ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକଶିତ ଭାରତ ସଂକଳ୍ପ କାର୍ଯ୍ୟକ୍ରମ

ବିକଶିତ ଭାରତ ସଂକଳ୍ପ କାର୍ଯ୍ୟକ୍ରମ

ଜୁନାଗଡ଼,୧୯/୧(ମ ନି ସ)ଜୁନାଗଡ଼ ସହରର ଏନଏସି କାର୍ଯ୍ୟାଳୟ ଠାରେ ମୋଦି ସରକାର ଙ୍କ ସଂକଳ୍ପ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ଅବଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ରହି କେନ୍ଦ୍ର ସରକାରଙ୍କ ଅନେକ ଗ୍ୟାରେଣ୍ଟି ସ୍କିମ ବାବଦରେ ଅବଗତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଲାଲ ହିଆଲ, ପାରିଷଦ ମାଧବୀ ବାଗ, ମଞ୍ଜୁଳା ସେଠି ପ୍ରମୁଖ ଉପସ୍ଥିତ ରହି ଥିଲେ।ସେହିପରି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଏହି କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହୋଇଥିଲା ଏଥିରେ ନଗରପାଳ ମୁକେଶ ଅଗ୍ରୱାଲ, ସାଂସଦ ପ୍ରତିନିଧି କାଳୀନ୍ଦ୍ରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଥିଲେ।ଏଥିରେ କେନ୍ଦ୍ର ସରକାରଙ୍କ ଉଜ୍ଜଳ। ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବସୁଧା ଯୋଜନା, ପ୍ରଧାନମନ୍ତ୍ରୀ ସଡକ, ସ୍ୱାସ୍ଥ୍ୟ ପରିମଳ, ଯୋଗାଯୋଗ ପ୍ରଭୃତି କ୍ଷେତ୍ରରେ ଆଜି ଏକ ବିପ୍ଳବ ସୃଷ୍ଟି ହୋଇ ବିକଶିତ ଭାରତ ଭାବେ ଗତିକରୁଛି।ଦେଶବାସୀ ଏହି ବିକାଶ ର ଧାରା ମଧ୍ୟରେ ସାମିଲ ହୋଇଛନ୍ତି।ଏଣୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶ ବିଦେଶରେ ବେଶ ଆଦୃତ ହୋଇପାରିଛନ୍ତି।ଏଥିରେ ବିଭନ୍ନ ଯୋଜନାରେ ଉପସ୍ଥିତ ହିତା ଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନେକ ବୁଦ୍ଧିଜୀବୀ ଓ ସହରବାସୀ ଉପସ୍ଥିତ ରହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଯୋଡ଼ା ପୌରପାଳିକା ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ ରଣାଙ୍କ ଦାୟିତ୍ଵ ଗ୍ରହଣ କଲେ

Sunil Chandra Nayak

ନାରାୟଣପାଟଣା ଓଡିଆପେଣ୍ଠ ନିକଟରେ ବାଇକ ଅଟୋ ଧକ୍କା ଜଣେ ମୃତ୍ୟୁ ଜଣେ ଗୁରୁତ୍ବର 

masiha

ସହିଦ୍ ମନୋଜ କୁମାର ସ୍ବାଇଁ ଙ୍କୁ ଶ୍ରଦ୍ଧାଞ୍ଜଳି 

masiha

Leave a Comment

error: Content is protected !!