ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଜନକ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ପାଳିତ 

ଓଡ଼ିଶା ଜନକ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ପାଳିତ 

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ବାଜିରାଉତ ଶିକ୍ଷା ନିକେତନ ମିଳିତ ଆନୁକୂଲ୍ୟରେ ଇତିହାସ ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ତିରୋଧାନ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ନାଟ୍ୟକାର ପ୍ରଫୁଲ୍ଲ କୁମାର ସାମଲ  ଓ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ  ମଧୁବାବୁ ଥିଲେ ସ୍ବତନ୍ତ୍ର ଉତ୍କଳ ଗଠନ ତଥା ଓଡ଼ିଆ ଅସ୍ମିତା ର ପ୍ରତିଷ୍ଠା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ଉତ୍ତମ ନାଗରିକ ଜୀବନ ନିର୍ବାହ ସହିତ ଉତ୍କଳ ଜାତୀୟତା ବୋଧ ସୃଷ୍ଟି କରିବା ପାଇଁଁ ସେ ଥିଲେ ସଂକଳ୍ପବଦ୍ଧ। ଓଡ଼ିଆ ଭାଷାଭାଷୀ ଓ ସଂସ୍କୃତି ସମ୍ପନ୍ନ ମଣିଷ ମାନଙ୍କୁ ସଂଘବଦ୍ଧ କରି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ର ସ୍ବପ୍ନ ସେ ଦେଖିଥିଲେ। ମଧୁବାବୁ ଥିଲେ ଧର୍ମ ନିରପେକ୍ଷତା ର ବିଶ୍ବାସୀ ଓ ଉଦାରବାଦୀ। ତାଙ୍କର ଜାତୀୟତାବାଦ ସଂକୀର୍ଣ୍ଣ କିମ୍ବା ମୌଳବାଦ ଭିତ୍ତିକ ନୁହେଁ। ସେ ଅନୁଭବ କରିଥିଲେ ଉତ୍କଳ ମାତାର ଉନ୍ନତି ରେ ହିଁ ଭାରତ ମାତାର ଉନ୍ନତି । ଯାହାଙ୍କ ପାଇଁ ଆଜି ଓଡ଼ିଶା, ଏକ ଭାଷା ଭିତ୍ତିକ ରାଜ୍ୟ ପ୍ରତିଷ୍ଠା ହୋଇ ପାରିଛି ବୋଲି ଆମେ ଗର୍ବ ଅନୁଭବ କରୁଛୁ, ବୋଲି ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। 

ସଭାପତିତ୍ବ ଅଭିଭାଷଣରେ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲି ଅତିଥି ମାନଙ୍କ ପରିଚୟ ସହ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ହୋଇ ପାରିବ ବୋଲି ମତ ରଖିଥିଲେ। ଏହି ଅବସରରେ ବିଦ୍ୟାଳୟ ର ଛାତ୍ରୀ ଇତିଶ୍ରୀ ସାମଲ, ସାଇ ସାଲୋନୀ ମଲ୍ଲିକ, ଶୁଭ୍ରାରାଣୀ କର, ସାଈଶ୍ରୀ ପଣ୍ଡା  ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜାତୀୟ ଜୀବନ ଦର୍ଶନ ଉପରେ ବକ୍ତବ୍ୟ ରଖି ମଧୁସୂଦନ ଦାସଙ୍କ କବିତା ଗୁଡ଼ିକ ସୁନ୍ଦର ଭାବରେ ଆବୃତ୍ତି କରିଥିଲେ। ବିଦ୍ୟାଳୟ ର ଅନ୍ୟତମ ଛାତ୍ରୀ ଦୀପିକା ବିଶ୍ବାଳ, ଶୁଭ୍ରାରାଣୀ କର, ଇତିକା ବିଶ୍ବାଳ, ସାଈଶ୍ରୀ ପଣ୍ଡା, ଜ୍ୟୋତି ନାୟକ, ତେଜସ୍ବିନୀ ବେହେରା ଓଡ଼ିଶା ର ଜାତୀୟ ସଂଗୀତ ବନ୍ଦେ ଉତ୍କଳଜନନୀ ସୁମଧୁର କଣ୍ଠରେ ଗାନ କରିଥିଲେ। ଓଡ଼ିଶା ର ଐତିହ୍ୟ ଓ ସାହିତ୍ୟ ସଂସ୍କୃତି ଉପରେ ହୋଇଥିବା ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ରେ ଭାଗନେଇ ସଠିକ୍ ଉତ୍ତର ଦେଇ ପୁରସ୍କାର ଗ୍ରହଣ କରିଥିଲେ। ସଭା ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟ ର ବରିଷ୍ଠ ସହ ଶିକ୍ଷୟିତ୍ରୀ ସୁଜାତା ବାରିକ। ଏହି ସଭାରେ ଶିକ୍ଷକ ବିପିନ ବିହାରୀ ସାମନ୍ତସିଂହାର ଓ ବିମଳ ମନ୍ତ୍ରୀ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ରେ’ ଓଡ଼ିଆ ପକ୍ଷ’ ପାଳନ ଅବସରରେ ଉପଖଣ୍ଡ ଶ୍ରମ କାର୍ଯ୍ୟାଳୟ ଆନୁକୁଲ୍ୟରେ ” ଓଡ଼ିଆ ନାମ ଫଳକ ଅଭିଯାନ ସଚେତନତା’ ରଥ ପରିକ୍ରମା 

masiha

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଲେ ନଗରପାଳ ଧର୍ମାନନ୍ଦ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!