ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୧୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସହ ୧୭ ନୂତନ ନିଯୁକ୍ତ ଶିକ୍ଷକଙ୍କୁ ସ୍ଵାଗତ 

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୧୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସହ ୧୭ ନୂତନ ନିଯୁକ୍ତ ଶିକ୍ଷକଙ୍କୁ ସ୍ଵାଗତ 

       କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଖିଳ ଉତ୍କଳ ଶିକ୍ଷକ ସଂଘ ତରଫରୁ ଏକ୍ସ ବୋର୍ଡ ଏନ ୟୁ ପି ସ୍କୁଲ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ବ୍ଲକ ରେ କାର୍ଯ୍ୟରତ ରହି ଅବସର ହୋଇଥିବା ୧୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ସମ୍ବର୍ଦ୍ଧନା ଓ ନୂତନ ନିଯୁକ୍ତି ପାଇଥିବା ୧୭ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା। ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବନ୍ଧୁଗାଁ ଥାନା ଭାର ପ୍ରାପ୍ତ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ ରଘୁନାଥ ପାଙ୍ଗି, ସଭାପତି ଭାବେ ଦେବେନ୍ଦ୍ର ଗମାଙ୍ଗ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପୂର୍ବତନ ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଦନ ମୁଦୁଲି, ଈଶ୍ୱର ଚନ୍ଦ୍ର ମୁଦୁଲି, ମଦନ ପାଣି , ରାଜ୍ଯ ଶିକ୍ଷକ ସଂଘ ଉପ ସଭାପତି ସୁରେନ୍ଦ୍ର କୁଲଦୀପ ଓ ଲକ୍ଷ୍ମୀପୁର ବ୍ଲକ ଶିକ୍ଷକ ସଂଘ ସଭାପତି ଦୟା ଗରଡ଼ା ଉପସ୍ଥିତ ରହି ଥିଲେ। ଅବସରପ୍ରାପ୍ତ ଶିକ୍ଷକ ଭାବଗ୍ରାହୀ ମୁଦୁଲି, ଏ ନାରାୟଣ ସୁବୁଦ୍ଧି, ସି ଏଚ ବୈଜୟନ୍ତୀ ମାଳା ପାତ୍ର, ସର୍ବେଶ୍ଵର ସାମନ୍ତରାୟ, ଭାସ୍କର କୁମାର ପାଢ଼ୀ, ତପନ କୁମାର ପାତ୍ର, ଗୁରୁଚରଣ ସେଠୀ, ଗୋବିନ୍ଦ ପ୍ରଧାନ, ସୂର୍ଯ୍ୟ ମଣି ଜେନା, ଶରତ ଚନ୍ଦ୍ର ପାତ୍ର, କୃପାସିନ୍ଧୁ ମିଶ୍ର, ଅନନ୍ତ ଚରଣ ଜେନା ଓ ପୂର୍ବତନ ହେଡ କ୍ଲାର୍କ ଗୌରୀ ଶତପଥି ଙ୍କୁ ପୁଷ୍ପା ଗୁଛ ଓ ଫୁଲମାଳ ଦେଇ ଉପଢୌକନ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବନ୍ଧୁଗାଁ ବ୍ଲକ ନିଖିଳ ଉତ୍କଳ ଶିକ୍ଷକ ସଂଘ ସଭାପତି ମନୋଜ କୁମାର ବାଘ,ସମ୍ପାଦକ କେ ପ୍ରତାପ କୁମାର, ଉପ ସଭାପତି ସବିତା ଦେବୀ ପୁସିକା ଓ ଜିଲ୍ଲା କର୍ମକର୍ତ୍ତା ସନ୍ୟାସୀ ରାଓ ଦେବରପଲ୍ଲୀ , ଗୋଷ୍ଠି ସାଧନ କେନ୍ଦ୍ର କର୍ମୀ ସଞ୍ଜୟ ସିଂ, ନିରଞ୍ଜନ ସାହୁ, ଅଜିତ ପରିଡ଼ା, ସଞ୍ଜୀବ ମହାପାତ୍ର ଓ ବ୍ଲକ ଶିକ୍ଷକ ସଂଘ ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହ ଶେଷ କରିଥିଲେ। ଏଥିସହ ସ୍ଥାନୀୟ ପୋଲିସ ନିୟୋଜିତ ରହି କାର୍ଯ୍ୟକ୍ରମରେ ସୁରକ୍ଷା ପ୍ରଦାନ କରି ଶାନ୍ତି ଶୃଙ୍ଖଳା ଯୋଗାଇ ଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ସୁରେଶ କୁମାର ସାହୁ , ସଂଗ୍ରାମ କେଶରୀ ନାୟକ ଓ ପ୍ରଶାନ୍ତ କୁମାର ମହାନ୍ତି ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ।

ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ବିଜୁଳୀ ଘଡଘଡ଼ି ପଡି ୨ ଟି ମଇଁଷି ମୃତ୍ୟୁ

masiha

ସରକାର ଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସରପଞ୍ଚ ଙ୍କ ଦଲାଲ ହାତରେ

Sunil Chandra Nayak

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କଳାହାଣ୍ଡି ସରକାରୀ ମେଡ଼ିକାଲ କଲେଜ , ଚଳିତ ବର୍ଷ ନାମଲେଖା ହେବ

Sunil Chandra Nayak

Leave a Comment

error: Content is protected !!