ଚନ୍ଦାହାଣ୍ଡି-୨୧/୪(ମ ନି ସ ), ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଫଟକି ପଞ୍ଚାୟତ ଅନ୍ତର୍ଗତ ଭତ୍ତାଝର ଗ୍ରାମର ମନୋହର ଭାଟିଙ୍କ ଚାଷ ଜମିରେ ଥିବା କୂଅରୁ ଜଣେ ମାନସିକ ବିକାରଗସ୍ତ ଯୁବକର ଗଳିତ ମୃତ ଦେହ ପୋଲିସ ଉଦ୍ଧାର କରିଛି | ମୃତ ଯୁବକ ଜଣକ ଝରୀଗାଁ ଥାନା ଅଧୀନ ଆମାମୁଣ୍ଡା ଗ୍ରାମର ଦୁର୍ଯ୍ୟ ସାନ୍ତାଙ୍କ ପୁଅ ଶଙ୍କର ସାନ୍ତା(୧୮) ବୋଲି ଜଣାପଡିଛି | ସୂଚନାମୁତାବକ ମୃତ ଶଙ୍କର କିଛିମାସ ଧରି ମାନସିକ ଭାରସାମ୍ୟ ହରାଇ ଚନ୍ଦାହାଣ୍ଡି ଅଞ୍ଚଳରେ ନିବସ୍ତ୍ର ହୋଇ ଘୁରି ବୁଲୁଥିଲେ | ତେବେ ଆଜି ଭତ୍ତାଝର ଗ୍ରାମର ଜୈନିକ ବ୍ୟକ୍ତି ଶୌଚ ପାଇଁ କୂଅ ପାଖକୁ ଯାଇ କୂଅରେ ମୃତ ଦେହ ଭାସୁଥିବା ଦେଖି କୂଅ ତଥା ଜମି ମାଲିକ ମନୋହରଙ୍କୁ ସୂଚନା ଦେଇଥିଲେ | ମନୋହର ଏ ସମ୍ବନ୍ଧରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ପରେ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ନିର୍ଦେଶକ୍ରମେ ଏସଆଇ ଶିବପ୍ରସାଦ ମହାନ୍ତି ପୋଲିସ ଦଳ ସହ ଓ ସମିତି ସଭ୍ୟ ସନ୍ତୋଷ ପଟ୍ଟନାୟକ ଘଟଣାସ୍ଥଳକୁ ଯାଇ ମୃତ ଦେହ ଚିହ୍ନଟ କରି ଶବ ବ୍ୟବଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ସେଠାରେ ଶବ ବ୍ୟବଛେଦ ପରେ ପରିବାର ବର୍ଗକୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡିଛି | ତେବେ ମୃତ ଶଙ୍କର ଅଜାଣତରେ ଯାଇ ୫/୬ ଦିନ ପୂର୍ବରୁ ଚାଷ ଜମିରେ ଥିବା ଏହି କୂଅରେ ପଡି ମୃତ୍ୟୁ ବରଣ କରିଥିବା ପୋଲିସ ସନ୍ଦେହ କରୁଥିବା ବେଳେ ଥାନାରେ କେସ ନଂ ୯/୨୩ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି |
previous post