ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ପୌର କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର l   ମୋଟ ୫୦ଟି ଅଭିଯୋଗ ଗ୍ରହଣ

ନବରଙ୍ଗପୁର ପୌର କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର l   ମୋଟ ୫୦ଟି ଅଭିଯୋଗ ଗ୍ରହଣ

ନବରଙ୍ଗପୁର:(ତା. ୦୨.୧୧.୨୦୨୬)(ରବି ନାରାୟଣ ମହାନ୍ତି)ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନ ନିମନ୍ତେ ଆଜି ନବରଙ୍ଗପୁର ପୌର କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ମଧୁମିତା ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ନିଜ ନିଜର ସମସ୍ୟା, ଅଭିଯୋଗ ଓ ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରାଇଥିଲେ। ଶିବିରରେ ମୋଟ ୫୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୪୩ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୭ଟି ଗ୍ରାମସ୍ତରୀୟ ସାମୂହିକ ଅଭିଯୋଗ ରହିଥିଲା।ଶିବିରରେ ଉପସ୍ଥିତ ଜିଲ୍ଲାପାଳ ଅଭିଯୋଗକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟାଗୁଡ଼ିକୁ ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କଠାରୁ ଆବଶ୍ୟକ ତଥ୍ୟ ଓ ସ୍ପଷ୍ଟୀକରଣ ନେଇଥିଲେ। ପ୍ରତ୍ୟେକ ଅଭିଯୋଗର ପ୍ରକୃତ ସ୍ଥିତି ଅନୁଧ୍ୟାନ କରି ନିୟମାନୁଯାୟୀ ଉଚିତ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ସେହିପରି ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶ ଜନସାଧାରଣଙ୍କ ପକ୍ଷରୁ ଉପସ୍ଥାପିତ ଆଇନଶୃଙ୍ଖଳା ଓ ପୋଲିସ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ଶୁଣାଣି କରି ଆବଶ୍ୟକୀୟ ତଥ୍ୟ ଅନୁଧ୍ୟାନ ଏବଂ ନିୟମାନୁଯାୟୀ ପଦକ୍ଷେପ ଗ୍ରହଣ ନିମନ୍ତେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ଜନଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଉଦୟାନ ସୁବୁଦ୍ଧି, ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା, ନବରଙ୍ଗପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି ପ୍ରକ୍ରିୟାରେ ସହଯୋଗ କରିଥିଲେ।ଜନସାଧାରଣଙ୍କ ଅଭିଯୋଗର ଶୁଣାଣି ଓ ସମାଧାନ ପାଇଁ ଏଭଳି ଜନଅଭିଯୋଗ ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏହା ମାଧ୍ୟମରେ ସାଧାରଣ ଲୋକେ ନିଜ ସମସ୍ୟାକୁ ସିଧାସଳଖ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ନିକଟରେ ଉପସ୍ଥାପନ କରିବାର ସୁଯୋଗ ପାଇଥାନ୍ତି। ଏହାସହ ଅଭିଯୋଗଗୁଡ଼ିକର ତ୍ୱରିତ ଅନୁଧ୍ୟାନ, ବିଭାଗୀୟ ସମନ୍ୱୟ ଏବଂ ନିୟମାନୁଯାୟୀ ସମାଧାନ ଦିଗରେ ପ୍ରଶାସନିକ ପ୍ରୟାସକୁ ଅଧିକ ସୁଦୃଢ଼ କରିଥାଏ।ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ଏବଂ ଅଭିଯୋଗକାରୀଙ୍କୁ ଉପଯୁକ୍ତ ସୂଚନା ପ୍ରଦାନ କରିବା ଉପରେ ଏହି ଶିବିରରେ ପ୍ରଶାସନିକ ଗୁରୁତ୍ୱ ରହିଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସଚେତନ ନାଗରିକ ମଞ୍ଚ ର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ 

masiha

ଲୋକସାହିତ୍ୟ କଳାହାଣ୍ଡି ଜନଜୀବନର ଏକ ଓ ଅଭିନ୍ନ ଅଙ୍ଗ

Sunil Chandra Nayak

ସଦେଇବରେଣୀ କଳାକୃତି ଗ୍ରାମରେ ନୌକାବିହାର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!