ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅପ୍ରେଲ ମାସ ୧୨ ତାରିଖ ଦିନ ଗରାପୁରସ୍ଥିତ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ କୁମାର ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଟ୍ରଷ୍ଟର ଏହି ବାର୍ଷୀକ ଉତ୍ସବକୁ ପ୍ରତିବର୍ଷ ପରି ନିଆରା ଢଂଗରେ ପାଳନ କରାଯିବ । ପ୍ରତିଷ୍ଠିତ ଡାକ୍ତର ଙ୍କ ଦ୍ୱରା ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ । ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିବା ଆଦର୍ଶ ଶିକ୍ଷକ ମାନଙ୍କୁ “ଭିନ୍ନ ଏକ ବିଶ୍ୱକର୍ମା” କାର୍ଯ୍ୟକ୍ରମ ଜରିଆରେ ସମ୍ମାନିତ କରାଯିବ । ଶିକ୍ଷା ବିଭାଗରେ ସଂସ୍କାର ଆଣିବା ଉଦେଶ୍ୟରେ ସାମାଜିକ ନାଟକ “ଛାଟ ନାହିଁ ତ ପାଠ ନାହିଁ” ନାଟକ ମଂଚସ୍ଥ କରାଯିବ । ଅଲୌକିକ ପ୍ରତିଭା ସଂପନ୍ନ ବିସ୍ମୟ ବାଳକକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମୃତ୍ୟୁ ପରେ ବି ଅମର ରହିବାର ବାର୍ତା ନେଇ ଅଙ୍ଗଦାନ,ଚକ୍ଷୁଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଟ୍ରଷ୍ଟର ବାର୍ଷିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଆଗନ୍ତୁକ ମାନଙ୍କ ପାଇଁ ତୁଳସୀକ୍ଷେତ୍ରର ଟଙ୍କ ତୋରାଣୀ ପରିବେଷଣ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ବାର୍ଷୀକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଜିଲ୍ଲାର ଏକ ଟଙ୍କିଆ କ୍ଲିନିକ୍ ର ଡାକ୍ତର ଭାବେ ପ୍ରସିଦ୍ଧ ବୁର୍ଲାମେଡିକାଲ ର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ,ମୁଖ୍ୟ ବକ୍ତା ଭାବେ ପରିବେଶବିତ୍ ଅନୀଲ ଧୀର,ସମ୍ମାନିତ ଅତିଥିଭାବେ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦର ସହ ନିର୍ଦ୍ଦେଶକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା, ହରିହରକ୍ଷେତ୍ର ମାହାଳ ର ଦେବଦାସୀ ଯଶୋଦା ମା,ଶୃତିପୁର ଆଶ୍ରମର ମହନ୍ତ ବ୍ରହ୍ମଚାରୀ ସ୍ୱରୁପ ଚୈତନ୍ୟ,ଗରାପୁର ଆଶ୍ରମର ମହନ୍ତ ଚେତନାନନନ୍ଦ ଦାସ ମହାରାଜ,ହିମ୍ମତ୍ ଦୈନିକ ଖବର କାଗଜ ର ପ୍ରତିଷ୍ଠାତା କମଳାକାନ୍ତ ଦାସ ଯୋଗଦାନ କରିବେ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କାର୍ଯ୍ୟକକ୍ରମରେ ସାରା ରାଜ୍ୟର କୋଣ ଅନୁକୋଣରୁ ଟ୍ରଷ୍ଟର ସଦସ୍ୟ,ଶୁଭେଚ୍ଛୁମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଆପଣ ମାନଙ୍କୁ ସାଦରେ ସ୍ଵାଗତ ଓ ଉପସ୍ଥିତି ପାଇଁ ଟ୍ରଷ୍ଟ ର ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ କୁମାର ତରାଇ ଅନୁରୋଧ କରିଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଜଳେଶ୍ଵର ବ୍ଲକ ଟପ୍ପର ହେଲେ ଅନିକେତ ପାତ୍ର

ଦଶ ବର୍ଷ ହେଲା ପକ୍ଷାଘାତ ରେ ପୀଡ଼ିତ ଥିବା ମାନସ ନାଏକଙ୍କ ପାଖକୁ ପହଂଚିଲେ ପ୍ରଶାସନ

masiha

Hindalco Launched hands on training for first batch of local girls to make them work ready for Apparel Factory being set up at Phuljoba.  

masiha

Leave a Comment

error: Content is protected !!