ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ଦ୍ଵି ଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ -୨୦୨୫ ଉଦ୍ ଯାପିତ 

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ଦ୍ଵି ଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ -୨୦୨୫ ଉଦ୍ ଯାପିତ 

ଢେଙ୍କାନାଳ: ତା.୧୭.୦୪.୨୦୨୫ ରିଖ: //  ସ୍ଥାନୀୟ ଶତାୟୁ,ପି.ଏମ୍.ଶ୍ରୀ.ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ କ୍ରୀଡ଼ାଙ୍ଗନରେ ଓ ବିଦ୍ୟାଳୟ ପରିସରରେ ଥିବା ସଭାମଞ୍ଚରେ ପ୍ରାତଃ ୦୮ ଘଟିକା ସମୟରେ ଜିଲ୍ଲା ଶିକ୍ଷାଅଧିକାରୀ ବିନିତା ସେନାପତିଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ଜୟନ୍ତୀ ପାତ୍ର,ଅଧ୍ୟକ୍ଷା ପୌରପରିଷଦ,ଢେଙ୍କାନାଳ, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସୂର୍ଯ୍ୟମଣି ପ୍ରଧାନ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ସଂଧ୍ୟା ରାଣୀ ବେହୁରିଆ, ଉପ ଆରକ୍ଷୀ ଅଧିକ୍ଷକ,ଢେଙ୍କାନାଳ,ନଳିନୀ ଦାସ,ସମ୍ପାଦକ, ଜିଲ୍ଲା କ୍ରୀଡ଼ା ସଂଘ,ଢେଙ୍କାନାଳ,କାର୍ଯ୍ୟକ୍ରମର ମାର୍ଗଦର୍ଶିକା ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ଵାଳଙ୍କ ପ୍ରତ୍ୟେକ୍ଷ ଉଦ୍ୟମ, ନେତୃତ୍ବରେ ଓ ସଫଳ ସଂଯୋଜନାରେ,ଆବାହକ,ବରିଷ୍ଠ ଶିକ୍ଷକ ତଥା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ରଙ୍କ ଆବାହକତ୍ୱରେ ଓ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ସୁଶ୍ରୀ ସ୍ମିତିସୁଧା ଜେନାଙ୍କ ଉଦ୍ୟମରେ ଦ୍ଵିଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ -୨୦୨୫ ଉଦ୍ ଯାପିତ ହୋଇଯାଇଛି। ପ୍ରାତଃ କାଳରେ ଏହି ଉପଲକ୍ଷେ ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ବର୍ଣ୍ଣାଢ଼୍ୟ ମଶାଲ ଶୋଭାଯାତ୍ରା କରାଯାଇ ମୁଖ୍ୟଅତିଥି ଜୟନ୍ତୀ ପାତ୍ର,ଅଧ୍ୟକ୍ଷା ପୌରପରିଷଦ,ଢେଙ୍କାନାଳଙ୍କ ଦ୍ଵାରା କ୍ରୀଡ଼ା ଉତ୍ସବର ଉଦ୍ ଘାଟନ କରାଯାଇଥିଲା। ପରେ ପରେ ପ୍ରାତଃ ୧୦ ଘଟିକା ସମୟରେ ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍ ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜୟନ୍ତୀ ପାତ୍ର,ଅଧ୍ୟକ୍ଷା ପୌରପରିଷଦ,ଢେଙ୍କାନାଳ ଯୋଗଦାନ କରି ଯୋଗଦାନ କରି ଏହି ବାର୍ଷିକ କ୍ରୀଡ଼ା ଉତ୍ସବ -୨୦୨୫ର ଉଦ୍ ଯାପନ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ବକ୍ତବ୍ୟରେ ଏହି ଅଭିନବ କାର୍ଯ୍ୟକ୍ରମ ସମସ୍ତଙ୍କ ମଧ୍ୟରେ କ୍ରୀଡ଼ା ଓ ଶିକ୍ଷା ମାଧ୍ୟମରେ ବନ୍ଧୁତା,ସମ୍ମାନ, ଉତ୍କର୍ଷତା,ନୈତିକ ମୂଲ୍ୟବୋଧ ସୃଷ୍ଟି କରିବାପାଇଁ ସମର୍ଥ ହେବ ବୋଲି ଦୃଢ଼ ଆଶାପୋଷଣ କରିଥିଲେ।ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ସୁଶ୍ରୀ ସ୍ମିତିସୁଧା ଜେନା ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ସମ୍ପର୍କୀୟ ବିବରଣୀ ଉପସ୍ଥାପନ କରି ବିଦ୍ୟାଳୟର ଅନେକ ଛାତ୍ରୀ,ଛାତ୍ର ବିଭିନ୍ନ ପ୍ରକାର କ୍ରୀଡ଼ା କ୍ଷେତ୍ରରେ ବ୍ଲକ୍,ଜିଲ୍ଲା,ରାଜ୍ୟ,ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଯୋଗଦାନ କରି ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିପାରିଛନ୍ତି ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥିବୃନ୍ଦ ଓ ଜିଲ୍ଲା ଶିକ୍ଷାଅଧିକାରୀ ବିନିତା ସେନାପତି ସ୍ଵୀୟ ଅଭିଭାଷଣରେ ବିଭିନ୍ନ ପ୍ରକାର କ୍ରୀଡ଼ାର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ ଓ ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ସ୍ଵୀୟ ସ୍ଵୀୟ ଅଭିଭାଷଣରେ କ୍ରୀଡ଼ା ଶିକ୍ଷା ଆମ ଢେଙ୍କାନାଳ ଜିଲ୍ଲାରେ ଥିବା ସରକାରୀ ନୋଡାଲ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଥିବା ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ମଧ୍ୟାମିକ ଅର୍ଥାତ୍ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ତୃଣମୂଳ ସ୍ତରର ସମସ୍ତ ଛାତ୍ରୀ,ଛାତ୍ର,ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କ ମାଧ୍ୟମରେ କ୍ରୀଡ଼ା ଶ୍ରେଣୀ ଗୃହର ବିଭିନ୍ନ ବିଷୟ ଶିକ୍ଷା ଓ ବିଭିନ୍ନ ସହଶୈକ୍ଷିକ କାର୍ଯ୍ୟକ୍ରମ ତଥା କାର୍ଯ୍ୟକଳାପ ଗୁଡ଼ିକ ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ବନ୍ଧୁତା,ସମ୍ମାନ ଓ ଉତ୍କର୍ଷତା ଆଦି ମହନୀୟ ମାନବୀୟ ଗୁଣଗୁଡ଼ିକୁ ବିକଶିତ କରିବା ପାଇଁ ଏକ ପ୍ରମୁଖ ଭୂମିକା ନିର୍ବାହ କରିବା ସଙ୍ଗେ ସଙ୍ଗେ କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ସୁତ୍ରଧର ହୋଇ ପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥିବୃନ୍ଦ କ୍ରୀଡ଼ାର ଲକ୍ଷ୍ୟ,ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କର ସହଯୋଗ,ଚେଷ୍ଟା ଓ ନିଷ୍ଠା ରହିଥିବାରୁ ଏହି କ୍ରୀଡ଼ା କାର୍ଯ୍ୟକ୍ରମ ସଫଳତା ଲାଭ କରିପାରିଛି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଦୁଇଦିନ ଧରି ସବ୍ ଜୁନିୟର୍, ଜୁନିୟର୍ ଓ ସିନିୟର୍ ବାଳିକା ଓ ବାଳକ ଆଦି ବିଭିନ୍ନ ବର୍ଗର ୧୦୦ମି,୨୦୦ମି,୪୦୦ମି ଆଦି ଦୌଡ଼,ଲମ୍ବ ଡିଆଁ,ଉଚ୍ଚ ଡିଆଁ, ସଟ୍ ପୁଟ୍ ଓ ଡିସ୍ କସ୍ ଥ୍ରୋ,ସର୍ବ କନିଷ୍ଠ ଛାତ୍ରୀ,ଛାତ୍ରମାନଙ୍କ ପାଇଁ ମଧ୍ୟ ଛୁଞ୍ଚି ସୂତା,୫୦ମି ଓ ଗଣିତ ଦୌଡ଼ ଭଳି ଅନେକ ଆକର୍ଷଣୀୟ କ୍ରୀଡ଼ା କାର୍ଯ୍ୟକ୍ରମ ଓ ଉତ୍ସବ ସମୟରେ ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ଡମ୍ ବେଲ୍ ନୃତ୍ୟ,ପମ୍ ପମ୍ ଡ୍ରିଲ୍ ଓ ଯୋଗାସନ ଭଳି ଅନେକ ଚିତ୍ତାକର୍ଷକ ବର୍ଣ୍ଣାଢ଼୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ସମସ୍ତ ଦର୍ଶକମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା। ବିଭିନ୍ନ ପ୍ରତିଯୋଗିତାର ସମସ୍ତ କୃତୀ ଛାତ୍ରୀ, ଛାତ୍ରମାନଙ୍କ ସମେତ କନିଷ୍ଠ ବାଳିକା ବିଭାଗରେ ସପ୍ତମ ଶ୍ରେଣୀର ଛାତ୍ରୀ ଅଂଶୁପ୍ରଭା ଷେଣ୍ଢ,କନିଷ୍ଠ ବାଳକ ବିଭାଗରେ ଅଷ୍ଟମ ଶ୍ରେଣୀର ଛାତ୍ର ରିତେଶ ତରାଇ,ବରିଷ୍ଠ ବାଳିକା ବିଭାଗରେ ବିଭାଗରେ ନବମ ଶ୍ରେଣୀର ଛାତ୍ରୀ ଲିପିନା ପ୍ରଧାନ ଓ ବରିଷ୍ଠ ବାଳକ ବିଭାଗରେ ନବମ ଶ୍ରେଣୀର ଛାତ୍ର ସ୍ଵୟଂ ରାଉତ୍ ଯଥାକ୍ରମେ ଚମ୍ପିୟାନ ହୋଇ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଠାରୁ ପର୍ଯ୍ୟାୟ କ୍ରମେ ପ୍ରଶଂସାପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ।ସଭା ପ୍ରାରମ୍ଭରେ ଅତିଥିଵୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଉପସ୍ଥିତ ସମସ୍ତ ଅତିଥି ଓ ଶୁଭେଚ୍ଛୁମାନଙ୍କ ଦ୍ଵାରା ପୁଷ୍ପ ,ଧୂପ,ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ରଙ୍କ ଦ୍ଵାରା ସୁଲଳିତ ସୁମଧୁର କଣ୍ଠରେ ମଙ୍ଗଲାଚରଣ ଗାନ ଓ କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ଶାନ୍ତି ପାଠ କରାଯାଇଥିଲା। ନାଟ୍ୟକାର ମନୋହର ଶତପଥୀ କାର୍ଯ୍ୟକ୍ରମ ସଂଯୋଜକ ଭାବରେ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,କାର୍ଯ୍ୟକ୍ରମର ଉଦ୍ଦେଶ୍ୟଜ୍ଞାପନ ଓ ସଫଳ ଭାବରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମର ମାର୍ଗଦର୍ଶିକା ଭାବରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତଥା ବର୍ତ୍ତମାନର ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ପ୍ରତ୍ୟେକ୍ଷ ଉଦ୍ୟମ,ନେତୃତ୍ବରେ,ମାର୍ଗଦର୍ଶନରେ ଓ ସଫଳ ସଂଯୋଜନାରେ,ଆବାହକ,ବରିଷ୍ଠ ଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର,ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ସୁଶ୍ରୀ ସ୍ମିତିସୁଧା ଜେନା,ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର, ସମାଜ ସେବୀ ରୁଦ୍ର ନାରାୟଣ ତ୍ରିପାଠୀ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ, ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ, ପ୍ରଭାସିନୀ ସାହୁ,ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା, ଦିଲାବର ହୁସେନ,ବିରଞ୍ଚି ନାଏକ,ସଂସ୍କୃତି ବିଭାଗର ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ସଂସ୍କୃତ ଶିକ୍ଷକ ଦୀପ୍ତିଶ ପ୍ରସାଦ ଶତପଥୀ,କିଶୋର ଚନ୍ଦ୍ର ସାମଲ,ସୁନିତାବାଳା ଷଡ଼ଙ୍ଗୀ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,ସ୍ୱାଗତିକା ରଥ,ସୁନିତା ନାଥ,କିରଣ୍ମୟୀ ମହାଳିକ,କଲ୍ୟାଣୀ ବଡଜେନା, କ୍ଷୀରାବଧିତନୟା ମହାପାତ୍ର,କିରଣ କଣ୍ଟା,ଭୂପେନ୍ଦ୍ର ସିଂ ମାଝୀ,ସ୍ମିତା ପଟ୍ଟନାୟକ,ଅନିତା ସାହୁ,କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀଙ୍କ ମିଳିତ ପ୍ରେଚେଷ୍ଟା ତଥା ସହଯୋଗିତାରେ କାର୍ଯ୍ୟକ୍ରମର ସଫଳ ସଞ୍ଚାଳନ ସମ୍ଭବ ହୋଇପାରିଥିଲା।ପରିଶେଷରେ ଆବାହକ ତଥା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ବାର୍ଷିକ କ୍ରୀଡ଼ା ଉତ୍ସବ -୨୦୨୫ ଉଦ୍ ଯାପିତ ହୋଇଥିଲା।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ବାଇକ ଓ ସ୍କୁଟି ଧକ୍କା ,୩ ଗୁରୁତର

Sunil Chandra Nayak

ବିଦ୍ୟୁତ ସଂସ୍ପର୍ଶରେ ଆସି ଦଶପୁର ଗର ଜଣେ ଯୁବକ ର ମୃତ୍ୟୁ 

masiha

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

masiha

Leave a Comment

error: Content is protected !!