ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଥିଲି ବ୍ଲକ କନଫରେନ୍ସ ହୋଲ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ର ୨୧ ପ୍ରକାର ଆଦିବାସି ମାନଙ୍କର ସମାଗମ 

ମାଥିଲି ବ୍ଲକ କନଫରେନ୍ସ ହୋଲ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ର ୨୧ ପ୍ରକାର ଆଦିବାସି ମାନଙ୍କର ସମାଗମ 

ନବରଙ୍ଗପୁର ତା ୫|୨|୨୪ ରିଖ ରବିବାର ଦିନ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କନଫରେନ୍ସ ହଲରେ ଅବିଭକ୍ତ କୋରାପୁଟ ଜିଲ୍ଲା ର ୨୧ ପ୍ରକାର ଆଦିବାସୀ ମାନଙ୍କର ସମାଗମ ହୋଇଥିଲା। ଦିନ ୧୧ ଘଣ୍ଟା ସମୟରେ ଆଦିବାସୀ ନେତା ସହିଦ୍ ବୀର ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ଚାରି ଜିଲ୍ଲାର ଆଦିବାସୀ ମୁଖ୍ୟ ମାନେ ଫୁଲମାଳ ଦେଇ, ବ୍ଲକ ପରିସର କୁ ଆସିଥିଲେ। ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ସଭାପତି ଶ୍ରୀ ଯୁକ୍ତ ଘେନୁ ମୁଦୁଲି ସ୍ବାଗତ ଭାଷଣ ଦେଇ ସମସ୍ତଙ୍କୁ ସ୍ବାଗତ କରିଥିଲେ। ପ୍ରଥମେ ରାୟଗଡ଼ା ଜିଲ୍ଲାର ସ୍ଵର୍ଗତ ଲକ୍ଷ୍ମୀ ମାଝୀ କେଶ୍ ବିଷୟରେ ରାୟଗଡ଼ା ଜିଲ୍ଲାର ଶ୍ରୀମତୀ ଲକ୍ଷ୍ମୀ ପ୍ରସ୍କା ବିଶଦ ଭାବେ ଜଣାଇ ଥିଲେ। ତା’ ପରେ ବର୍ତ୍ତମାନ ର ଓଡ଼ିଶା ରାଜ୍ୟ ସରକାର ୧୬୯ ଗୋଷ୍ଟି କୁ ଆଦିବାସୀ ମାନ୍ୟତା ଦେବାପାଇଁ ଯେଉଁ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଇଛନ୍ତି,ସେ ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ଆଦିବାସୀ ସଂସ୍କୃତି, ପରମ୍ପରା,ଚାଲିଚଳନ, ରୀତି ,ନୀତି ସହ ଖାପ ଖାଉଥିବା ଲୋକଙ୍କୁ ସାମିଲ କରିବା ସହ ଗୋଟେ ଗୋଟେ ଆଦିବାସୀ ଗୋଷ୍ଟି କୁ ଭାଗ ଭାଗ କରି ଦିଆଯାଇଥିବା କଥା ଜଣା ପଡିଲା। ଶେଷରେ ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଏକ ଆଦିବାସୀ ମହାସଙ୍ଘ ବା ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ଗଠନ କରାଗଲା। ଏହି କମିଟି ରେ ସବୁ ଜିଲ୍ଲାରେ ବସବାସ କରୁଥିବା ସବୁ ଆଦିବାସୀ ଗୋଷ୍ଟୀ ର ଜଣେ ଜଣେ ସଭ୍ୟ, ସଭ୍ୟା ନେ଼ଇ ୫୧ଜଣଙ୍କୁ ମନୋନୀତ କରାଗଲା।ନବରଙ୍ଗପୁର ଜିଲ୍ଲାର ବଳିଷ୍ଠ ସଂଗଠକ ଶ୍ରୀ ଯୁକ୍ତ ଅର୍ଜୁନ ଭତରା ଙ୍କୁ ସର୍ବସମ୍ମତି କ୍ରମେ ଅବିଭକ୍ତ କୋରାପୁଟ ଜିଲ୍ଲାର ସଭାପତି ଭାବେ ଚୟନ କରାଯିବା ସହ ରାୟଗଡ଼ା ଜିଲ୍ଲା ନିବାସୀ ଶ୍ରୀ ଯୁକ୍ତ ଟିବୁ ସରକା କୁ ସାଧାରଣ ସମ୍ପାଦକ, ଉପ ସଭାପତି ଭାବେ ସରସ୍ଵତୀ ନାୟକ, ବନମାଳୀ ମାଝୀ, ଦୈତାରି ଶୌରା, ଏବଂ କୃଷ୍ଣ ଚନ୍ଦ୍ର ଶାନ୍ତା ଙ୍କୁ ଚୟନ କରାଗଲା। ଉପଦେଷ୍ଟା କମିଟି ରେ ରାୟଗଡ଼ା ର ରାମଚନ୍ଦ୍ର ନିଶିକା, କୋରାପୁଟ ଜିଲ୍ଲା ରୁ ଝାଲିଆ ପାମୀୟା, ନବରଙ୍ଗପୁର ରୁ ଶଶିଧର ମାଝୀ, ମାଲକାଗିରିରୁ ଆନନ୍ଦ ମାଡି, ଆଇନ୍ ପରାମର୍ଶ ଦାତା ଭାବେ ଶ୍ରୀ ଯୁକ୍ତ ରବୀନ୍ଦ୍ର ମାଡି ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ମୁଖ୍ୟ ସଂଗଠକ ଭାବେ ଶ୍ରୀ ଯୁକ୍ତ ରାଜ ମୋହନ ଭତରା ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଗଲା। ଏହି ନବ ନିଯୁକ୍ତ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ମହା ସଂଘ କର୍ମ କର୍ତ୍ତା ଗଣ ଆଗାମୀ ଦିନରେ ହେବାକୁ ଥିବା ରାୟଗଡ଼ା ପ୍ରୋଗ୍ରାମ ରେ ଶପଥ ପାଠ ନେବେ ବୋଲି ଜଣାପଡିଛି। ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ମାଲକାନଗିରି ଆଦିବାସୀ କର୍ମଚାରୀ ସେଲ୍ ର ସଭାପତି ଶ୍ରୀ ଯୁକ୍ତ ଆନନ୍ଦ ମାଡି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୟପାଟଣା ବ୍ଲକ କର୍ମଚାରୀଙ୍କ ଅଂଶୁଘାତ ରେ ମୃତ୍ୟୁ ଅଭିଯୋଗ

କଳାହାଣ୍ଡି ଆଇନ ମହାବିଦ୍ୟାଳୟ ପରିଦର୍ଶନରେ ରାଜ୍ୟସଭା ସାଂସଦ

masiha

କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣଠାରେ ହିନ୍ଦୁ ଏକତା ମଞ୍ଚ,ଭାରତ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!