍ଵେଚ୍ଛାସେବୀ ଅଶୋକ ସାହୁଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ପିଇବା ପାଉଜ ପାଣି ବଣ୍ଟନ କରାଯାଇଛି l ଏଥିରେ ସଙ୍ଘର କ୍ରୀଡା ସମ୍ପାଦକ ରାଜେଶ ସାହୁ, ଉଗ୍ରେ ସାହୁ, ମିଥୁନ ସାହୁ, ବିକାଶ ସାହୁ, ପିଙ୍କୁ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଛନ୍ତି l ଏଭଳି କାର୍ଯ୍ୟକୁ ମକର ମେଳା କମିଟି ପକ୍ଷରୁ ପ୍ରଶଂସା କରାଯାଇଥିବା ବେଳେ ବିଜେପି ଗଣମାଧ୍ୟମ ରାଜ୍ୟ ସହ-ସଂଯୋଜକ ଶୁଭ୍ରାଂଶୁ ସାହୁ, ଓକିଲ ସଂଘ ସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜୋନ-କ ହିରାମଣି ସାହୁ, ପୂର୍ବତନ ସରପଞ୍ଚ ସାପଲହରା ଲକ୍ଷ୍ମୀ ପ୍ରସାଦ ସାହୁ, ମୁଖ୍ୟ ସମ୍ପାଦକ ବିଟିଭି ବାଲ କୁମାର ସାହୁ, ଭବିଷ୍ୟ ଖବର ସାମ୍ବାଦିକା ଦିପାଞ୍ଜଳି ସାହୁ ପ୍ରମୁଖ ପ୍ରଶଂସା କରି ଧନ୍ୟବାଦ୍ ଦେବା ସହ ଆଗାମୀ ଦିନରେ ଏଭଳି କାମ ଜାରିରଖିବାକୁ ପରାମର୍ଶ ଦେଇଛନ୍ତି l ସଂଘ ର ସଦସ୍ୟ ବିଭିନ୍ନ ମହଲରୁ ଆସିଥିବା ପ୍ରସଂଶାକୁ ସ୍ଵାଗତ କରି ଉତ୍ସାହିତ ହୋଇ ଲୋକଙ୍କ ସେବା ଜାରିରଖିବାକୁ ପ୍ରିତିଶୃତି ବଦ୍ଧ ଥିବା ଜଣାପଡ଼ିଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ଆଜି ସମ୍ବଲପୁରୀ ଦିନ୍ ପାଳିତ ହୋଇ ଯାଇଛି

Sunil Chandra Nayak

ଜାତୀୟ ଆଇନ୍ ସେବା ଦିବସ ପାଳିତ

Sunil Chandra Nayak

ବାଳ ଗୋପାଳ ସେବା ନିକେତନ ଶିଶୁମାନଙ୍କ ଅଭିନବ ପ୍ରୟାସ ,  ଭାରତୀୟ ସେନାଙ୍କୁ ସ୍ଵହସ୍ତ ପ୍ରସ୍ତୁତ ରାକ୍ଷୀ ପ୍ରେରଣ

masiha

Leave a Comment

error: Content is protected !!