ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳ ସଂପଦ ବିଭାଗର କାର୍ଯ୍ୟରତ ଓ ଅବସରପ୍ରାପ୍ତ ୱାର୍କ ଚର୍ଜଡ ୱଜେସ୍ ରେଗୁଲାର କର୍ମଚାରୀଙ୍କ ଜରୁରୀ ବୈଠକ

ଜଳ ସଂପଦ ବିଭାଗର କାର୍ଯ୍ୟରତ ଓ ଅବସରପ୍ରାପ୍ତ ୱାର୍କ ଚର୍ଜଡ ୱଜେସ୍ ରେଗୁଲାର କର୍ମଚାରୀଙ୍କ ଜରୁରୀ ବୈଠକ 

ଭୁଵନେଶ୍ବର : ରାଜ୍ୟ ଜଳ ସମ୍ପଦ ବିଭାଗ ଅବସରପ୍ରାପ୍ତ କାର୍ଯ୍ୟରତ ୱାର୍କଡ଼ ଚାର୍ଜ ଓ ୱେଜେସ ରେଗୁଲାର କର୍ମଚାରୀ ସଂଘର ରାଜ୍ୟ ଜଳ ସମ୍ପଦ ବିଭାଗ ଅବସରପ୍ରାପ୍ତ କାର୍ଯ୍ୟରତ ୱାର୍କ ଚାର୍ଜଡ଼ ଓ ୱେଜସ ରେଗୁଲାର କର୍ମଚାରୀ ସଂଘର୍ଷ ସମିତି, ଭୁବନେଶ୍ୱରଙ୍କ ପକ୍ଷରୁ ଏକ ମିଳିତ ବୈଠକ ଆବାହକ ମନୋଜ କୁମାର ପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତି ବିଜୟ କୁମାର ମହାରଣା ଅଧ୍ୟକ୍ଷତା କରିଥିବା ସ୍ଥଳେ ସମ୍ପାଦକ ନରେଶ ଚନ୍ଦ୍ର ଭଞ୍ଜ ବିବରଣୀ ପାଠ କରିଥିଲେ । ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଅବସରପ୍ରାପ୍ତ କାର୍ଯ୍ୟରତ ୱାର୍କ ଚାର୍ଜଡ଼ ଓ ୱେଜେସ ରେଗୁଲାର କର୍ମଚାରୀ ଯେଉଁମାନେ ତା.୧୨.୪.୧୯୯୩ ରିଖ ପୂର୍ବରୁ ଥିବା ୫୭୦୨ ବ୍ରଟଓଭର ୱାର୍କଡ଼ କର୍ମଚାରୀଙ୍କର ପୁରୁଣା ପେନସନ ଓସିଏସ (ପି) ନିୟମ ୧୯୯୨ ଅନୁଯାୟୀ ପ୍ରଦାନ କରିବା, ପି.ଜି ଏକ୍ଟ ୧୯୭୨ ଅନୁଯାୟୀ ଗ୍ରାଚ୍ୟୁଇଟି ଆଦି ପ୍ରଦାନ କରିବା,ୱାର୍କଡ଼ ଚାର୍ଜରୁ ୱେଜେସ ରେଗୁଲାର ହୋଇଥିବା କର୍ମଚାରୀଙ୍କୁ ୱାର୍କଡ଼ ଚାର୍ଜ ସମୟକୁ ହିସାବ କରି ଅବ୍ୟବହୃତ ଛୁଟି ଦରମା ପ୍ରଦାନ କରିବା ଓ ତା.୧.୩.୨୦୦୯ ରିଖ ଠାରୁ ୱାର୍କଡ଼ ଚାର୍ଯ୍ୟକୁ ବ୍ରଟଓଭର ହୋଇଯାଇଥବା ଏରିୟର ସାଲାରୀ ରିକୋଭରୀ ବନ୍ଦ କରିବା ଏବଂ ଏରିୟର ସାଲାରୀ ପାଇ ନଥିବା କର୍ମଚାରୀଙ୍କୁ ତାଙ୍କ ପ୍ରାପ୍ୟ ପୈଠ କରିବା ସମ୍ବଦ୍ଧରେ ସରକାର ଯଦି ବିହିତ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଜଳ ସମ୍ପଦ ବିଭାଗ କର୍ମଚାରୀଙ୍କ ପକ୍ଷରୁ ବିଧାନସଭା ସମ୍ମୁଖରେ ବିଶାଳ ଗଣଧାରଣା ଏବଂ ଆମରଣ ଅନଶନ ଦିଆଯିବା ସମ୍ପର୍କରେ ମତାମତ ଦେଇଥିଲେ । ଯଦି ସରକାର ଉପରୋକ୍ତ ଦାବୀ ଶୀଘ୍ର ପୂରଣ ନ କରନ୍ତି ତେବେ ଏ ସମ୍ବଦ୍ଧରେ ସରକାର ଦାୟୀ ରହିବେ ବୋଲି ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ଭଞ୍ଜ,ଅଜିତ କୁମାର ଦାସ,ସଭାପତି ବିଜୟ କୁମାର ମହାରଣା,ମନୋଜ କୁମାର ପତି,ପ୍ରସନ୍ନ କୁମାର ପ୍ରଧାନ,ସନ୍ତୋଷ କୁମାର ପତି,ବିଶ୍ୱ ବିହାରୀ ବିଶ୍ୱାଳ, ଦିଲ୍ଲୀପ କୁମାର ଦାସ,ମଙ୍ଗଳ ପଣ୍ଡିତ ଓ ଉଦୟ କୁମାର ଜେନା ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଓଡ୍ର ସାହିତ୍ୟ ସଂସଦ ର ପଚିଶତମ ବାର୍ଷିକ ଉତ୍ସବ: ୧୨ ପ୍ରତିଭାଧର ସମ୍ମାନିତ

Sunil Chandra Nayak

କାପୁଲୋଡା ପଞ୍ଚାୟତରେ ନିର୍ମାଣ ଧୀନ ନୂତନ ଲକ୍ଷ୍ମୀ ବସ ଷ୍ଟାଣ୍ଡ ସମ୍ପୂର୍ଣ ନିମ୍ନମାନର

masiha

ରାସ୍ତା ଦୁର୍ଘଟଣାରେ ହାଟବାଦଡା ରାଜସ୍ବ ନୀରିକ୍ଷକଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!