ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳଷଣ୍ଢପୁର ଠାରେ ଠିକାଦାର ସଂଘର ବୈଠକ ଅନୁଷ୍ଠିତ

କାଳଷଣ୍ଢପୁର ଠାରେ ଠିକାଦାର ସଂଘର ବୈଠକ ଅନୁଷ୍ଠିତ

ଆସିକା,୧୮/୬/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ଠିକାଦାର ସଂଘର ବୈଠକ ଆସିକା କାଳଷଣ୍ଢପୁର ଦଣ୍ଡ ମନ୍ଦିର ର ମେରୁ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥୁଲା l ଏହି ବୈଠକ ରେ ଆସିକା ବ୍ଲକ ଠିକାଦାର ସଙ୍ଘର ସଭାପତି ରାମଚନ୍ଦ୍ର ଜେନାଙ୍କ ସଭାପତିତ୍ଵ ରେ ଶରତ ଚନ୍ଦ୍ର ସ୍ୱାଇଁ, ସଞ୍ଜୟ ରାଉତ, ପ୍ରକାଶ ଚନ୍ଦ୍ର ସାହୁ, ପଣ୍ଡିତ ବଲ୍ଲଭମହାନ୍ତି, ବଳରାମ ପାଢ଼ୀ, ସୁରେନ୍ଦ୍ର ନାଥ ଗୌଡ଼, ପ୍ରଶାନ୍ତ କୁମାର ପ୍ରଧାନ, ସୁରେନ୍ଦ୍ର ନାଥ ବିଷୋୟୀ, ସଂଜୀବ ପାତ୍ର, କାଳିଆ ପଣ୍ଡା, ରବୀନ୍ଦ୍ର ଗୌଡ଼, ହାଡୁ ବନ୍ଧୁ ମହାନ୍ତି, ଶିବ ଶଙ୍କର ଭଞ୍ଜ,ରାଜେଶ,କାଁହୁ ଚରଣ ପଣ୍ଡା, କାମେଶ୍ୱର ପାତ୍ର, ଗୋବିନ୍ଦ ସାହୁ, ସମେତ ଶତାଧୂକ ଠିକାଦାର ଉପସ୍ଥିତ ଥିଲେ । ଆଜିର ଆଲୋଚନା ବେଳେ ଅତ୍ୟକ୍ଷଧୂକ ଲେସ ରେଟ କାମ ନକରି ନିର୍ଦ୍ଧାରିତ ଦର ରେ ସରକାରୀ କାମ କରିବା ବୋଲି ଠିକାଦାର ମାନଙ୍କ ଭିତରେ କରିବାଲାଗି ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଗଲା କ୍ଷ୍ତିର୍ତମାନ ଠିକାଦାର ମାନେ ସାଂପ୍ରତିକ ପରିସ୍ଥିତିରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଗଞ୍ଜାମ ଜିଲ୍ଲାର କିଛି ବ୍ଲକ ରେ ଅନ୍ୟ ବ୍ଲକ ର ଠିକାଦାର ଙ୍କୁ ଟେଣ୍ଡର ପ୍ରକ୍ରିୟାରେ ସୁଯୋଗ ନ ଦେବା ଯୋଗୁଁ ବୈଠକରେ ଠିକାଦାର ମାନେ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥ୍ ପ୍ରତି ଦୃଷ୍ଟିଦେବା କୁ ଦାବି କରିଥିଲେ । ସରକାର ଆଗାମୀ ଦିନରେ ଠିକାଦାର ମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ନ ଦେଲେ ରାଜ୍ୟ ଠିକାଦାର ସଂଘ ଧାରଣାରେ ବସି ବୋଲି ସଂଘର ବରିଷ୍ଟ ସଭ୍ୟ ମାନେ ମତ ରଖୁଥୁଲେ l ଗଞ୍ଜାମ ଜିଲ୍ଲା ରେ ଏକ ହଜାର ଠିକାଦାର ରହିଥ‌ିବା ବେଳେ ଆଗାମୀ ଦିନରେ ସମସ୍ତଙ୍କୁ ନେଇ ବିଶାଳ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ମତ ପ୍ରକାଶ ପାଇଥିଲା । ଏହି ବୈଠକ ରେ ଆସିକା ସମେତ ଧରାକୋଟ, ସାନଖେମୁଣ୍ଡି, ଦିଗପହଣ୍ଡି, ହିଞ୍ଜିଳିକାଟୁ, କୁକୁଡାଖଣ୍ଡି, ବ୍ରହ୍ମପୁର, ଆସିକା, କବିସୂର୍ଯ୍ୟନଗର ବ୍ଲକର ଠିକାଦାର ସଙ୍ଘର ସଭାପତି, ସମ୍ପାଦକ ମାନେ ଏହି ବୈଠକ ରେ ଯୋଗ ଦେଇଥିଲେ ।

Related posts

ପ୍ରଗତି ଉତ୍କଳ ସଂଘରେ ୬୮ତମ ପ୍ରତିଷ୍ଠା ଦିବସ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

Sunil Chandra Nayak

କେରଳ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ଧୂମଧାମରେ ପାଳିତ 

masiha

ଆମ ସଂକଳ୍ପ “ନିଶା ନୁହେଁ, ଜୀବନ” ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୁଦ୍ଧରେ ସଚେତନତା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ 

masiha

Leave a Comment

error: Content is protected !!