ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନଝରି ଗ୍ରାମରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ 

ମାନଝରି ଗ୍ରାମରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଦେଶ ର ବିଭିନ୍ନ ସ୍ଥାନରେ ଗତ ୧୭ ତାରିଖ ରୁ ଆରମ୍ଭ ହୋଇ ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି ସ୍ବଚ୍ଛତା ହି ସେବା କାର୍ଯ୍ୟକ୍ରମ କରାଯିବ । ସେଭଳି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରି ଗ୍ରାମରେ ରବିବାର ସକାଳ ୯ ଟା ରୁ ସର୍ବ ମଙ୍ଗଳା ମହାବିଦ୍ୟାଳୟ ତରଫରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ସର୍ବ ମଙ୍ଗଳା ମହାବିଦ୍ୟାଳୟ ର ପିଇଟି ଅଧ୍ୟାପକ ଶ୍ରୀଯୁକ୍ତ ସନ୍ତୋଷ କୁମାର ବାରିକ ଙ୍କ ନେତୃତ୍ୱରେ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାନଝରି ରାସ୍ତାରେ ଦୀର୍ଘ ଦିନ ଧରି ଡ୍ରେନ ସଫା ହୋଇ ନ ବାରୁ ଆଣ୍ଠୁଏ ପାଣି ଜମି ରହୁଥିଲା। ଏହି ଅବସରରେ ବରିଷ୍ଟ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ମଧ୍ୟ ସ୍ବଚ୍ଛତା କାର୍ଯ୍ୟ କ୍ରମରେ ସାମିଲ ହୋଇ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି ।ମାନଝରି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜଗ ଜୀବନ ଅଘ୍ରିଆ ,ପଙ୍କଜ ରାଉତ ,ଚୂଡାମଣି ଅଘ୍ରିଆ , ଓ ସର୍ବ ମଙ୍ଗଳା ମହାବିଦ୍ୟାଲୟ ର ଛାତ୍ରଛାତ୍ରୀ ମିଶି ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି ।ବରିଷ୍ଠ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଛାତ୍ର ଛାତ୍ରୀ ଙ୍କୁ ହେଣ୍ଡ ଗ୍ଲୋବ ର ବ୍ୟବସ୍ଥା କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ନିଦା ବିଷ୍ଣୁ ସାଜିଛି ଭେଷଜ ନିରୀକ୍ଷକ ବିଭାଗ,ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ବିନା ଲାଇସେନ୍ସ ରେ ଚାଲିଛି ମେଡିସିନ୍ ଷ୍ଟୋର 

Sunil Chandra Nayak

ନିୟମର ଖୋଲା ଉଲଂଘନ କରି ଗାଡ଼ି ସୋରୁମ : ପରିବହନ ଅଧିକାରୀ ଲୁଚାଉଛନ୍ତି ତଥ୍ୟ

Sunil Chandra Nayak

ତୁଲାପଡା ଧାନମଣ୍ଡିରୁ ୭୯ ବସ୍ତା ଧାନ ଜବତ

Sunil Chandra Nayak

Leave a Comment

error: Content is protected !!