ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମଜୟନ୍ତୀ ପାଇଁ ପ୍ରେସମିଟ୍

ଜନ୍ମ ମହୋତ୍ସବରେ ଯୋଗଦେବେ ୫ ହଜାର ଭକ୍ତ

ନର୍ଲା,୭|୨(ମନିସ):୮ ତାରିଖରେ ନର୍ଲା ସତସଙ୍ଗ କେନ୍ଦ୍ରରେ ଅନୁଷ୍ଠିତ ହେବ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମ ମହୋତ୍ସବ ଓ ନର୍ଲା କେନ୍ଦ୍ରର ଷୋଡଶତମ ବାର୍ଷିକ ଉତ୍ସବ । ଏଥିରେ ଜିଲ୍ଲା ଭିତରୁ ଓ ବାହାରୁ ବହୁ ସଂଖ୍ୟକ ଭକ୍ତ ଯୋଗଦେବେ । ଏଥିପାଇଁ ସରକାରୀ ଅନୁମତିକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରାତଃ ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ଏଥିରେ ଏକାଧିକ ଡାକ୍ତର ଯୋଗଦେବେ ବୋଲି ସୂଚନା ମିଳିଛି । ନର୍ଲାରେ ଆଗାମୀ ଦିନରେ ତିଆରି ହେବ ଏକ ଦେଢ କୋଟିର ମନ୍ଦିର ବୋଲି ପ୍ରେସମିଟରେ ସୂଚନା ଦିଆଯାଇଛି । ଶ୍ବେତ କୁମାର ନାଏକ,ଚିତ୍ତରଞ୍ଜନ ପଟ୍ଟନାୟକ, ସରୋଜ ଜେନା, ବଟକୃଷ୍ଣ ଡାକୁଆ,ହୃଷିକେଶ ଭୋଇ,ଶାନ୍ତନୁ କୁମାର ମୁଜମଦାର୍ ପ୍ରମୁଖ ପ୍ରେସମିଟ୍ ରେ ଯୋଗଦେଇଥିଲେ ।

ଦୀପକ କୁମାର ଠାକୁର ନର୍ଲା ମସୀହା ପ୍ରତିନିଧି।

Related posts

ସରସ୍ୱତୀ ଶିଶୁ ମନ୍ଦିରରେ ସଂକୁଳ ସ୍ତରୀୟ ବୈଦିକ ଗଣିତ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସିଧାପ୍ରାସରଣ ଦେଖିଲେ ଜୁନାଗଡ଼ ବାସୀ

masiha

ଖଡ଼ିଛୁଆ ଓ ପ୍ରବେଶ ଉତ୍ସବ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!