ଔପଦା ଅଂଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଲା ଔପଦା ନାଗରିକ ମଞ୍ଚ, ସହଯୋଗରେ ଆଇନ ଜୀବି ଓ ସାମ୍ବାଦିକ
ଔପଦା,୧୩/୪/୨୫- ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ସଦର ମହକୁମାରେ ଥିବା ତଳକିଆ ପଂଚାୟତ ସମିତି ସଭା ଗୃହ ପରିସରରରେ ଗତକାଲି ଅପରାହ୍ନରେ ଔପଦା ନାଗରିକ ମଞ୍ଚ, ଆଇନଜୀବି ଓ ସାମ୍ବାଦିକ ବନ୍ଧୁ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟତଃ ଗମନା ଗମନ ଅସୁବିଧା ସମ୍ପର୍କରେ ଆଲୋଚନା ହେବା ସହ ବିଶେଷତ୍ୱ କିପରି ବ୍ଲକ ସଦର ମହକୁମାରୁ ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ଗମନା ଗମନର ସୁବିଧା ହୋଇ ପାରିବ ଆଲୋଚନାର ମୁଖ୍ୟ ବିଷୟ ବସ୍ତୁ । ପରେ ସ୍ୱାସ୍ଥ୍ୟ ଓ ବଜାର ସମସ୍ୟା ଉପରେ ଆଲୋଚନା କରାଯାଇଥିଲା l ଏହି ବୈଠକରେ ବିଭିନ୍ନ ବର୍ଗର ଶହେରୁ ଉର୍ଦ୍ଧ ଲୋକ ସାମିଲ ଥିବା ବେଳେ ଶିକ୍ଷାବିତ ଅନ୍ତର୍ୟାମି ନାୟକ, ପୂର୍ବତନ ସରପଞ୍ଚ ପୁରସ୍ତମ ବେହେରା, ବରିଷ୍ଠ ଆଇନଜୀବି ଅଜୟ କୁମାର ପଟ୍ଟନାୟକ , ସୁକାନ୍ତ କୁମାର ନାୟକ, ବନମାଳୀ ସେଠୀ, ସାମ୍ବାଦିକ ଗୟାଧର ତ୍ରିପାଠୀ, ଶଙ୍କର୍ଷଣ ମହାନ୍ତି, ଯୋଗମାୟା କର, ନିରଂଜନ ବାରିକ, ରାମେଶ୍ୱର ଦାଶ, ମାନସ କୁମାର ବେଜ ଓ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ସହ ବ୍ୟବସାୟୀ ବନ୍ଧୁ ଶିକ୍ଷାବିତ ମାନେ ଏହି ଆଲୋଚନାରେ ସାମିଲ ଥିଲେ ।।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

