ଟେମରୀ(ମ ନି ସ):-୨୧/୦୪:- ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜୀଙ୍କ ଆର୍ଟ ଅଫ ଲିଭିଙ୍ଗ ଦ୍ବାରା ପରିଚାଳିତ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ତମ୍ବାଛଡାଠାରେ ଆଜି ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଗୋପି ନାଥ ମହାନନ୍ଦ ଓ କଳାହାଣ୍ଡି ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ସଂଯୋଜକ ଜନ୍ମେଜୟ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଉପେନ୍ଦ୍ର ସେନାପତି, ଚିତ୍ତରଞ୍ଜନ ସେନାପତି, ପ୍ରଧାନ ଗୁରୁଜୀ ସଞ୍ଜୟ ସେନାପତି, ନିରାକାର ବାଗ, ବବୃବାହାନ ସେନାପତି ତଥା ଅନ୍ୟାନ୍ୟ ଗୁରୁଜୀ ଓ ଗୁରୁମାତା ଯୋଗ ଦେଇଥିଲେ । ଏହି ବିଦ୍ୟାଳୟର ଶିଶୁ ରୁ ଅଷ୍ଟମ ଶ୍ରେଣୀ ଯାଏଁ ଥିବା ଛାତ୍ର ଛାତ୍ରୀମାନେ ନୃତ୍ୟ, ଗୀତ, ତଥା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିଲେ । କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଛି । ଏଥିରେ ତମ୍ବାଛଡା ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରରେ ପାଠ ପଢ଼ାଉଥିବା ଅଭିଭାବକଙ୍କ ମନରେ ଛାତ୍ରଛାତ୍ରୀଙ୍କ ମନ ମୁଗ୍ଧ କର ନୃତ୍ୟ, ଗୀତ ପ୍ରଦର୍ଶନ ଖୁସି ଓ ଆନନ୍ଦ ଭରିଦେଇଥିଲା।
ଜଗଜ୍ଜିବନ ସା ଙ୍କ ରିପୋର୍ଟ