ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪ ଦଫା ଦାବି ନେଇ ରାଇରଙ୍ଗପୁର ରେ ଇଣ୍ଡିଆ ବ୍ଲକ ପକ୍ଷରୁ ସମଗ୍ର ଓଡିଶା ବନ୍ଦ ପାଳନ 

୪ ଦଫା ଦାବି ନେଇ ରାଇରଙ୍ଗପୁର ରେ ଇଣ୍ଡିଆ ବ୍ଲକ ପକ୍ଷରୁ ସମଗ୍ର ଓଡିଶା ବନ୍ଦ ପାଳନ 

ରାଇରଙ୍ଗପୁର – ୮/୧୦: ୪ ଦଫା ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ସମଗ୍ର ଓଡିଶା ବନ୍ଦ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ଉପଖଣ୍ଡରେ ହରତାଳ ର ପ୍ରଭାବ ଦେଖିବାକୁ ମିଳିଛି। ଏମଏମଡିଆର ସଂଶୋଧନ ଆଇନ୨୦୨୬ ରଦ୍ଦ, ସିଇସି ଜ୍ଞାନେଶ କୁମାର ଙ୍କ ତୁରନ୍ତ ଇସ୍ତଫା, ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ନେଇ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାଵି ଓ ଚଳିତ ବର୍ଷ ବନ୍ୟା ପିଡିତା ଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ପ୍ରଦାନ ଦାବି ନେଇ ରାଇରଙ୍ଗପୁର ରେ ଇଣ୍ଡିଆ ବ୍ଲକ ତରଫରୁ ହଡତାଳ ଓ ପ୍ରତିବାଦ କରାଯାଇଥିଲା। ଏଇ ପରିପ୍ରେକ୍ଷୀରେ ବାମନଘାଟୀ ଉପଖଣ୍ଡରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ ଦଳର ବରିଷ୍ଠ ନେତା ଓ କର୍ମୀ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦଳର କର୍ମୀଙ୍କ ପିକେଟିଂ ଯୋଗୁଁ ବିଭିନ୍ନ ସ୍ଥାନରେ ଚାରି ଚକିଆ ଯାନବାହନ, ବସ, ଟ୍ରକ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୋକାନ, ବଜାର, ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ,ଵୀମା ସବୁ ବନ୍ଦ ରହିଛି। ରାଇରଙ୍ଗପୁରରେ ପ୍ରାକ୍ତନ ଵିଧାୟକ ଲକ୍ଷ୍ମଣ ମାଝୀ, ପ୍ରାକ୍ତନ ଵିଧାୟକଶ୍ୟାମ ଚରଣ ହାଁସଦା,ପ୍ରାକ୍ତନ ଵିଧାୟକ ପ୍ରହଲ୍ଲାଦଦ ପୂର୍ତ୍ତି, ଚିକୁ ମହାନ୍ତି ପ୍ରମୁଖଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ହରତାଳ ଜାରି ରହିଛି। ଦଳର ବରିଷ୍ଠ ନେତା ଓ କର୍ମୀ ମାନଙ୍କ ଦ୍ଵାରା ପିକେଟିଂ କରାଯାଇ ଦୋକାନ, ବଜାର, ଗାଡ଼ି ମଟର ଚଳାଚଳ ବନ୍ଦ କରାଯାଉଛି । ସେପଟେ ହଡତାଲ ଯୋଗୁଁ ୪୯ ନଂ ଜାତୀୟ ରାଜପଥ ଓ ୨୨୦ ନଂ ଜାତୀୟ ରାଜପଥରେ ଅଖଚକ ବନ୍ଦ ରହି୍ଥିଲା । ବସ ଚଳାଚଳ ବନ୍ଦ ରହିଥିଲା ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ପୋଖରୀ ରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

masiha

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଆଇନ ସଚେତନତା କର୍ମଶାଳା 

Sunil Chandra Nayak

ଧିରେ ଧିରେ ଲୋପ ପାଇବାକୁ ବସିଲାଣି କଂସା ବାସନ ଶିଳ୍ପ 

Sunil Chandra Nayak

Leave a Comment

error: Content is protected !!