ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବିଦ୍ୟାଳୟର ଅଧ୍ୟାପକଙ୍କୁ ମିଳିଲା ଜାତୀୟ ପଦକ ସମ୍ମାନ

ମହାବିଦ୍ୟାଳୟର ଅଧ୍ୟାପକଙ୍କୁ ମିଳିଲା ଜାତୀୟ ପଦକ ସମ୍ମାନ

ବାଲେଶ୍ଵର,୧୧/୧୦/୨୩ – ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରାଷ୍ଟ୍ରୀୟ ମହାନିର୍ଦ୍ଦେଶକ ଲେଫ୍ଟଲାଣ୍ଟ ଗୁରୁବୀର ପାଲ ସିଂହ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ମଙ୍ଗଳବାର ଗଞ୍ଜାମର ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ପରିଦର୍ଶନ କରିଛନ୍ତି । ସେଠାରେ ଅନୁଷ୍ଠିତ ” ଏକ ଭାରତ ଶ୍ରେଷ୍ଠ ଭାରତ ” ଓ ଆର୍ମି ଆଟାଚମେଣ୍ଟ ଶିବିର ମଧ୍ୟ ପରିଦର୍ଶନ କରିନଥିଲେ । ସେଠାରେ ସେ ସର୍ବଭାରତୀୟ ସ୍ତରରୁ ଏନ୍ ସି ସି କ୍ୟାଡେଟ ମାନଙ୍କୁ ଉଦବୋଧନ ଦେବା ସହିତ ୭ମ ଓଡ଼ିଶା ଏନ୍ ସି ସି ବାଟାଲିୟନ ଅଧିନସ୍ଥ ବାଲେଶ୍ଵର ଜିଲ୍ଲା ଖଇରା ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ତଥା ଏନ୍ ସି ସି ଅଧିକାରୀ ଲେଫ୍ଟଲାଣ୍ଟ ଡଃ. ଉଦୟ ରଞ୍ଜନ ଦାସଙ୍କୁ ଡିଜି ପଦକ ଦେଇ ସମ୍ମାନିତ କରିଥିଲେ । ଏହି ଶିବିରରେ ଓଡିଶା ଏନ୍ ସି ସି ର ଉପ ମହା ନିର୍ଦ୍ଦେଶକ କମାଣ୍ଡର ଜେ ସୁରେଶ ବ୍ରହ୍ମପୁର ଏନ୍ ସି ସି ଗୃପ କମାଣ୍ଡର କର୍ଣ୍ଣେଲ ବିନୟ କ୍ଷେତ୍ରପାଳଙ୍କ ସହିତ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ଅଫିସର ମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ କି ଏଲଟି ଡ଼. ଉଦୟ ରଞ୍ଜନ ଦାସ ଚଳିତ ବର୍ଷ ବାହାନଗା ଟ୍ରେନ ଦୁର୍ଘଟଣା ସମୟରେ ଖଇରା କଲେଜର ଏନ୍ ସି ସି କ୍ୟାଡେଟ ମାନଙ୍କୁ ନେଇ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇ ଏ ଅଞ୍ଚଳରେ ଉଚ୍ଚ ପ୍ରଶଂସିତ ହୋଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ପ୍ରମୁଖ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ଦ୍ବାରା ସମୀକ୍ଷା ବୈଠକ ଅନୁଷ୍ଠିତ

masiha

ବିବେକ ଜଳ ତରଫରୁ ଜଳଛତ୍ର ଉଦଘାଟିତ

Sunil Chandra Nayak

ଦିବ୍ୟ ହୃଦୟ ବିଦ୍ୟାଳୟ ର ଛାତ୍ରୀ ଙ୍କୁ ମିଳୁନି ଆହାର

masiha

Leave a Comment

error: Content is protected !!