ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଓଡିଆ ପକ୍ଷ ପାଳନ ଅବସରରେ “ଆମ ରୁଚି ଆମ ଖାଦ୍ୟ” 

ନବରଙ୍ଗପୁର ଠାରେ ଓଡିଆ ପକ୍ଷ ପାଳନ ଅବସରରେ “ଆମ ରୁଚି ଆମ ଖାଦ୍ୟ” 

ନବରଙ୍ଗପୁର :(ତା ୧୩.୪.୨୦୨୫)(ରବି ନାରାୟଣ ମହାନ୍ତି) ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓଡିଆ ପକ୍ଷ ପାଳନ ଅବସରରେ” ଆମ ରୁଚି ଆମ ଖାଦ୍ୟ” ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ବିଶ୍ଵଜିତ ବର୍ମନ୍ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । “ଆମ ରୁଚି ଆମ ଖାଦ୍ୟ” ଓଡ଼ିଆ ଘରର ପାରମ୍ପରିକ ରନ୍ଧା ଖାଦ୍ୟ ଯାହା ସ୍ବାସ୍ଥ୍ୟ ପାଇଁ ହିତକର ଏବଂ ଆମ ବହୁ କାଳରୁ ଖାଇଆସୁଛୁ ଏବଂ ଧୀରେ ଧୀରେ ହାଣ୍ଡିଶାଳରୁ ଉଭାନ ହୋଇଯାଉଛି ତାକୁ ଆମେ ପୁନର୍ବାର ଆଦୃତ କରାଇବା ଓ ଏହାର ବିଶେଷ ପ୍ରଚାର, ପ୍ରସାର କରିବା ଏହି କାର୍ଯ୍ୟକ୍ରମ ମୁଖ୍ୟ ଉଦ୍ଦେଶ୍ୟ।ମଞ୍ଚରେ ସି ଡି ଏ ଓ ପି ଭି ରମଣ ରାଓ,ସି ଡି ଭି ଓ ଡ ରାଧେଶ୍ୟାମ ଲାଇକ, ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଡି ଏସ ଡ ବ୍ଲୁ ଓ ଦ୍ରପୌଦୀ କହଁର, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ତହସିଲଦାର କୈଳାଶ ତ୍ରିପାଠୀ, ଡି ସି ଓ ଘାଷିଆ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ବ୍ୟକ୍ତିଗତ ପ୍ରଦର୍ଶନକାରୀ ଭାବେ ଆମିଷ ଖାଦ୍ୟ ୧୧ ଟି ଷ୍ଟଲ୍ ଏବଂ ନିରାମିଷ ୧୩ ଟି ଷ୍ଟଲ୍ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ କରି ବିଚାରକ ମଣ୍ଡଳୀକୁ ବୁଝାଇଥିଲେ ଏବଂ ବିଚାରକ ପ୍ରତ୍ୟେକ ଷ୍ଟଲ୍ ପରିଦର୍ଶନ କରି ମାର୍କ ଦେଇ ବିଚାର ରଖିଥିଲେ। ନିରାମିଷ ଓ ଆମିଷ ଖାଦ୍ୟରେ ଚକୁଳି,ଚନ୍ଦ୍ରକାନ୍ତି, ମାଣ୍ଡିଆ ଜାଉ , କାଙ୍ଗୁ ଖିରି,ମଣ୍ଡା, କାନ୍ଦୁଲ ସିଝା, କାକରା ପିଠା, ଆରିସା ପିଠା,ହାଣ୍ଡି ମାଂସ, କଙ୍କଡା ଏଭଳି ବହୁ ପାରମ୍ପରିକ ରନ୍ଧା ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା।ଏହି ରନ୍ଧା ଖାଦ୍ୟ ନିରାମିଷ ପ୍ରତିଯୋଗିତାରେ ନନ୍ଦାହାଣ୍ଡି ର ମା ସରସ୍ଵତୀ ଏସ ଏଚ ଜି ପ୍ରଥମ , ତେନ୍ତୁଳିଖୁଣ୍ଟି ର ମା ମାଣିକେଶ୍ଵରୀ ଏସ ଏଚ ଜି ଦ୍ୱିତୀୟ ଏବଂ ସ୍ମିତା ନାୟକ ତୃତୀୟ ପୁରସ୍କାର ଏବଂ ଆମିଷ ଖାଦ୍ୟ ରେ ହେମରାଜ ଦଣ୍ଡସେନା ପ୍ରଥମ, ଅମ୍ରିତା ଭୂଷଣ ଦ୍ୱିତୀୟ,ପାର୍ବତୀ ନାୟକ ତୃତୀୟ ପୁରସ୍କାର ଲାଭ କରିଥିଲେ।ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଅତିଥିଗଣ ସାର୍ଟିଫିକେଟ ପ୍ରଦାନ କରିଥିଲେ।ଜିଲ୍ଲା ସଂସ୍କୃତି ବିଭାଗ ଏବଂ ସମାଜ କଲ୍ୟାଣ ବିଭାଗ ର କର୍ମଚାରୀ କାର୍ଯ୍ୟକ୍ରମ ର ସଫଳ ରୂପାୟନ ରେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜଳେଶ୍ଵର ଷ୍ଟେସନରେ ରେଳ ମନ୍ତ୍ରୀଙ୍କ ଦ୍ବାରା ସାଢ଼େ ୪ ବର୍ଷ ପୂର୍ବେ ଦିଆ ଯାଇଥିବା ଭିତ୍ତି ପ୍ରସ୍ତର କାର୍ଯ୍ୟ ଗଲା କୁଆଡେ ?

Sunil Chandra Nayak

ମହାନ୍ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହ ଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ  ଶହୀଦ ଭଗତ ସିଂହ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ଛାତ୍ର ସମାଜ କୁ ଆହ୍ୱାନ ‌

Sunil Chandra Nayak

ଧର୍ମଗଡ ଠାରୁ ପୁରୀ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆଜି ଠାରୁ ଆରମ୍ଭ।

masiha

Leave a Comment

error: Content is protected !!