ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ ପ୍ରୋସେସ ୱାଟର ଲେକ ଭାଙ୍ଗିବା ଘଟଣା  କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ କଂଗ୍ରେସ ଷ୍ଟିୟରିଂ କମିଟି 

ବେଦାନ୍ତ ପ୍ରୋସେସ ୱାଟର ଲେକ ଭାଙ୍ଗିବା ଘଟଣା 

କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ କଂଗ୍ରେସ ଷ୍ଟିୟରିଂ କମିଟି 

ବେଦାନ୍ତ ମୁଖ୍ୟ ପ୍ରକଳ୍ପ ଅଧିକାରୀ ଓ ସୁରକ୍ଷା ମୁଖ୍ୟଙ୍କ ଗିରଫ ଦାବି 

ଲାଞ୍ଜିଗଡ, ୨୨/୦୯( ମନିସ )- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ର ବିଷାକ୍ତ ଓ ବିକିରଣଯୁକ୍ତ ତରଳ ବର୍ଜ୍ୟ ସଂଗୃହିତ ପ୍ରୋସେସ ୱାଟର ଲେକ ହୁଡ଼ା ଭାଙ୍ଗି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଦୁର୍ଘଟଣାର ଏକ ସପ୍ତାହ ବିତିସାରିଥିବାବେଳେ ଅଞ୍ଚଳର ଲୋକେ ଆଜି ବି ଅତ୍ୟନ୍ତ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି। କମ୍ପାନୀ କର୍ତୃପକ୍ଷ ଘଟଣାଟିକୁ ଅତି ହାଲୁକା ଭାବେ ନେଇଥିବାବେଳେ ଲୋକଙ୍କୁ ବିପଦ ମୁହଁକୁ ଠେଲିଦେଇ ନୀରବଦ୍ରଷ୍ଟା ସାଜିଛନ୍ତି। ଏହାକୁ ନେଇ ତୀବ୍ର ବିରୋଧର ସ୍ୱର ଉଠୁଥିବାବେଳେ ଆଜି ଜିଲ୍ଲା କଂଗ୍ରେସ କମିଟିର ଏକ ଏଗାର ଜଣିଆ ପ୍ରତିନିଧି ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ସେହିପରି ଗଣମାଧ୍ୟମ ସହିତ ଆଲୋଚନା ସମୟରେ ବେଦାନ୍ତ ପ୍ରୋସେସ ୱାଟର ଲେକ ଭାଙ୍ଗିବା ଦୈବୀ ଦୁର୍ବିପାକ ନୁହେଁ ଏହା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ବୋଲି କହିଛନ୍ତି। ଏଥିପାଇଁ ଦାୟୀ କମ୍ପାନୀ ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଣବ ଭଟାଚାର୍ଯ୍ୟ, ସୁରକ୍ଷା ଓ ପରିବେଶ ବିଭାଗ ମୁଖ୍ୟ ହର୍ଷବର୍ଦ୍ଧନ ପାଣ୍ଡେଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବା ସହିତ ତୁରନ୍ତ ଗିରଫ କରିବା ଓ ବହିଷ୍କାର କରାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଥିଲେ। ସେହିପରି କ୍ଷତିଗ୍ରସ୍ତ ଚାଷୀଙ୍କୁ ପାଞ୍ଚଗୁଣା କ୍ଷତିପୂରଣ ରାଶି ପ୍ରଦାନ, କ୍ଷତିଗ୍ରସ୍ତ ଅଞ୍ଚଳର ସମସ୍ତଙ୍କ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା, ବିଷାକ୍ତ ହୋଇପଡିଥିବା ବଂଶଧାରା ନଦୀ କୂଳର ଗାଁ ଗୁଡିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଦାବି କରିବେ ବୋଲି କହିଥିଲେ। ସେହିପରି ପରିବେଶ ଉପରେ କୁପ୍ରଭାବ ଓ କ୍ଷତିଗ୍ରସ୍ତଙ୍କ ଆକଳନକୁ ନେଇ ଟାଳଟୁଳ କଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ବିରାଟ ଜନ ଆନ୍ଦୋଳନ କରିବ ବୋଲି ଏହି ପ୍ରତିନିଧି ଦଳ କହିଛନ୍ତି। ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲଙ୍କ ନେତୃତ୍ୱରେ

ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଲୋକସଭା ସାଂସଦ ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ, ଜିଲ୍ଲା କଂଗ୍ରେସ ଉପସଭାପତି ରାମକୁମାର ଜୈନ, ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ନାଏକ, କଂଗ୍ରେସ ନେତା ଅନୱର ଭାରତୀ, ପ୍ରେମଲାଲ ସାଗର, ଉତ୍ସବ ସାହୁ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ। ଏହି ପ୍ରତିନିଧି ଦଳ ସହିତ ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକ, ଡକା ମାଝୀ, ହରି ହରିଜନ, ସଦାନନ୍ଦ ନାଏକ, ପ୍ରଦୀପ ମାଝୀ, କୃଷ୍ଣ ତାଣ୍ଡି, ଖିତ ହରିଜନ, ମାଧୁରୀ ନାଏକ, ଜିତୁ ହରିଜନ, ପୂର୍ଣ୍ଣଚନ୍ଦ୍ର ନାଏକ ପ୍ରମୁଖ ସାମିଲ ହୋଇଥିଲେ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକରେ ଏଚ ଡି ଏଫ ସି ବ୍ୟାଙ୍କ ସମେତ ବିଭିନ୍ନ ଉନ୍ନତି ମୂଳକ କାମ ପାଇଁ ନିର୍ମିତ ୬ ଟି କଠା ଗୃହ ଗୁଡ଼ିକ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ ଙ୍କ ଦ୍ଵାରା ଉଦଘାଟିତ     

କୋକସରା ବ୍ଲକ୍ ଏନ ପି ଏସ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ବିଦ୍ୟାଳୟର କନିଷ୍ଠ ସହାୟକଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା 

masiha

Leave a Comment

error: Content is protected !!