ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକଧର୍ମୀୟ ସଂସ୍କୃତି

ଆଜି ହେଉଛି ସାବିତ୍ରୀ ଓଷା : ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓଷା ପାଳିଲେ ସଧବାନାରୀ

ମ. ରାମପୁର, ୧୯/୫ ( ମସୀହା): ଜଣେ ସ୍ତ୍ରୀ ପାଇଁ ସ୍ବାମୀ ହେଉଛି ତାର ସଙ୍ଖା ସିନ୍ଦୁର ଆଉ ସ୍ବାଭିମାନ । ଏପରି କି ସ୍ବାମୀ ଇହକାଳ ଏବଂ ପର କାଳର ଦେବତା । ଆଉ ଏଇ ସ୍ବାମୀ ସ୍ତ୍ରୀ ସଂପର୍କ ହେଉଛି ଜନ୍ମ ଜନ୍ମାନ୍ତର ର ସଂପର୍କ । ନିଶ୍ବାସ ବିଶ୍ବାସ ଓ ଭାଗ୍ୟ ଭରଷା ର ସାଥୀ ହେଉଛି ସ୍ବାମୀ । ସେଇଥି ପାଇଁ ତ ସ୍ବାମୀର ଶୁଭ ମନାସୀ ସ୍ତ୍ରୀ ସିନ୍ଥିରେ ନାଲି ସିନ୍ଦୁର ନେଇ ହାତରେ ନାଲି ଶଙ୍ଖା ପିନ୍ଧିଥାଏ । ବେଦୀର ହୋମ ନିଆଁ ଓ ବିବାହ ର ହାତ ଗଣ୍ଠିରୁ ସୃଷ୍ଠି ହୋଇଥାଏ ଏହି ଅତୁଟ ବନ୍ଧନ । ଦୁହିଁଙ୍କୁ ଜନ୍ମ ଜନ୍ମାନ୍ତର ପାଇଁ ଏକାକାର କରିଦିଏ ଏହି ବନ୍ଧନ । ସ୍ବାମୀର ହାତ କୁ ଧରି ସ୍ତ୍ରୀ ଜିବନର ବାଟ ଚାଲେ । ଆଉ ସ୍ତ୍ରୀର ପ୍ରିତି ଭରା ପ୍ରେମକୁ ସାଙ୍ଗରେ ନେଇ ଜିବନ ସାରା ବାଟ ଚାଲିବାକୁ ସାହାସ ଯୋଟାଏ ସ୍ୱାମୀ । ତେବେ ଜଣେ ସଧବା ସ୍ତ୍ରୀ ପାଇଁ ସିନ୍ଦୁର ହିଁ ସବୁ କିଛି । ଆଉ ଏଇ ସିନ୍ଦୁର କୁ ସୁରକ୍ଷା ଦେବାକୁ ସେ ଦେବା ଦେବୀଙ୍କୁ ପ୍ରାର୍ଥନା କରିଥାଏ । ଏବଂ ପ୍ରତି ବର୍ଷ ପାଳିଥାଏ ସାବିତ୍ରୀ ବ୍ରତ । ସେଥି ପାଇଁ ତ ସାବିତ୍ରୀ ହେଉଛନ୍ତି ସଧବା ନାରୀର ଆଦର୍ଶ । ସାବିତ୍ରୀ ଙ୍କ ଭଳି ଆଜୀବନ ସଧବା ରହିବା ପାଇଁ ପ୍ରତିଟି ବିବାହିତ ନାରୀ ପ୍ରାର୍ଥନା କରଥାନ୍ତି । ପ୍ରତି ବର୍ଷ ଜ୍ୟୋଷ୍ଠ ମାସ ଅମବାସ୍ୟା ତିଥିରେ ପାଳନ କରାଯାଏ ଏଇ ସାବିତ୍ରୀ ବ୍ରତ । ଆଉ ଆଜି ହେଉଛି ସେଇ ସାବିତ୍ରୀ ଓଷା ବା ବ୍ରତ । ଗାଁଠୁ ସହର, ପୁରରୁ ପଲ୍ଲୀ ସବୁଠି ଓଷା ପାଳିଛନ୍ତି ସଧବାନାରୀ । ଏପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ଼୍ ର ସମସ୍ତ ଗାଁର ନିଜ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ସଧବାନାରୀମାନେ । ତେବେ ପୌରାଣିକ ଅନୁସାରେ ଏଇ ସାବିତ୍ରୀ ବ୍ରତକୁ ନେଇ ଏକ କିମ୍ବଦନ୍ତି ମଧ୍ୟ ରହିଛି । କୁହାଯାଏ ମାଦ୍ର ଦେଶରେ ଅଶ୍ବପତି ନାମକ ଜଣେ ରାଜା ରାଜୁତି କରୁଥିଲେ । ଓ ତାଙ୍କର କୌଣସି ପୁତ୍ର କି କନ୍ୟା ସନ୍ତାନ ନଥିବାରୁ ଦୁଃଖରେ ଭାଙ୍ଗିପଡି ମୁନି ଋଷିଙ୍କୁ ଡାକି ସାବିତ୍ରୀ ଯଜ୍ଞ କରିଥିଲେ । ଆଉ ସେହି ଯଜ୍ଞ ବଳରେ ଏକ କନ୍ୟା ସନ୍ତାନ ପ୍ରାପ୍ତି କରିଥିଲେ । ଏବଂ ସେହି କନ୍ୟାଟିର ନା ରଖିଥିଲେ ସାବିତ୍ରୀ । ଦିନେ ସାବିତ୍ରୀ ବନ ଭିତରେ ଭ୍ରମଣ କରିବା ସମୟରେ ସାଲ୍ବ ରାଜା ଦ୍ୟୁମତସେନ ଙ୍କ ପୁଅ ସତ୍ୟବାନ ଙ୍କ ରୁପ ଓ ଗୁଣ ରେ ମୁଗ୍ଧ ହୋଇ ସ୍ବାମୀ ରୁପେ ଗ୍ରହଣ କରିଥିଲେ । ଯିଏକି ସେହି ସମୟରେ ବନରେ ବାସକରି ଫଳ ମୂଳ ଖାଉଥିଲେ । ସାବିତ୍ରୀ ଯେତେ ବେଳେ ସତ୍ୟବାନଙ୍କୁ ବିବାହ କରି ଜଙ୍ଗଳ ରେ ରହୁଥିଲେ ସେତେ ବେଳେ ସତ୍ଯବାନ ଙ୍କ ଆୟୁ ମାତ୍ର ଏକ ବର୍ଷ ଥିଲା । ଆଉ ଯେତେ ବେଳେ ତାଙ୍କ ବିବାହ କୁ ଏକ ବର୍ଷ ପୁରିଲା ସେତେ ବେଳେ କାଠ ସଂଗ୍ରହ କରିବା ପାଇଁ ଘଂଚ ବନ ଭିତରକୁ ଯାଇ ସାବିତ୍ରୀ ଙ୍କ କୋଳରେ ମୁଣ୍ଡ ରଖି ସତ୍ୟବାନ ଆଖିବୁଜି ଦେଇଥିଲେ । କୁହାଯାଏ ସତ୍ୟବାନଙ୍କ ମୃତ୍ୟୁ ପରେ ମଧ୍ୟ ଯମ ଦୂତ ମାନେ ତାଙ୍କ ଜୀବନକୁ ନେଇଯିବା ପାଇଁ ସାବିତ୍ରୀଙ୍କ ପାଖକୁ ଆସିଥିଲେ । ଏବଂ ସତୀ ସାବିତ୍ରୀ ଙ୍କ ସତୀତ୍ବ ଉଜ୍ଜଳ ତୋଫାପଣ ର ଛାୟା ତାଙ୍କୁ ଘେରି ରହିଥିଲା । ଫଳରେ ହାର ମାନି ସେଠାର ସତ୍ୟବାନ ଙ୍କ ଜୀବନ ଦୀପକୁ ଛାଡି ଚାଲି ଯାଇଥିଲେ ଯମଦୁତ ମାନେ । ଆଉ ଶେଷ ରେ ନିଜେ ଯମରାଜ ଆବିର୍ଭାବ ହେବା ସହିତ ସତ୍ୟବାନଙ୍କ ଜୀବନ କୁ ଧରି ଯମପୁର ଯିବା ପାଇଁ ବାହାରୀ ଥିଲେ । ଏହି ସମୟରେ ସାବିତ୍ରୀ ଯମରାଜଙ୍କ ପଛେ ପଛେ ଦୌଡିବାକୁ ଆରମ୍ଭ କରିଥିଲେ । ଯେଉଥିରେ ତୃପ୍ତ ହୋଇ ଯମରାଜ ତାଙ୍କୁ ତିନୋଟି ବର ଭିକ୍ଷା କରିବାକୁ କହିଥିଲେ । ତେବେ ପ୍ରଥମ ବରରେ ତାଙ୍କ ଅନ୍ଧ ଶଶୁରଙ୍କ ଚକ୍ଷୁ ପାଇବା ଓ ଦ୍ବିତୀୟ ବରରେ ଶଶୁରଙ୍କ ସଲ୍ବା ରାଜ୍ଯ ଫେରାଇ ଦେବା ପାଇଁ ବର ମାଗିଥିଲେ । ଏବଂ ତୃତୀୟ ବର ଭାବେ ସାବିତ୍ରୀ ନିଜ ଗର୍ଭରୁ ସତ ପୁତ୍ର ପାଇଁ ଜନ୍ତୁପତିଙ୍କ ଠାରେ କାମନା କରିଥିଲେ । ଆଉ ଯମରାଜ ତଥାସ୍ତୁ କହି ଫେରିବା ସମୟରେ ସ୍ବାମୀଙ୍କ ବିନା ସାବିତ୍ରୀ କିପରି ସତପୁତ୍ର ର ଜନନୀ ହେବ ବୋଲି ପ୍ରଶ୍ନ କରିଥିଲେ । ଆଉ ତା ପରେ ଯମରାଜ ନିରୁପାୟ ହୋଇ ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଆୟୁଦାନ କରିଥିଲେ । କିମ୍ବଦନ୍ତୀରୁ ପ୍ରଚଳିତ ଏଇ ଉପାକ୍ଷାନ କୁ ଆଧାର କରି ଆଜି ବି ସଧବାନାରୀ ମାନେ ନିଜ ସ୍ବାମୀଙ୍କ ଦିର୍ଘାୟୁ ପାଇଁ ସାବିତ୍ରୀ ବ୍ରତ ପାଳନ କରନ୍ତି । ଆଉ ନିଜ ସିନ୍ଥିରେ ସିନ୍ଦୁର ହାତର ସଙ୍ଖାକୁ ସବୁଦିନ ପାଇଁ ଶକ୍ତ କରିବାକୁ ବ୍ରତ ପାଳନ୍ତି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଲଡୁଗାଁ କଲେଜରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ମାନଝରି ଗ୍ରାମରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ନକଲି ସାର୍ଟିଫିକେଟ ଦେଇ ଶିକ୍ଷକତା ଚାକିରୀ କରିବା ପଡିଲା ମହଙ୍ଗା :ନକଲି ଶିକ୍ଷକ ଙ୍କ ନାମରେ ଥାନାରେ ଦେଲେ ଏତଲା ଗୋଷ୍ଟୀ ଶିକ୍ଷା ଅଧିକାରୀ 

Sunil Chandra Nayak

Leave a Comment

error: Content is protected !!