ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟ ରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

ସମାଜ ସେବା ହିଁ ସ୍ବେଚ୍ଛାସେବୀ ଙ୍କ ପରିଚୟ

ନବରଙ୍ଗପୁର—(ମସିହା)ରେଡକ୍ରସ ପ୍ରତିଷ୍ଠାତା ସାର୍ ହେନେରି ଡୁନାଣ୍ଟ ଙ୍କୁ ମନେ ପକେଇବା ସହ ପିଲାଙ୍କ ଭିତରେ ସମାଜ ସେବା ପାଇଁ ସଚେତନତା ସୃଷ୍ଟି ପାଇଁ ନବରଙ୍ଗପୁର ମହାବିଦ୍ୟାଳୟ ର ଯୁବ ରେଡକ୍ରସ ର ଦ୍ୱାରା ବିଶ୍ଵ ରେଡକ୍ରସ ଦିବସ ପାଳନ କରାଯାଇଛି। ପ୍ରଥମଥର ପାଇଁ ସ୍ବେଚ୍ଛାସେବୀଙ୍କ ସହ ମୁକ୍ତ ଆକାଶ ତଳେ ପଡିଆ ଗ୍ୟାଲେରୀ ରେ ଏକ ନିଆରା ଢଙ୍ଗରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଯୁବ ରେଡକ୍ରସ ଚେୟାରମେନ୍ ଡଃ ଭାସ୍କର ନାଥ ବିଶ୍ଵାଳ ଏହି ସଭାରେ ସଭାପତିତ୍ଵ କରି “ସମାଜ ସେବା ହିଁ ସ୍ୱେଚ୍ଛାସେବୀ ଙ୍କ ପରିଚୟ” ଆଉ ଏଥି ନିମନ୍ତେ ନିରନ୍ତର ପ୍ରୟାସ କରିବା ପାଇଁ ପରାମର୍ଶ ଦେଇଥିଲେ । ଯୁବ ରେଡକ୍ରସ ଜିଲ୍ଲା ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ସାର୍ ହେନେରୀ ଡୁନାଣ୍ଟ ଙ୍କ ଜୀବନୀ ଉପରେ ଆଲୋଚନା କରିବା ସହ ତାଙ୍କରି ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତ୍ତା ରେଡକ୍ରସ ଦିବସ ପାଳନ ର ଉପାଦେୟତା ତଥା ସମାଜ ପ୍ରତି ଛାତ୍ର ସମାଜର କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେ। ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଜାହାଙ୍ଗୀର ମହମ୍ମଦ ସ୍ୱେଚ୍ଛାସେବୀ ଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଫୁଟବଲ୍ ପ୍ରଶିକ୍ଷକ ଶ୍ରୀ ଅଶୋକ ପାତ୍ର,ଶ୍ରୀ ରାଜନ୍ ତ୍ରିପାଠୀ ଏବଂ ଶ୍ରୀ ପ୍ରଶାନ୍ତ ମିଶ୍ର ଙ୍କ ସହଯୋଗରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଅନ୍ୟତମ ରେଡକ୍ରସ କାଉନସିଲର ଅଧ୍ୟାପକ ଅଶ୍ଵିନୀ ବେହେରା ଓ ଅଧ୍ୟାପିକା ରଜନୀ ମିଞ୍ଜ ରେଡକ୍ରସ ଦିବସ ପାଳନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ନିଜ ନିଜ ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ସର୍ବୋପରି ଯୋଗ ଶିକ୍ଷା, ସାମାଜିକ କାର୍ଯ୍ୟ, ଆଲୋଚନା ବୈଠକ ଓ ଫୁଟବଲ୍ ଖେଳ, ରକ୍ତଦାନ ଶିବିର ଆଦି ଭଳି ଅନେକ ଗୁଡ଼ିଏ କାର୍ଯ୍ଯ ଆଗାମୀ ଦିନରେ ରେଡକ୍ରସ ଜରିଆରେ କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଠିକାଦାର ପ୍ରତି ବିମୁଖ ଆଉଟସୋର୍ସିଂ କର୍ମଚାରୀ ବ୍ୟାଙ୍କ ନିୟନ୍ତ୍ରଣରେ କର୍ମନିଯୁକ୍ତି ପାଇଁ ଦାବି

masiha

ଅକ୍ଷମ ହୋଇ ମଧ୍ୟ ସକ୍ଷମ ଅଟନ୍ତି ଦୁଇ ଭାଇ ଓ ମା ଭିନ୍ନକ୍ଷମ,ଜମି ବନ୍ଧାକରି ଦୋକାନ କରି ପରିବାର ପ୍ରତିପୋଷଣ କରିଛନ୍ତି

Sunil Chandra Nayak

ବାଣପୁର ବ୍ଲକରେ ୨ୟ ସମିତି ବୈଠକ ହୋ,ହାଲାରେ ଶେଷ : ବାହାରେ ଚାଉଳକୁ ନେଇ ବିଜେଡିର ପ୍ରତିବାଦ ସଭା 

Sunil Chandra Nayak

Leave a Comment

error: Content is protected !!