ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି ଟିପିଗୁଡା ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟି ଟିପିଗୁଡା ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଧର୍ମଗଡ଼ :କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିପିଗୁଡା ମଣ୍ଡଳ ଭାଜପା କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଲଳିତ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ପାଟ୍ଟଯୋଷୀ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଦିଗଦର୍ଶନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ପଣ୍ଡା, ଜିଲ୍ଲା ଉପସଭାନେତ୍ରୀ ସୁକାନ୍ତି ସାହୁ, ଜିଲ୍ଲା ସମ୍ପାଦକ ତଥା ଟିପିଗୁଡା ମଣ୍ଡଳ ପ୍ରଭାରୀ ହେମନ୍ତ କୁମାର ମାଝୀ, ବ୍ଲକ ଅଧ୍ୟକ୍ଷା ବବିତା ପାଟ୍ଟଯୋଷୀ, ବିଭୁ ଦତ୍ତ ପ୍ରଧାନୀ ଏବଂ ଶିଶୁ ଦେବ ମୁଣ୍ଡ ପ୍ରମୁଖ ମଞ୍ଚାସିନ ରହିଥିଲେ।

ବୈଠକରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡ଼ିକୁ କିପରି ତୃଣମୂଳ ସ୍ତରରେ ବହୁମାତ୍ରାରେ ଲୋକଙ୍କ ନିକଟରେ ପହଞ୍ଚାଯିବ, ସେନେଇ ବୁଥ୍ ସଭାପତି, ଶକ୍ତି କେନ୍ଦ୍ର ପ୍ରମୁଖ ଏବଂ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅତିଥିମାନେ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ମଣ୍ଡଳ ସାଧାରଣ ସମ୍ପାଦକ ଗଣେଷ ପଣ୍ଡା ସୁଚାରୁରୂପେ ପରିଚାଳନା କରିଥିବା ବେଳେ ମଣ୍ଡଳ ଉପସଭାପତି ଜଗତ ରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସମାଜ ବାଦୀ ପାଟି ର ବିଧାୟକ ପ୍ରାଥୀ ପ୍ରଶାନ୍ତ କୁମାର ଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

masiha

ଡାବୁଗାଁ ବ୍ଲକ ବିଜେଡି ର ଗଣଧାରଣା ଓ ପ୍ରତିବାଦ ସଭା

Sunil Chandra Nayak

ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ନିମନ୍ତେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ

Sunil Chandra Nayak

Leave a Comment

error: Content is protected !!