ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କୁ ପି ଏମ କିଷାନ ସମ୍ମାନ ନିଧି ସହାୟତା ଟଙ୍କା ହସ୍ତାନ୍ତର 

ନବରଙ୍ଗପୁର ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କୁ ପି ଏମ କିଷାନ ସମ୍ମାନ ନିଧି ସହାୟତା ଟଙ୍କା ହସ୍ତାନ୍ତର 

ନବରଙ୍ଗପୁର:( ତା ୨.୮.୨୦୨୫)(ରବିନାରାୟଣମହାନ୍ତି))ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପି ଏମ କିଶାନ ସମ୍ମାନ ନିଧି ଅନ୍ତର୍ଗତ ଚାଷୀ ମାନଙ୍କୁ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମକୁ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ବିଶ୍ୱଜିତ ବର୍ମନ , ସି ଡି ଓ ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧୀର ରଞ୍ଜନ ବେହେରା,ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସମେତ ପ୍ରାୟ ୧୦୦ ଜଣ ଚାଷୀ ଉପସ୍ଥିତ ରହି ଦେଖିଥିଲେ। ଉତ୍ତରପ୍ରଦେଶ ରାଜ୍ୟର ବାରଣାସୀ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ୯ କୋଟି ୭୦ ଲକ୍ଷ ରୁ ଉର୍ଦ୍ଧ ଚାଷୀ ଭାଇ ଭଉଣୀ ମାନଙ୍କୁ ତାଙ୍କ ଜମା ଖାତାରେ ୨୦ ତମ କିସ୍ତି ମାଧ୍ୟମ ରେ ୨୦,୫୦୦ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି।ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଲକ୍ଷ ପତି ଦିଦି, ଚାଷ ପାଇଁ ଜଳସେଚନ, ଜନଧନ ଯୋଜନା ଉଲ୍ଲେଖ ସହ ଚାଷୀର ବିକାଶ ରେ ଦେଶର ବିକାଶକୁ ଉଲ୍ଲେଖ କରିଥିଲେ।ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ୧,୦୭,୫୩୯ ଜଣ ଚାଷୀ ଙ୍କ ଜମାଖାତା କୁ ପ୍ରତ୍ୟେକ ୨୦୦୦ ଟଙ୍କା ହସ୍ତାନ୍ତର କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡି ଆଇ ପି ଆର୍ ଓ ମନୋଜ ବେହେରା, ସି ଡି ଭି ଓ ରାଧେଶ୍ୟାମ ଲାଇକ,ଏ ଡି ଓ ଅନିଲ ପ୍ରହରାଜ, ଡି ପି ଡି ସିଦ୍ଧାର୍ଥ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନଳକୂପ ମରାମତି ନେଇ ବିଡ଼ିଓଙ୍କୁ ଦାବିପତ୍ର

masiha

ରଶ୍ମିପ୍ରଭାର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ

masiha

ଵାସିଙ୍ଗୀ ଅଂଚଳର ବିଶିଷ୍ଟ ସମାଜସେବୀ/ ଧର୍ମପରାୟଣ ବ୍ୟକ୍ତି ଇଂ ମହେନ୍ଦ୍ର ମହାନ୍ତଙ୍କ ଦେହାନ୍ତ 

masiha

Leave a Comment

error: Content is protected !!