ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଣି ଖଣି କଲୋନୀରେ ଚୋରି ମାମଲା; ୪୮ ଘଣ୍ଟାରେ ୨ ଅଭିଯୁକ୍ତ ଗିରଫ

ବଲାଣି ଖଣି କଲୋନୀରେ ଚୋରି ମାମଲା; ୪୮ ଘଣ୍ଟାରେ ୨ ଅଭିଯୁକ୍ତ ଗିରଫ

କେନ୍ଦୁଝର,୧୨|୮| (ନି.ପ୍ର.) : କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଧୀନ ଖଣି ଆବାସିକ କଲୋନୀରେ ଘଟିଥିବା ଚୋରି ଘଟଣାର ତ୍ୱରିତ ତଦନ୍ତ କରି ସଫଳତା ପାଇଛି ବଲାଣି ପୋଲିସ। ଚୋରି ଅଭିଯୋଗ ମିଳିବାର ୪୮ ଘଣ୍ଟା ମଧ୍ୟରେ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବଲାଣି ଶାନ୍ତିନଗର ଅଞ୍ଚଳର ଅର୍ଜୁନ ଗପ (୩୦) ଓ ମଙ୍ଗଲ ମୁଣ୍ଡା (୩୫) ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ପୋଲିସ ସୂଚନା ଅନୁଯାୟୀ, ଗତ ରବିବାର ଦିନ ବଲାଣି ଖଣି ଆବାସିକ କଲୋନୀର ଡବ୍ଲ୍ୟୁ-୩୫୦ ନମ୍ବର କ୍ୱାର୍ଟରରେ ରହୁଥିବା ସୁବାଷ ଚନ୍ଦ୍ର ମିଶ୍ରଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ଟିଣ ଛାତ ତାଡ଼ି ଭିତରକୁ ପ୍ରବେଶ କରି ନଗଦ ୨୦ ହଜାର ଟଙ୍କା ଚୋରି କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।ଘଟଣା ସମ୍ପର୍କରେ ଘର ମାଲିକ ସୁବାଷ ଚନ୍ଦ୍ର ମିଶ୍ର ବଲାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ବିଭିନ୍ନ ଦିଗରୁ ଖୋଳତାଡ଼ କରାଯିବା ସହ ଅଭିଯୁକ୍ତମାନଙ୍କ ଗତିବିଧି ସମ୍ପର୍କରେ ସୁରାକ ହାସଲ ପରେ ପୋଲିସ ଚଢ଼ାଉ କରି ଉଭୟ ଅଭିଯୁକ୍ତଙ୍କୁ କାବୁ କରିବା ସହ ଗିରଫ କରିଥିଲା। ଗିରଫ ବେଳେ ସେମାନଙ୍କ ନିକଟରୁ ନଗଦ ୨,୬୫୦ ଟଙ୍କା ଜବତ କରାଯାଇଥିବା ବଲାଣି ଥାନା ଅଧିକାରୀ ଜୋସକେତନ ଭୋଇ ସୂଚନା ଦେଇଛନ୍ତି। 

ଚୋରି ଘଟଣାର ଖୁବ୍‌ କମ୍‌ ସମୟ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ବଲାଣି ପୋଲିସର ସଫଳତାକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି। ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା ଦିଗରେ ପୋଲିସର ଏଭଳି ତ୍ୱରିତ ପଦକ୍ଷେପ ଜାରି ରହିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍

Related posts

ଧର୍ମପରାୟଣା ମହିଳାଙ୍କ ପରଲୋକ

Sunil Chandra Nayak

ଅବ୍ୟବସ୍ଥା ମଧ୍ୟରେ ଆଲମଣ୍ଡା ସାପ୍ତାହିକ ହାଟ

masiha

ଧର୍ମପ୍ରାଣ ବ୍ୟକ୍ତିତ୍ୱ ମଧୁସୂଦନ ବେହେରାଙ୍କ ବିୟୋଗ 

Sunil Chandra Nayak

Leave a Comment

error: Content is protected !!