ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ରୁପ୍ରା, 2/11 (ଅଜୟ ସେନାପତି ) : ନର୍ଲାବ୍ଲକ ଅନ୍ତର୍ଗତ ରାଇଧୁନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ରଥୁ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି, ସେହିପରି ଉକ୍ତ ବିଦ୍ୟାଳୟର ଶିକ୍ଷକ ଜ୍ଞାନେନ୍ଦ୍ର ଗହିର ପଦୋନ୍ନତି ପାଇ ଅନ୍ୟ ବିଦ୍ୟାଳୟକୁ ବଦଳି ହୋଇ ଯାଇଥିବାରୁ ତାଙ୍କୁ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁଶିଲା ସାହୁଙ୍କ ସଭାପତିତ୍ବରେ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭଗବାନ ମାଝୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଆଲିମ୍ ସ୍କୁଲର ପ୍ରଧାନଶିକ୍ଷକ ଜଗନ୍ନାଥ ମାଝୀ, ମଅଗାଁ ସ୍କୁଲର ପ୍ରଧାନଶିକ୍ଷକ ବିଶ୍ୱମ୍ୱର ହରପାଲ୍ ଙ୍କ ସମେତ ଶିକ୍ଷକ ଛନ୍ଦାଚରଣ ଧରୁଆ, ମନୋଜ ନନ୍ଦ, ଭେଙ୍କଟ ମାଝୀ, ଶେଷଦେବ ନାଗ, ରାଜୀବ ଲୋଚନ ଗହିର, ପିଇଟି ହୃଷିକେଶ ପୁଟେଲ୍, ଶିକ୍ଷୟତ୍ରୀ ସୁଚିସ୍ମିତା ପଧାନ, ଯୋଗେଶ୍ରୀ ମାଝୀ ଓ ଡୋଲେଶ୍ୱରୀ ହରିଜନଙ୍କ ସମେତ ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଓ ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ଭଗବାନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

