ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮ ରେ କୃଷକ ଆନ୍ଦୋଳନ, ଅନିର୍ଦ୍ଧିଷ୍ଟ କାଳ ଯାଏଁ ଦୋକାନ ବଜାର ଅଖଚକ ବନ୍ଦ,ଆବଶ୍ୟକ ପଦକ୍ଷେପ ପାଇଁ ଦାବି

୮ ରେ କୃଷକ ଆନ୍ଦୋଳନ, ଅନିର୍ଦ୍ଧିଷ୍ଟ କାଳ ଯାଏଁ ଦୋକାନ ବଜାର ଅଖଚକ ବନ୍ଦ,ଆବଶ୍ୟକ ପଦକ୍ଷେପ ପାଇଁ ଦାବି 

କୋକସରା, ୬l୫/( ମନିସ) ପ୍ରସାଦ ଗଜିନ୍ଦ୍ର : କଳାହାଣ୍ଡି ଜିଲ୍ଲା କୋକସରା, ଧର୍ମଗଡ଼ ତଥା ଜୟପାଟଣା ବ୍ଲକ ଇନ୍ଦ୍ରାବତୀ ମେଗାଲିଫ୍ଟ ଚାଷୀଙ୍କୁ ସରକାରଙ୍କ ଅଣଦେଖା ଯୋଗୁଁ ଚଳିତ ରବି ଧାନ ବିକ୍ରି ନିମନ୍ତେ ପଞ୍ଜିକରଣରୁ ବାଦ ପଡ଼ିଥିବା ଚାଷୀ ଅଭିଯୋଗ କରିଛନ୍ତି । ଯାହା ଫଳରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଆନ୍ଦୋଳନ ପାଇଁ ସଜବାଜ ଦେଖାଦେଇଛି।ରବିଧାନ ବିକ୍ରି ପାଇଁ ଚାଷୀ ମାନେ ପ୍ରଶାସନର ବାରମ୍ବାର ଦ୍ୱାରସ୍ଥ ଏବଂ ଅଭିଯୋଗ ସ୍ୱତ୍ତ୍ୱେ ବିଭାଗ ପକ୍ଷରୁ କୌଣସି ସୁଫଳ ମିଳିପାରିନାହିଁ।ଯାହା ଫଳରେ ଅଞ୍ଚଳରେ ଚାଷୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ଭାବ ବଢ଼ିବାରେ ଲାଗିଛି ।ସୂଚନା ମତେ ଜୟପାଟଣା,କୋକସରା, ଧର୍ମଗଡ଼ ବ୍ଲକ ଅଞ୍ଚଳରେ, ଚାଷୀଙ୍କୁ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ୧୮୮୫୫ ହେକ୍ଟର ଜମିରେ ଚାଷ କାର୍ଯ୍ୟ ପାଇଁ ପାଣି ଯୋଗାଇ ଦିଆଯାଇଥିଲା। ଚାଷୀ ମାନେ ଋଣ କରଜ କରି ଚାଷ କାର୍ଯ୍ୟ ସମ୍ପାଦନ କରିଥିଲେ। ବର୍ତ୍ତମାନ ଧାନ ଅମଳ ସରିଆସିଲାଣି। ହେଲେ ସରକାରଙ୍କ ପକ୍ଷରୁ ମେଗାଲିଫ୍ଟ ଚାଷୀଙ୍କ ରବି ଧାନ ବିକ୍ରି ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି। ଫଳ ସ୍ୱରୂପ ଚାଷୀଙ୍କ ମଧ୍ୟ୍ୟରେ ହତାଶାର କଳାବାଦଲ ଛାଇ ଯାଇଛି।ବର୍ତ୍ତମାନ ଅଞ୍ଚଳର ୧୨୦୦୦ ରୁ ଉର୍ଦ୍ଧ ଚାଷୀ ରବିଧାନ ବିକ୍ରୀରୁ ବଞ୍ଚିତ ହେବା ଆଶଙ୍କା କରାଯାଉଛି। ବର୍ତ୍ତମାନ ଚାଷୀ ଧାନବିକ୍ରି ପଞ୍ଜିକରଣ ବାଦ ପଡ଼ିଥିବା ଯୋଗୁଁ ଆଖିରୁ ନିଦ ହଜି ଯାଇଛି।ଚାଷୀ ଆଜି ବାଟବଣା ସଦୃଶ।ସରକାରଙ୍କୁ ପ୍ରଭାବିତ ଓ ଚେତାବନୀ ଦେବା ଲାଗି ଚାଷୀ ମାନେ ବିଭିନ୍ନ ରଣକୌଶଳ ମଧ୍ୟ ତୈୟାର କରିସାରିଛନ୍ତି।ସରକାର ଚାଷୀଙ୍କ ଗୁହାର ନଶୁଣିବାରୁ ଶେଷରେ ଆସନ୍ତା ୮ ତାରିଖରେ ରାଜରାସ୍ତା ଅବରୋଧ କରିବା ହିଁ ଶେଷ ପନ୍ଥା ବୋଲି ଚାଷୀଙ୍କ ପକ୍ଷରୁ ଦୃଢ଼ ନିଷ୍ପତି ଗ୍ରହଣ କରାଯାଇଛି।ଅନିର୍ଦ୍ଧିଷ୍ଟ କଳାଯାଏଁ ଦୋକାନ ବଜାର, ସରକାରୀ,ବେସରକାରୀ ଅନୁଷ୍ଠାନ ଏବଂ ଅଖଚକ ବନ୍ଦ କରାଯିବା ନେଇ ସୂଚନା ଦିଆଯାଇଛି।କୃଷକ ଆନ୍ଦୋଳନରେ ୩ ବ୍ଲକର ଶହ ଶହ ଛାତ୍ର ଛାତ୍ରୀ, ମହିଳା ସଂଗଠନ, ବୁଦ୍ଧିଜୀବୀ, ଯୁବପିଢ଼ି,ସଚେତନ ନାଗରିକ ସାମିଲ ହେବା ପାଇଁ ମତପ୍ରକାଶ ପାଇଛି।ତେବେ କୋକସରା ବ୍ଲକ ଅଞ୍ଚଳରେ ଘନ ଘନ ସଭା ସମିତି ହୋଇ ସରକାରଙ୍କୁ ରବି ଧାନ ବିକ୍ରି ପାଇଁ ଦୃଷ୍ଟି ଆକର୍ଷଣ କରି ଚାଷୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ ମଧ୍ୟ କରାଯାଇଛି। ହେଲେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ।ଚାଷୀଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ କରୁନଥିବା ପ୍ରକାଶ ପାଇଛି।ଅପରପକ୍ଷେ ଚାଷୀଙ୍କ ରବିଧାନ ବିକ୍ରି ପ୍ରସଙ୍ଗକୁ ନେଇ ଗାଁ ଗାଁରେ କୃଷକ ବୈଠକ କରାଯାଉଥିବା ଦେଖିବାକୁ ମିଳିଛି ।ଏହି କ୍ରମରେ ମଙ୍ଗଳବାର ଇନ୍ଦ୍ରାବତୀ ମେଗାଲିଫ୍ଟ କୃଷକ ମଞ୍ଚ ପକ୍ଷରୁ କୋକସରା ଦୁର୍ଗାମଣ୍ଡପ ଠାରେ ଚାଷୀ ଆନ୍ଦୋଳନ ପାଇଁ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ସଭାପତି ପୁରୁଷୋତ୍ତମ ଦାସ ଗୁପ୍ତା ଏବଂ କାର୍ଯ୍ୟକାରୀ ସଭାପତି ରାଜୀବ କୁମାର ଅଗ୍ରୱାଲ ସଭାପତିତ୍ୱରେ ଆଗାମୀ ୮ ତାରିଖରେ ହେବାକୁ ଥିବା କୃଷକ ଆନ୍ଦୋଳନର ରଣନୀତି ପ୍ରସ୍ତୁତ ନେଇ ବିଚାର ଆଲୋଚନା କରାଯାଇଥିଲା।କୃଷକ ଆନ୍ଦୋଳନକୁ ସାକାର କରିବା ପାଇଁ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି, ସମସ୍ତ ବିଧାୟକ ଏବଂ ବିଭିନ୍ନ ସଂଗଠନ କୃଷକ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି।ଆୟୋଜିତ ସଭାରେ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଆଇନଜୀବୀ ଦିଗାମ୍ବର ଦୁରିଆ, ତ୍ରିଭୁବନ ନାଏକ,ସୁନୀଲ ଚନ୍ଦ୍ର ଦୁରିଆ,ନାରାୟଣ ପଟ୍ଟନାୟକ,ଲଷ୍ମୀନାରାୟଣ ପ୍ରଧାନୀ, ପ୍ରଶାନ୍ତ ତିୱାରୀ,କିରଣ ଚନ୍ଦ୍ର ସାହୁ, ପଞ୍ଚକ ପୋଡ଼ ନବୀନ ନାଏକ, ବିଶ୍ୱନାଥ ପଟ୍ଟନାୟକ,ପ୍ରବୀଣ ପାଣିଗ୍ରାହୀ ସମେତ ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।ତେବେ ପ୍ରଶାସନ ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ତୁରନ୍ତ ବିହିତ ପଦକ୍ଷେପ ମାନ ଗ୍ରହଣ କାରବାକୁ ଚାଷୀକୁଳ ଦାବି କରିଛନ୍ତି।

Related posts

ମାଟ୍ରିକ ପରୀକ୍ଷାରେ ସଫଳ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କୋଟେନ ଗାଁ ରେ କୋଟେନ ବୁଡି ଙ୍କ ଦଶହରା ଓ ଝିଅ ମାନଙ୍କ ଜହ୍ନି ଓଷା ପର୍ବ ପାଳିତ

masiha

ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ଅଡୁଆରେ ବ୍ଲକ ଅଧ୍ୟକ୍ଷ, ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ମାମଲା ରୁଜ୍ଜୁ ପୋଲିସ ବିଧାୟିକାଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ଚଢାଉ ନେଇ ରାଜନୈତିକ ହଟ ଚମଟ ସୃଷ୍ଟି….

Sunil Chandra Nayak

Leave a Comment

error: Content is protected !!