ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେତିଶ ତମ ବାଦପାଲା ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଶ୍ରୀ ରାମଚନ୍ଦ୍ରପୁର ଆଞ୍ଚଳିକ ବାଦ ପାଲା ମଣ୍ଡପରେ ଗତ ଷୋହଳ ତାରିଖ ରାତିରେ ଆରମ୍ଭ ହୋଇ ଥିବା ତେତିଶ ତମ ବାଦପାଲା ଗତ କୋଡ଼ିଏ ତାରିଖ ରାତିରେ ଉଦ୍ ଯାପିତ୍ ହୋଇଯାଇଅଛି। ଉକ୍ତ ଉତ୍ସବରେ ପ୍ରାୟ ଶହସ୍ରାଧିକ ଜନସମାଗମ ହୋଇଥିଲା। ଉଦ୍ ଯାପନ ଉତ୍ସବ ରେ ଅନୁଷ୍ଠାନ ର ସଭାପତି ବିଜୟ କୁମାର ମିଶ୍ର, ସମ୍ପାଦକ ବିଦ୍ୟାଧର ସାହୁ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର, ବରିଷ୍ଠ ସଭ୍ୟ ଶତ୍ରୁଘ୍ନ ମିଶ୍ର, ଶ୍ରୀକାନ୍ତ ଭୂତିଆ,ଲୋକନାଥ ଜେନା,ବିମଳ ମିଶ୍ର, ସତ୍ୟାନନ୍ଦ ପାଣି, ଶତ୍ରୁଘ୍ନ ସାହୁ, ନବକିଶୋର ବେହେରା, ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର, ଙ୍କ ସହିତ ମାନ, ଦୁଃଶାସନ,ଶିବରାମ,ଅଖିଳ , ଶ୍ରୀ ଧର, ପ୍ରକାଶ, ବେଣୁଧର, କୈଳାସ କାର୍ଯ୍ୟକ୍ରମ ରେ ସକ୍ରୀୟ ସହଯୋଗ କରିଥିଲେ। ମାନ୍ୟବର ବିଧାୟକ ଙ୍କ ପ୍ରତିନିଧି ନିରାକାର ବାବୁ, ଉପସ୍ଥିତ ହୋଇ ପାଲା କମିଟି କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ।ଗାୟକ ଯୁବ ଜ୍ୟୋତି ଦୁର୍ଯ୍ୟୋଧନ ନାୟକ ଙ୍କୁ ସ୍ଥାନୀୟ ଗଁଦିଆ ଥାନ‌ର ଭାର ପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୂତିଆ ଗାୟକ ଜ୍ଞାନ ଜ୍ୟୋତି ଶରତ ଚନ୍ଦ୍ର ଦଳାଇ ଙ୍କୁ ବିଶିଷ୍ଟ ଅତିଥି ଭାବେ ସ୍ଥାନୀୟ ଗଁଦିଆ ଥାନ‌ର ଦ୍ବିତୀୟ ଅଧିକାରୀ ସୁବ୍ରତ କୁମାର ସାହୁ, ଓମାନପତ୍ର , ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କଳ୍ପଲତା ମେମୋରିଆଲ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେଇଥିଲା। କାର୍ଯ୍ୟ କ୍ରମରେ ଅନୁଷ୍ଠାନ ର ସଭାପତି ବିଜୟ କୁମାର ମିଶ୍ର, ସମ୍ପାଦକ ବିଦ୍ୟାଧର ସାହୁ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର ବରିଷ୍ଠ ସଭ୍ୟ ଶ୍ରୀକାନ୍ତ ଭୂତିଆ, ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ। ସ୍ଥାନୀୟ ଥାନା ଅଧିକାରୀ ସତ୍ୟ ବ୍ରତ ଭୂତିଆ, ବରିଷ୍ଠ ନାଗରିକ ପିତବାସ ପୁହାଣ ଓ ସଭାପତି ବିଜୟ କୁମାର ମିଶ୍ର ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନ ର ଉପଦେଷ୍ଟା, ତଥା, ରାଜ୍ୟ, ପ୍ରକ୍ରୁତିବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ମଞ୍ଚ ପରିଚାଳନା କରିଥିଲେ। ସମ୍ପାଦକ ବିଦ୍ୟାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

କଳାକାର ମହାସଂଘର ଶୋକସଭା 

masiha

ଶ୍ରୀ ଜଗନ୍ନାଥ କଥାମୃତ ଶିକ୍ଷା ଶିବିର ନିମନ୍ତେ ସାମ୍ବାଦିକ ସମ୍ମିଳନୀ

masiha

କୁଆରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!