ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଦେଇବରେଣୀ କଳାକୃତି ଗ୍ରାମରେ ନୌକାବିହାର ଉଦଘାଟିତ

ଢେଙ୍କାନାଳ(ମ ସୀ ହା) 28/06: ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଢେଙ୍କାନାଳ ସଦର ବ୍ଲକର ସଦେଇବରେଣୀ ସ୍ଥିତ କଳାକୃତି ଗ୍ରାମରେ ଏକ ନୌକା ବିହାର ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି l ଏହି ସ୍ଥାନଟି ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ରତା ଲାଭ କରିବ ଏବଂ ତା ସହ ରାଜସ୍ବ ମଧ୍ୟ ବୃଦ୍ଧି ଘଟିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି l

ଏହି ସ୍ଥାନରେ ଡୋକ୍ରାର କାରିଗରି କାମ, ବୁଣାକାର କାମ ପାଇଁ ପ୍ରୋତ୍ସାହନ ଦିଆଯାଉଛି l ତା ସହିତ ତାଲିମର ବ୍ୟବସ୍ଥା ମଧ୍ୟ କରାଯାଇଛି l ଏଠାରୁ ଉତ୍ପାଦିତ ସାମଗ୍ରୀର ବିକ୍ରୟ ପାଇଁ ଏଠାରେ ଦୋକାନ ଗୃହମାନ ମଧ୍ୟ ନିର୍ମାଣ କରାଯାଇଛି l

 ଏହାଛଡା ପର୍ଯ୍ୟଟକ ମାନଙ୍କ ଆମୋଦପ୍ରମୋଦ ପାଇଁ ଏଠାରେ ଏକ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଛି ଏବଂ ତା ସହ ବତକ ଓ ଠେକୁଆ ମାନଙ୍କୁ ରଖାଯାଇଛି l ସେମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଘୋଡାସଵାରୀର,ବ୍ୟବସ୍ଥା ମଧ୍ୟ କରାଯାଉଛି l

      ଏହି ସ୍ଥାନରେ ଯେପରି ଅଧିକ ରାଜସ୍ବ ଆଦାୟ ହେଇପାରିବ ସେଥିପାଇଁ ଵାୟୋଫ୍ଲକ୍ସ ମାଛ ଚାଷ କରାଯାଉଛି l ଏହି ସ୍ଥାନଟି ଯେପରି ଅଧିକରୁ ଅଧିକ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଠ କରିପାରିବ ସେଥିପାଇଁ ଯୋଜନା ମାନ କରାଯିବ ବୋଲି ଜିଲ୍ଲାପାଳ ମହୋଦୟ କହିଛନ୍ତି l

     ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାର ଡି.ଏଫ. ଓ. ଶ୍ରୀ ସୁମିତ କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ(ସାଧାରଣ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର (ରାଜସ୍ବ ),ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଶୋକ କୁମାର ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ଜିଲ୍ଲାପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ଦତ୍ତ(ପ୍ରଶାସନ), ଆର.ଡବ୍ଲୁ. ଏସ. ଏସ. ସୁପେରିଟେଣ୍ଡିଙ୍ଗ ଇଞ୍ଜିନିୟର ଶ୍ରୀସୁରେନ୍ଦ୍ର କୁମାର ବେହେରା, ଢେଙ୍କାନାଳ ସଦର ବିଡିଓ ସୁଧିର କୁମାର ନାୟକ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ସହ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ବାର୍ଷିକୋତ୍ସବ ଓ କଳାକାର ମହାସମାବେଶ ନେଇ ପ୍ରସ୍ତୁତି ବୈଠକ 

Sunil Chandra Nayak

ଅକ୍ଷମ ହୋଇ ମଧ୍ୟ ସକ୍ଷମ ଅଟନ୍ତି ଦୁଇ ଭାଇ ଓ ମା ଭିନ୍ନକ୍ଷମ,ଜମି ବନ୍ଧାକରି ଦୋକାନ କରି ପରିବାର ପ୍ରତିପୋଷଣ କରିଛନ୍ତି

Sunil Chandra Nayak

ବିଶ୍ୱ ଶିଶୁଶ୍ରମ ବିରୋଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!