ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜରୁରୀ କାଳୀନ ସଭା ଅନୁଷ୍ଠିତ

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜରୁରୀ କାଳୀନ ସଭା ଅନୁଷ୍ଠିତ

କାମାକ୍ଷାନଗର (ମନିସ )11/10/23 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ କେରଯୋଳି ପଞ୍ଚାୟତ ଝାଞ୍ଜିରିବେରଣା ଗ୍ରାମରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜରୁରୀ କାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ସମାଜସେବୀ ରଘୁନାଥ ସିଂହଙ୍କ ନେତୃତ୍ୱରେ ସଭା ଅନୁଷ୍ଠିତ ହୋଇ ଥିବା ବେଳେ ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ପ୍ରଭାରୀ ଆଶ୍ୱିନ ନାଏକ, ଜିଲ୍ଲା କାର୍ଯ୍ୟକାରୀ ସଂଗଠକ ଦିବ୍ୟଜ୍ୟୋତି ନାଏକ। ଯୋଗ ଦେଇ ଚାଷୀ ଭାଇ ମାନେ କିଭଳି ଭାବେ ନିଜର ସରକାରଙ୍କ ଠାରୁ ହକ ର ଅଧିକାର ପାଇବା ପାଇଁ ସଚେତନ କରାଇ ଥିଲେ। ଚାଷୀ ଟିଏ ଖରା ବରଷା ସହି ଧାନ ବିଲରେ ଦୁଃଖ କଷ୍ଟ ସହି ଚାଷ କରୁ ଥିବା ବେଳେ ସଠିକ୍ ମୂଲ୍ୟ ପାଇ ପାରୁନାହିଁ। ଯାହା ଫଳରେ ଚାଷୀ ଭାଇ ଆଜି ହତାଶ। ଆଗାମୀ ଦିନରେ ଚାଷୀ ଭାଇ ମାନଙ୍କ ହକ୍ ର ଅଧିକାର ଯଦି ନ ମିଳିବ ତାହାଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ସଭାରେ ଗ୍ରାମର ସମସ୍ତ ମହିଳା, ପୁରୁଷ ଓ ଯୁବ ପିଢୀ ଅଂଶ ଗ୍ରହଣ କରି ଚାଷୀ ସଙ୍ଗଠନକୁ ମଜଭୁତ କରି ଥିଲେ। ପରି ଶେଷରେ ଜୟ ଯବାନ ଜୟ କିସାନ ନାରା ଦେଇ ସଭା ଶେଷ କରା ଯାଇ ଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ

Sunil Chandra Nayak

ବିଭିନ୍ନ ସ୍ଥାନରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

ପ୍ରଧାନଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!