ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ପଞ୍ଚମୀ ମହୋତ୍ସବ

ବାଲିଆପାଳ -1/2/23 ( ମନିସ )ଏବେ ଶୀତରିତୁ ରେ ଚାରିଆଡ଼େ ମେଳା ମହୋତ୍ସବ ଇତ୍ୟାଦି ଆରମ୍ଭ ହୋଇଥିଲା ବେଳେ ଦର୍ଶକମାନେ ବେସ୍ ମଜା ଉଠାଉଥିବାର ନଜରକୁ ଆସିଛି। ତେବେ ବାଲିଆପାଳ ବ୍ଲକ ପଞ୍ଚୁପାଲି ପଞ୍ଚାୟତର ପଞ୍ଚୁପାଲି ଗ୍ରାମରେ ଚଳିତ ବର୍ଷ ନୂତନ ଭାବରେ ଶ୍ରୀ ପଞ୍ଚମୀ ମେଳା ଚାଲୁରହିଛି।ଏହିମେଳା ଆସନ୍ତା ୯ ତାରୀଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଏହି ମେଳାରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ଦୋକାନ ଖାଇବା ଦୋକାନ ମୀନା ବଜାର ଇଦ୍ୟାଦି ବସିଥିବା ବେଳେ ପ୍ରତେକ ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ଲୋକଙୁ ବେସ୍ ଆକ୍ରୋଷ୍ଟ କରିପାରିଛି।ତେବେ ପଞ୍ଚୁପାଲି କ୍ରିକେଟ ପଡିଆରେ ଚଳିତବର୍ଷ ପ୍ରଥମ କରି ପଞ୍ଚୁପାଲି ସରପଞ୍ଚ ଓ ପଞ୍ଚୁପାଲି ପଞ୍ଚାୟତର ଯୁବସଂଗଠନ ଦ୍ବାରା ମିଳିତ ପ୍ରୟାସ ରେ ଆରମ୍ଭ ହୋଇଥିଲା ବେଳେ ଏହି ମହୋତ୍ସବ ପ୍ରତିବର୍ଷ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଇରଙ୍ଗପୁର ବିଧାୟକଙ୍କ କୃଷି ସମ୍ପର୍କିତ ସମୀକ୍ଷା ବୈଠକ

Sunil Chandra Nayak

ଗରିବ ନିରୀହ ହିତାଧିକାରୀଙ୍କୁ ଟାର୍ଗେଟ ।  ଆବାସ ଘର ନିର୍ମାଣ କରି ଦେବି କହି ଟଙ୍କା ଉଠାଇ ଯୁବକ ଫେରାର 

masiha

177ତମ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ – ଆଇନଜୀବି ଦିବସ – 2025 ପାଳିତ 

masiha

Leave a Comment

error: Content is protected !!