ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ଉଦଯାପିତ ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ଝଲସିଲା ଉପାନ୍ତ ଅଞ୍ଚଳର ଲୁକ୍କାୟିତ ଶିଶୁ ପ୍ରତିଭା

ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ଉଦଯାପିତ

ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ଝଲସିଲା ଉପାନ୍ତ ଅଞ୍ଚଳର ଲୁକ୍କାୟିତ ଶିଶୁ ପ୍ରତିଭା

ଧର୍ମଗଡ :”ଶିଶୁ ହସିବେ ଶିଶୁ ବଢିବେ, ମାଟିର କଅଁଳ କଢି ମହକ ଭରିବେ”— ଏହି ମହତ ଉଦ୍ଦେଶ୍ୟକୁ ଆଗରେ ରଖି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଅତ୍ୟନ୍ତ ମହାଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି।

ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ମହୋତ୍ସବରେ ବ୍ଲକର ୧୫ଟି ଆଞ୍ଚଳିକ ସାଧନ କେନ୍ଦ୍ରରୁ କୃତିିତ୍ୱ ଅର୍ଜନ କରିଥିବା ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ବକ୍ତୃତା, ସଙ୍ଗୀତ, କୁହୁକ ପ୍ରଶ୍ନ କ୍ଵିଜ୍, ସୁନ୍ଦର ହସ୍ତାକ୍ଷର ଏବଂ ସାଂସ୍କୃତିକ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜର ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଥିଲେ।

ଚଳିତ ବର୍ଷ ମଧ୍ୟ ସଙ୍ଗୀତ ପ୍ରତିଯୋଗିତାରେ ପ୍ରତିଭାସମ୍ପନ୍ନ କଣ୍ଠଶିଳ୍ପୀ ଆଇକନ ଦୂର୍ଗା ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ପାଇଁ ଗୌରବ ଆଣିଛନ୍ତି। ସେହିପରି ସର୍ଗିଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସମୂହ ନୃତ୍ୟ ଦଳ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ଉଦଯାପନୀ ଉତ୍ସବରେ ଗୋଲାମୁଣ୍ଡା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ମେହେର ମଞ୍ଚାସୀନ ରହିଥିବାବେଳେ, ସର୍ବମଙ୍ଗଳା ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ମୁଖ୍ୟ ବକ୍ତା ଏବଂ ଗୋଲାମୁଣ୍ଡା ବିଇଓ ରାଜେଶ କୁମାର ନାୟକ ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଆରସିସି ପ୍ରଭାତ ଖମାରୀ, ଶିକ୍ଷା ଅଧିକାରୀ, ଲିଲାମ୍ବର ବିଶି ଏବଂ ରମେଶ ସାହୁ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ।

ଖଲିଆପାଲି ଏସଆରସି ସଂଯୋଜକ ତରଙ୍ଗ ଚଣ୍ଡି କାର୍ଯ୍ୟକ୍ରମ ସୁଚାରୁରୂପେ ସଂଯୋଜନା କରିଥିଲେ। ଖାଦ୍ୟପେୟ ଓ ସାମଗ୍ରୀକ ପରିଚାଳନା ଦୃଷ୍ଟିରୁ ଚଳିତ ବର୍ଷର ସୁରଭି କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳ ଓ ଆକର୍ଷଣୀୟ ହୋଇପାରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନାରୀ ସ୍ୱାଭିମାନ , ନାରୀ ସମ୍ମାନ , ନାରୀ ସମାଜର ଭିତ୍ତି

masiha

ଅବସରପ୍ରାପ୍ତ ଶିକ୍ଷକ ଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା 

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜନ୍ମ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!