ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଗୋ ପଞ୍ଚାୟତର ୧୦ ନମ୍ବର ୱାର୍ଡର ୱାର୍ଡ ସଭ୍ୟାଙ୍କ ପରଲୋକ 

ସୁଗୋ ପଞ୍ଚାୟତର ୧୦ ନମ୍ବର ୱାର୍ଡର ୱାର୍ଡ ସଭ୍ୟାଙ୍କ ପରଲୋକ 

ଜଳେଶ୍ଵର,୧୦/୯(ମନିସ)-ଜଳେଶ୍ୱର ବ୍ଲକ୍ ଅନ୍ତର୍ଗତ ସୁଗୋ ପଞ୍ଚାୟତର ପଦ୍ମଲୋଚନ ପାତ୍ରଙ୍କ ପତ୍ନୀ ତଥା ୧୦ ନମ୍ବର ୱାର୍ଡର ୱାର୍ଡ ସଭ୍ୟା ଝୁନିରାଣୀ ପାତ୍ରଙ୍କ ଆଜି ସକାଳ ୭.୧୫ ମିନିଟ୍ ସମୟରେ କଟକ ବଡ ମେଡିକାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କର ୪୬ ବର୍ଷ ହୋଇଥିଲା। ଗତ ସୋମବାର ଦିନ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ।ପ୍ରଥମେ ଜଳେଶ୍ଵର,ପରେ ବାଲେଶ୍ୱର ଓ ଶେଷରେ କଟକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ।ଶେଷରେ ଆଜି ସେ ଆଖି ବୁଜିଲେ।ତାଙ୍କର ପାର୍ଥିବ ଶରୀରକୁ ସୁଗୋ ପଞ୍ଚାୟତ କାର୍ଯ୍ୟାଳୟକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା।ଜନସେବା ପ୍ରତି ତାଙ୍କର ନିଷ୍ଠା, ସରଳତା ଓ ଲୋକଙ୍କ ପ୍ରତି ଆତ୍ମୀୟତା ଯୋଗୁଁ ୫୦୦ ରୁ ଊର୍ଦ୍ଧ୍ୱ ପଞ୍ଚାୟତ ବାସୀ ତାଙ୍କର ଶେଷ ଦର୍ଶନ କରିବା ପାଇଁ ଏକତ୍ରିତ ହୋଇଥିଲେ। ତାଙ୍କର ବିୟୋଗ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ସମଗ୍ର ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି।

 ଶେଷ ଦର୍ଶନ ପାଇଁ ପିସିସି ସମ୍ପାଦକ ରାଜୀବ ପରିଡ଼ା,କୃଷି ବିଭାଗ ଅଧିକାରୀ ଅରୁଣ କୁମାର ପରିଡ଼ା,ସରପଞ୍ଚ ଜୟନ୍ତୀ ପରିଡ଼ା,ନାଏବ ସରପଞ୍ଚ ପୁଷ୍ପ ଲତା ଜେନା,ପୂର୍ବତନ ସମିତି ସଭ୍ୟା ଅପରାଜିତା ପ୍ରଧାନ, ସୁଗୋ ଗ୍ରାମ ମୁଖ୍ୟ ନାରାୟଣ ପରିଡ଼ା,ଗୋପାଳ ଚନ୍ଦ୍ର ଦାସ,ତ୍ରିଲୋଚନ ନାୟକ,ଅତୁଲ ଚନ୍ଦ୍ର ଭୂୟାଁ,ସଞ୍ଜିତ ପ୍ରଧାନ,ପବିତ୍ର ପାତ୍ରଙ୍କ ସମେତ ୱାର୍ଡ ସଭ୍ୟ, ସଭ୍ୟା ମାନେ ଉପସ୍ଥିତ ଥିଲେ।ପରେ ପୁରୀ ସ୍ଵର୍ଗଦ୍ଵାରକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା।ଏକ ମାତ୍ର ପୁତ୍ର ସୁବ୍ରତ ପାତ୍ର ମୁଖାଗ୍ନି ଦେଇଥିଲେ।ଝୁନିରାଣୀଙ୍କ ଆକସ୍ମିକ ଭାବେ ମୃତ୍ୟୁ ଖବର ପାଇ ଜଳେଶ୍ଵର ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଭଡା ଘରେ ଚାଲିଛି, ଆମ ଅଙ୍ଗନବାଡି କେନ୍ଦ୍ର

masiha

ମୋଟରସାଇକେଲ ମୁହାଁମୁହିଁ ଧକ୍କା ଜଣେ ମୃତ ଓ ଜଣେ ଗୁରୁତ୍ତର 

masiha

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଉରକେଲା ବିକାଶ ମଞ୍ଚର ଆଲୋଚନା

masiha

Leave a Comment

error: Content is protected !!