ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦାହାଣ୍ଡି ଠାରେ ଧନୁଯାତ୍ରା ଆରମ୍ଭ , ପ୍ରଥମ ରଜନୀରେ ଉଗ୍ରେସନ ଦରବାର ନାଟକ ଅନୁଷ୍ଠିତ

ଚନ୍ଦାହାଣ୍ଡି(ମନି ସ) ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମା ଠାରେ ବଲାଙ୍ଗୀର ଅଂଚଳର ପ୍ରସିଦ୍ଧ କଳାକାର ମାନଙ୍କ ଦ୍ୱାରା ପରିବେଶିତ ଧନୁଯାତ୍ରା ର ଆୟୋଯନ କରାଯାଇଛି । ଏହି ଅବସରରେ ଧନୁଯାତ୍ରାର ଶୁଭାରମ୍ଭ ରେ ସ୍ଥାନୀୟ ପୂଜକ ଦୁର୍ଯ୍ୟୋଧନ ପୁଜାରୀ ଏବଂ କମଳ ପୁଜାରୀ ଧୂପ ଦୀପ ପ୍ରଜଲ୍ୱନ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷା ବିତ କିଶୋର କୁମାର ଖମାରୀ,ସମ୍ମାନିତ ଅତିଥି ଭାବେ କୃଷ୍ଣ ଚନ୍ଦ୍ର ପୁଜାରୀ, ଚନ୍ଦାହାଣ୍ଡି ସମିତି ସଭ୍ୟ ପୌରସ ମାଝୀ, ଚଇତୁ ରାମ ଦଣ୍ଡସେନା,ବବି ବିଶୋଇ, ଚନ୍ଦ୍ରଧ୍ବଜ ଡଙ୍ଗରୀ,ପ୍ରମୂଖ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । ଅତିଥି ମାନେ ଚନ୍ଦାହାଣ୍ଡି ଭଳି ଉପାନ୍ତ ଅଂଚଳରେ ଏଭଳି ଏକ ପୈାରାଣିକ ନାଟକର ଆୟୋଯନ କରି ଅଂଚଳବାସୀଙ୍କୁ ପୂରାଣ ସଂପର୍କରେ ଭାବାଦର୍ଶ କରାଇଥିବା ରୁ ଧନୁଯାତ୍ରା କମିଟି ତଥା ଆୟୋଯକ ମାନଙ୍କ ଉଚ୍ଚସିତ ପ୍ରଶଂସା କରିଥିଲେ । ଧନୁଯାତ୍ରା କୁ ଅଧିକ ଆକର୍ଷିତ କରିଛି ମୀନା ବଜାର । ପ୍ରଥମ ରଜନୀରେ ନାଟକ ପ୍ରଥମ ସୋପନାରେ ଉଗ୍ରେସନ ଦରବାର ଅନୁଷ୍ଠିତ ହୋଇଥିଲା । କଳାକାର ମାନେ ଉପସ୍ଥିତ ଦର୍ଶକ ମାନଙ୍କ ମନ ମୋହିଥିଲେ । ଏହି ନାଟକ ଦଶ ଦିନ ଚାଲିବାକୁ ଥିବା ବେଳେ ଧନୁଯାତ୍ରା ଓ ମୀନାବଜାର ଦେଖିବା ନିମନ୍ତେ ଚନ୍ଦାହାଣ୍ଡି ବ୍ଲକ ସମେତ ସୀମାନ୍ତ ଛତିଶଗଡ ଏବଂ ପଡୋଶୀ କଳାହାଣ୍ଡି ଜିଲ୍ଲାର ବହୁ ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିଲେ । ପ୍ରତ୍ୟକ ଦିନ କଂସ ମହାରାଜ ଚନ୍ଦାହାଣ୍ଡି ଅଂଚଳର ଲୋକପ୍ରତିନିଧି , ସମାଜ ସେବୀ ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିମନ୍ତ୍ରିତ କରି ଅଂଚଳର ଭଲ ମନ୍ଦ ପଚାରି ବୁଝିବା ସହ ସମ୍ବର୍ଦ୍ଧିତ କରିବେ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମକୁ ସିଆରସିସି ବିଘ୍ନେଶ୍ବର ଆଚାରୀ ପରିଚାଳନା କରିଥିବାବେଳେ ସୁଶୀଲ ପୁଜାରୀ , ହିରାନ୍ୟ ମରକାମ ,ମୁରଲୀ ସାଗର,କୈଳାସ ବେହେରା , ଧୋନୀ ମାଝୀ, କୃଷ୍ଣ ସାଗର,କୁନୁ ଦଣ୍ଡସେନା, ମୁରଲି ରାଓ ,ଲଳିତ ପାଣ୍ଡେ ପ୍ରମୂଖ ସହଯୋଗ କରିଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଅଟୋ ଧକ୍କା ରେ ସ୍କୁଲ ଛାତ୍ରୀ ଗୁରୁତର

Sunil Chandra Nayak

INDIAN RAILWAYS LAUNCHES FESTIVE ‘ROUND TRIP PACKAGE’

Sunil Chandra Nayak

ଜୁନାଗଡ଼ରେ ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଛତା ସଚେତନତା ରେଲି

Sunil Chandra Nayak

Leave a Comment

error: Content is protected !!