ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋତୋମୁଣ୍ଡା – ଦହିମାଲ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ, ଦୁଇ ଜିଲ୍ଲା ମଧ୍ୟରେ ଯୋଡିବ ସମ୍ପର୍କର ସେତୁ

ଗୋତୋମୁଣ୍ଡା – ଦହିମାଲ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ, ଦୁଇ ଜିଲ୍ଲା ମଧ୍ୟରେ ଯୋଡିବ ସମ୍ପର୍କର ସେତୁ

କୋକସରା,୧୭/୩ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ହେଉଛି ନବରଙ୍ଗପୁର ଜିଲ୍ଲାର ପଡୋଶୀ ଅଞ୍ଚଳ। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ରହିଛି ସାମାଜିକ, ଅର୍ଥନୈତିକ ଓ ଭାଇଚାରାର ସମ୍ପର୍କ। ଧର୍ମଗଡ଼ ଓ କୋକସରା ବ୍ଲକର ଦଣ୍ଡପାଟ ଅଞ୍ଚଳର ହଜାର ହଜାର ଜନସାଧାରଣଙ୍କ ନବରଙ୍ଗପୁର ଜିଲ୍ଲା ସହିତ ବନ୍ଧୁବାନ୍ଧବ ସମ୍ପର୍କ ରହିଛି। ଦୁଇ ଜିଲ୍ଲାର ଜନସାଧାରଣ ମାନେ ଗମନାଗମନ ପାଇଁ ଦହିମାଲ ଓ ଗୋତୋମୁଣ୍ଡା ମଧ୍ୟରେ ରାସ୍ତା ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ଦୁଇ ଜିଲ୍ଲାର ପ୍ରଶାସନ ଓ ନିର୍ବାଚିତ ବିଧାୟକ ମନ୍ତ୍ରୀଙ୍କୁ ଦାବି କରି ଆସୁଥିଲେ। ତେବେ ଦୁଇ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାରେ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ରହିଥିବା କାରଣରୁ ରାସ୍ତା ନିର୍ମାଣରେ ବାଧକ ସାଜିଥିଲା ଜଙ୍ଗଲ ବିଭାଗର ଅନୁମୋଦନ। ଏନେଇ ଅଞ୍ଚଳବାସୀ ମାନେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ବାରମ୍ବାର ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିଲେ। ଏହାକୁ ନେଇ ଦୁଇ ଜିଲ୍ଲାର ନେତା ମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାର ଅଞ୍ଚଳବାସୀଙ୍କ ଗମନାଗମନକୁ ପ୍ରାଧାନ୍ୟ ଦେଇ ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଟକଲ ୭ କୋଟି ୫୧ ଲକ୍ଷ ୩୨ ହଜାର ୮୨୧ ଟଙ୍କା ବ୍ୟୟବରାଦରେ କାର୍ଯ୍ୟ ଆରମ୍ଭ ହୋଇଛି।ଶନିବାର ଗୋତୋମୁଣ୍ଡା ଠାରେ ସ୍ଥାନୀୟ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାସ୍ତା କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଦେଇଛନ୍ତି। କାର୍ଯ୍ୟକ୍ରମରେ ସାନ ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମଗଡ଼ ବଳରାମ ପୁଝାରି, ବେହେରା ସରପଞ୍ଚ ପ୍ରତିନିଧି ଭବେଶ ଗଇଁତା, ସୁରେଶ ସାହୁ, ପ୍ରଶାନ୍ତ ତିୱାରି, ଈଶ୍ୱର ଅଗ୍ରୱାଲ, ହିମାଞ୍ଚଳ ପୁଝାରି, ବିନୋଦ ସିଂ, ପାର୍ଥବ ମାଝୀ, ପୂର୍ଣ୍ଣଚନ୍ଦ୍ର ନାଏକ, ତୁଲାରାମ ଗୋପାଳ, ସୁବାସ ଖର୍ସେଲ ସମେତ ଅଞ୍ଚଳର ଶତାଧିକ ପୁରୁଷ ମହିଳା ଉପସ୍ଥିତ ରହି ଉପାନ୍ତ ଅଞ୍ଚଳର ରାସ୍ତା ନିର୍ମାଣ କରି ଗମନାଗମନରେ ସୁବିଧା ଯୋଗାଇ ଦେଇଥିବାରୁ ରାଜ୍ୟ ସରକାର ଓ ସ୍ଥାନୀୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଲୋଜଦୃଷ୍ଟି କଲେଜ ର ୧୫ତମ ବାର୍ଷିକ ଉତ୍ସବ ପାଳନ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ଦର୍ଶକ

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୩୬ ତମ ବାର୍ଷିକ ଉତ୍ସବ ପାଳିତ 

masiha

କୋକସରା ବ୍ଲକ ରାଜୀବ ନଗର ଠାରେ ଶକ୍ତି ସଦନ ପକ୍ଷରୁ ନାରୀ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!