କେଇଟା ଦିନପରେ ଗଣେଶ ପୂଜା, ଓଡିଶାରେ ଆନ୍ଦ୍ରର ଗଣେଶ ମୂର୍ତ୍ତି ର ଚାହିଦା ବେସି
ବନ୍ଧୁଗାଁ ତା, ୮/୯/୨୬, ଚଳିତ ମାସର ୧୪ ତାରିଖ ରୁ ଆରମ୍ଭ ହବାକୁ ଥିବା ଗଣେଶ ପୂଜା ପାଇଁ କିଏ ତ ନିଜ ହାତରେ ମୂର୍ତ୍ତି କରିଥାନ୍ତି ଓ କିଏ ତ ଦୋକାନ ବଜାର ରୁ ମୂର୍ତ୍ତି କିଣିବା ପାଇଁ ନିକଟ ରାଜ୍ୟ ତଥା ଆନ୍ଦ୍ର ର ପାର୍ବତି ପୁରମ ସହରକୁ ମଧ୍ୟ ଯାଇ ପୂଜା କରିବା ପାଇଁ ବ୍ୟକୁଳ ଥିବାର ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳୁଛି I ସେଥି ମଧ୍ୟରୁ ଆଲମଣ୍ଡା ଠାରେ ଆନ୍ଦ୍ରରୁ ଆସି ମାସେ ପୂର୍ବରୁ ଏକ ଷ୍ଟଲରେ ରହି ୧୦୦ ଟଙ୍କାରୁ ଆରମ୍ଭ କରି ୧୫ ହଜାର ଟଙ୍କାର ଗଣେଶ ମୂର୍ତ୍ତି ଅନେକ ପ୍ରକାର ର ଭାବରେ ଚାଞ୍ଚ ଦ୍ୱାରା କୋରାଯାଇଥିବା ସୁନ୍ଦର ଓ ଚିକଣ ଏବଂ ମନକୁ ଛୁଇଁବା ପରି ସହ ଆଖିକୁ ଆକର୍ଶଣ ଭାବରେ ରଙ୍ଗ ବେରଙ୍ଗ ଭାବରେ କରି ବିକ୍ରି କରିଥିବା ହେତୁ ଅଧିକାଂଶ ଲୋକେ ପୂର୍ବପରି ପାର୍ବତୀ ପୁରମ କୁ ଣ ଯାଇ ଆଲମଣ୍ଡା ଠାରେ ହିଁ ଲୋକଙ୍କ ଭିତରେ ଯମୁଥିବାର ଦେଖିବାକୁ ମିଳିଛି I ବନ୍ଧୁଗାଁରେ ଗତ ଦୁଇବର୍ଷ ପୂର୍ବେ ଯେ କୌଣସି ସ୍ଥାନରେ ଗଣେଶ ପୂଜା କରିବା ପାଇଁ ହେଲେ ଜୟପୁରରୁ କାରିଗୋର ଆସି ପ୍ରାୟ ଜାଗାରେ ଗଣେଶ ମୂର୍ତ୍ତି କରୁଥିଲେ I କିନ୍ତୁ ବର୍ତମାନ କାରିଗୋର ମଧ୍ୟ ପ୍ରାୟ ଜାଗାରେ ମୂର୍ତ୍ତି କାମ ନ ପାଇବାର କାରଣ ଛାଞ୍ଚ ମାଧ୍ୟମରେ କମ ଦାମ ଓ ଗୋଟିଏ ଦିନରେ ମିଳୁଥିବାରୁ ଲୋକେ କାରିଗୋରି ମାନଙ୍କ ଦ୍ୱାରା ଆଜିକା ଦିନରେ ମୂର୍ତ୍ତି କରିବା ପାଇଁ ମନ ବଳଉ ନଥିବାର ଦେଖିବାକୁ ପାଇଛୁ I ଅନେକ ସ୍ଥାନରେ ଗଣେଶ ପୂଜା ନିମନ୍ତେ ଭଲ ଭଲ ଭଳିକି ଭଳି ଭାବରେ ମେଡ ଘର ଅନ୍ୟାନ୍ୟ ସୁନ୍ଦର ଆକୃତି ଭାବରେ ପୂଜା ମଣ୍ଡପ ଗୁଡିକ ସଜାଡ଼ିବାରେ ଯୁବ ଗୋଷ୍ଠି ପିଲା ପୂଜା କମିଟି ପିଲାଙ୍କୁ ବ୍ୟସ୍ତ ରହିଥିବାର ଦେଖିବାକୁ ମିଳୁଛି I ଗତ ବର୍ଷ ବନ୍ଧୁଗାଁ ସ୍ଥାନରେ ଅନେକ ଜାଗାରେ ଗଣେଶ ପୂଜା କରି କିଏ ତ ୩ ଦିନ, କିଏ ତ ୫ ଦିନ ଓ ଆଉ କିଏ ତ ୯ ଦିନରୁ ଉର୍ଦ୍ଧ ମଧ୍ୟ ରଖି ଶେଷ ବିଶର୍ଜନ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ଶେଷ ସମ୍ପନ୍ନ କରିଥିଲେ, ଯାହା ଲାଗୁଛି ଚଳିତ ବର୍ଷ ମଧ୍ୟ ସମସ୍ତ ସ୍ଥାନରେ ଗଣେଷ ପୂଜାର ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ କରିବେ ବଲି ସାଧାରଣ ଭାବରେ ଅଞ୍ଚଳ ବାସିଙ୍କ ମନ ଭାବନାର ବିଶ୍ୱାସ ରହିଅଛି I
କାନାଗାଁ ପଞ୍ଚାୟତ ରେ ବିଜେଡ଼ି ର ନୂତନ କର୍ମକର୍ତ୍ତା ଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା
ବନ୍ଧୁଗାଁ ତା, ୯/୯/୨୬, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକ ର କାନାଗାଁ ପଞ୍ଚାୟତ ଠାରେ ଆଜି ଜିଲ୍ଲା ବିଜେଡି ସଭାପତି ଶ୍ରୀ ଝିନ ହିକକାଙ୍କ ନିର୍ଦେଶ କ୍ରମେ ଆସନ୍ତା ୨୦୨୭ ରେ ହବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ନେଇ ବନ୍ଧୁଗାଁ ବ୍ଲକ ବିଜେଡି ସଭାପତି ଦୁର୍ଯ୍ୟ ନାଗ ଙ୍କ ତରଫରୁ ରାମିଜି ପୁଟ ଗାଁ ଠାରେ ଆଜି ବିଜେଡି ଜିଲ୍ଲା ସଭାପତି ଙ୍କ ନିର୍ଦ୍ଧେଶ କ୍ରମେ କାନାଗାଁ ପଞ୍ଚାୟତ ର ନୂତନ ପଞ୍ଚାୟତ ସଭାପତି ଭସ୍କୋର ନାଗ, ଉପ ସଭାପତିଶୁକ୍ରେୟା ମେଲେକା ସମ୍ଫାଦକ ସୁରେଶ କାଡ୍ରାକା, ସହ ସମ୍ଫାଦକ ସୁନ୍ଦାରାଓ ପିଡ଼ିକା, କଷାଧ୍ୟକ୍ଷ ରଙ୍ଗନାଥ ୱାଟାକା,ପଞ୍ଚାୟତ ଯୁବ ସଭାପତି ଦଷରୋଥ ମେଲେକା, ଉପ ସଭାପତି ଗଣେଶ ମେଲେକା,ସମ୍ଫାଦକ ପଲେୟା କାଡ୍ରାକା, ସହ ସମ୍ଫାଦକ ରଙ୍ଗନାଥ ମେଲେକା, କଷାଧ୍ୟକ୍ଷ ଗଙ୍ଗା ମେଲେକା, ପଞ୍ଚାୟତ ର ଛାତ୍ର ସଭାପତି ସନ୍ତୋଷ ୱାଟାକା, ଉପ ସଭାପତି ସୁଶାନ୍ତ କୁମାର ପିଡ଼ିକା, ସମ୍ଫାଦକ ପାତିଡ଼ି ମେଲେକା,ସହ ସମ୍ଫାଦକ କମିଟି କାଡ୍ରାକା,କଷାଧ୍ୟକ୍ଷ ସଞ୍ଜିବ ମେଲେକା,ଏହିପରି ଭାବରେ ଆଜି ଅନ୍ୟାନ୍ୟ ପଦବୀ ଚୟନ ହୋଇଥିଲା I ଏଥିରେ ବ୍ଲକ ସଭାପତି ଦୁର୍ଯ୍ୟ ନାଗ, ଜନ ୧ ପୂର୍ବତନ କର୍ଡିନେଟର ଲାଡୁ ହୁଲୁକା,ବ୍ଲକ ଯୁବ ସଭାପତି କାନୁ ଚରଣ ବେବରା, ଓ ଗାରିଡି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ବିଜେଡି ଦଳର ସାଧାରଣ ସମ୍ଫାଦକ ଗୋପୀନାଥ ବିଡ଼ିକା, ଜାଗୁଗୁଡା ପଞ୍ଚାୟତ ର ମାରିଗା ମେଲେକା, କୁମ୍ଭାରି ପୁଟ ପଞ୍ଚାୟତ ର ପଞ୍ଚାୟତ ସଭା ପତି କର୍ଣ୍ଣ ମିଶାଲୁ ଓ କାନାଗାଁ ଗ୍ରାମର ପୂର୍ବତନ ସୋରପଞ୍ଚ ରାତୁନୁ ୱାଟେକା,ଓ ଅନ୍ୟାନ୍ୟ ପଞ୍ଚାୟତ ରୁ ପ୍ରମୁଖ ବିଜେଡି ପ୍ରେମୀ ଉପସ୍ଥିତ ରହି ନୂତନ ଭାବବରେ ମନନୀତ ହୋଇଥିବା ପଞ୍ଚାୟତ ର ନୂତନ ବିଜେଡି କର୍ମୀ ଙ୍କୁ ଭଵ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ I ଏଥିସହ ଆସନ୍ତା ୧୫ ତାରିଖରେ କାପଲଡ଼ା ପଞ୍ଚାୟତ ଠାରେ ନୂତନ କର୍ମୀ ଚୟନ ପାଇଁ ସମୟ ନିର୍ଦ୍ଧାରିତ ହୋଇଥିଲା I
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

