ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦାହାଣ୍ଡି,ଝରିଗାଁ ଠାରୁ ବ୍ରହ୍ମପୁରକୁ ଗଡିଲା ନୂଆ ବସ,ଜଗନ୍ନାଥ ଏକ୍ସପ୍ରେସ

ଚନ୍ଦାହାଣ୍ଡି,ଝରିଗାଁ ଠାରୁ ବ୍ରହ୍ମପୁରକୁ ଗଡିଲା ନୂଆ ବସ,ଜଗନ୍ନାଥ ଏକ୍ସପ୍ରେସ

ନବରଙ୍ଗପୁର (୧୩/୪ )(ରବିନାରାୟଣମହାନ୍ତି)ଏଣିକି ଦୁଇଟି ବ୍ଲକ ବାସୀ ଉପକୃତ ହେବେ , ଝରିଗାଁ ବ୍ଲକ ସଦର ଠାରୁ ବ୍ରହ୍ମପୁରକୁ ଗଡିଲା ନୁଆଁ ଭୋଲବ୍ ବସ୍ । ଅପରାହ୍ନ ସାଢେ ଛଅ ଘଂଟା ସମୟରେ ଝରିଗାଁ ଠାରୁ ବ୍ରହ୍ମପୁର ଅଭିମୁଖେ ବସ୍ ଯାତ୍ରା ଆରମ୍ଭ ହୋଇ ଭାୟା ଜୟପୁର ,ରାୟଗଡ଼ା, ଦିଗପହଣ୍ଡି ହୋଇ ବ୍ରହ୍ମପୁର ଭୋର ସକାଳ ପାଞ୍ଚ ଘଣ୍ଟାରେ ପହଞ୍ଚିବା ସମୟ ନିର୍ଦ୍ଧାରିତ ହୋଇଛି। ପୁଣି ସେଠାରୁ ସନ୍ଧ୍ୟା ଛଅ ଘଂଟା ମଧ୍ୟରେ ବ୍ରହ୍ମପୁର ଠାରୁ ଚନ୍ଦା ହାଣ୍ଡି ଅଭିମୁଖେ ବାହାରି ଭୋର ସକାଳ ୬ ଘଣ୍ଟା ବେଳେ ଝରିଗାଁ ପହଞ୍ଚିବା ନିର୍ଦ୍ଧାରିତ ହୋଇଛି।ଗଞ୍ଜାମ ଜିଲ୍ଲା ଅଞ୍ଚଳର ଶତାଧିକ ପରିବାର ଝରିଗାଁ ଏବଂ ଚନ୍ଦାହାଣ୍ଡି ବ୍ଲକରେ ବସବାସ କରି ରହୁଥିବା ବେଳେ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଆନନ୍ଦ ଜନକ ଖବର। ବିଭିନ୍ନ କାମ ସହ ସ୍ଵାସ୍ଥ୍ୟସେବା ପାଇବାକୁ ବ୍ରହ୍ମପୁର ଏମ କେ ସି ଜି ମେଡିକାଲ କଲେଜ ଯିବାକୁ ଏହା ଏକ ସୁଗମ ବ୍ୟବସ୍ଥା ବୋଲି ସ୍ଥାନୀୟ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି। ଗତକାଲି ସନ୍ଧ୍ୟାରେ ବସ୍ ଗଡିବା ଶୁଭାରମ୍ଭ ହୋଇଛି। ପ୍ରଥମ ଦିନ ଶୁଭାରମ୍ଭ ଅବସରରେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଯୁବ ସମାଜସେବୀ ମଧ୍ୟରେ ଅଭିଷେକ ନନ୍ଦ, ପ୍ରଫୁଲ୍ଲ ପ୍ରଧାନ,ଗିରିଶ ପାଣ୍ଡେ,ସୁଦାମ ତିୱାରୀ,ବିକି ରଥ, ବିଶ୍ୱଜିତ୍ ନାୟକ,ଗଣପତି ସାହୁ,ଚୈତନ୍ୟ ନଦିଆ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ଝରିଗାଁ ବସ୍ ଷ୍ଟାଣ୍ଡ ଠାରେ ନଡ଼ିଆ ଭାଙ୍ଗି ପୂଜାର୍ଚନା କରାଯାଇଥିଲା। ପ୍ରଥମ ଦିନରେ ହିଁ ସମସ୍ତ ସିଟ୍ ପୁରଣ ହୋଇଥିଲା।ମହିଳା ମାନଙ୍କ ପାଇଁ ଅର୍ଦ୍ଧ ଟିକେଟ ସାଙ୍ଗକୁ ଅନଲାଇନରେ ମଧ୍ୟ ଟିକେଟ ଉପଲବ୍ଧ ଥିବା ସୂଚନା ମିଳିଛି |ଏହି ନୂତନ ଭୋଲବ ବସ ଗଡ଼ିବା ପରେ ଉଭୟ ଝରିଗାଁ ଓ ଚନ୍ଦାହାଣ୍ଡିର ଜନସାଧାରଣ ବେଶ ଉତ୍ସାହିତ ଥିବା ଜଣାପଡିଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ଦରଖାସ୍ତ

Sunil Chandra Nayak

ରାଉରକେଲା ଠାରେ ମଧ୍ୟାହ୍ନ ଭୋଜନ ପାଚକ ପାଚିକା ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ସମାବେଶ

masiha

ଜନସାଧାରଣଙ୍କର ସଚେତନତା ପାଇଁ ପୋଷଣ ପାଖଡା-2023 ପାଳନ ଅବସରରେ ପଦଯାତ୍ରା ଏବଂ ସାଇକେଲ ରାଲି 

Sunil Chandra Nayak

Leave a Comment

error: Content is protected !!