ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ଏ କପ୍ ଅଫ୍ ସୋସାଇଟି ‘ ପୁସ୍ତକ ଲୋକାର୍ପିତ

ରାଉରକେଲା/ ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ, ରାଉରକେଲା ଆନୁକୂଲ୍ୟରେ ସୁଶ୍ରୀ ଏଲିନା ମହାନ୍ତିଙ୍କ ଇଂରାଜୀ କବିତା ପୁସ୍ତକ ‘ ଏ କପ୍ ଅଫ୍ ସୋସାଇଟି ‘ ଓ ‘ଆଲମିନସ’ ପତ୍ରିକା ଭଞ୍ଜଭବନ ପରିସରସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଲୋକାର୍ପିତ ହୋଇଯାଇଛି । ସଂସଦର ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତି ଙ୍କ ସଭାପତିତ୍ବ, ସାଧାରଣ ସଂପାଦକ କବି କୁଞ୍ଜବିହାରୀ ରାଉତଙ୍କ ଆବାହକତ୍ବ ତଥା ସଂଯୋଜନାରେ ଇଂ ଅଭୟ କୁମାର ଦାସ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଇଂ ଗୋପୀନାଥ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ମୁଖ୍ୟବକ୍ତା ତଥା ସମୀକ୍ଷକ ଭାବେ ପ୍ରଫେସର ପାରେଶ୍ବର ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ସୁଶ୍ରୀ ଏଲିନା ଙ୍କ ପୁସ୍ତକ ଦ୍ବୟକୁ ଉନ୍ମୋଚନ କରିଥିଲେ । ସମ୍ମାନିୟ ଅତିଥିଗଣ ଓ ସମୀକ୍ଷକ ଏହି ଅବସରରେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ଏଲିନା ଙ୍କ କବିତା ପୁସ୍ତକ ସମଗ୍ର ମଣିଷ ଜାତିର ପ୍ରତିଟି ଜୀବନରେ ଘଟୁଥିବା କଥାକୁ ଅତ୍ୟନ୍ତ ସୁକ୍ଷ୍ମ ଦୃଷ୍ଟି ଭଙ୍ଗିରେ ତାଙ୍କ କବିତାରେ ଋପାୟିତ କରିଛନ୍ତି । ନାରୀ ମାନଙ୍କର ଜୀବନ ଧାରା, ସେମାନଙ୍କ ସମସ୍ୟା, ପ୍ରକୃତି, ମଣିଷ,ଏବଂ ପ୍ରକୃତିର ପ୍ରତିଟି ଉପାଦାନ ତାଙ୍କ କବିତାରେ ସବୁ ଚରିତ୍ର ପାଲଟି ଯାଇଛନ୍ତି। ସାଧାରଣ ଶିଶୁ ଠାରୁ ଆରମ୍ଭ କରି ଆକାଶର ପକ୍ଷୀ, ଯୁଦ୍ଧର ସୈନିକ ଓ ଡାକ୍ତରଙ୍କ ସେବା ତଥା ମଣିଷର ମନସ୍ତତ୍ତ୍ଵକୁ ଅତି ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି । ଲେଖିକା ସୁଶ୍ରୀ ମହାନ୍ତି ତାଙ୍କ ପୁସ୍ତକ ସଂପର୍କରେ ବକ୍ତବ୍ଯ ରଖିଥିଲେ । ସର୍ବଶ୍ରୀ ଜଗନ୍ନାଥ ରାଉତ, କନକଲତା ମିଶ୍ର, ବିଭୁ ନାୟକ, ନିରୁପମା ପତି ପୁସ୍ତକର କବିତା ପାଠ କରିଥିବା ବେଳେ ଶିକ୍ଷାବିତ ତାରିଣୀ ଚରଣ ସାହୁ ଓ ଇଂ ମହେଶ୍ଵର ପତି ଆଶ୍ରିବଚନ ପ୍ରଦାନ କରିଥିଲେ । ଏହି ଅବସରରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ସସ୍ମିତା ପ୍ରଧାନ, ଇଂ ପ୍ରତାପ କିଶୋର ମହାନ୍ତି, ଅମିତା ମହାନ୍ତି ଓ ଭାଗ୍ୟଲତା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁଶାନ୍ତ କୁମାର ନାୟକ, ସଂଘମିତ୍ରା ମହାକୁଡ, ଜୟଶ୍ରୀ ଦାସ, କବିତା ପଣ୍ଡା, ମୁନୁଲତା ଦାଶ, ଅନିତା ପଟ୍ଟନାୟକ, ଚିତ୍ତରଞ୍ଜନ ବ୍ରହ୍ମା, ଶ୍ରୀଧର ସୁନା,ଅନନ୍ତ ପଟ୍ଟନାୟକ, ରାକେଶ ପ୍ରସାଦ, ଚନ୍ଦ୍ରଭାନୁ ରାଉତ,ରଶ୍ମିତା ଲେଙ୍କା, ଅଳକା ଲେଙ୍କା, ଶୁଭକାନ୍ତ ଲେଙ୍କା, ଶମ୍ବୁନାଥ ପରିଡା, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ମୁକ୍ତିକାନ୍ତ ବିଶ୍ବାଳ,ବୈଦ୍ୟନାଥ ବେହେରା,ବିଶ୍ବନାଥ ଦାସ,ଚାର୍ଲସ ଗୋମସ, ସାନ୍ଦ୍ରା ଗୋମସ,ଆର୍ତ୍ତତ୍ରାଣ ମହାପାତ୍ର, ତନୁଶ୍ରୀ ମଜୁମଦାର, ସଇକତ୍, ଇନ୍ଦ୍ରାବଳୀ ମିସ୍ତ୍ରୀ,ଉଜ୍ବଲ କପଟ,ଗୀତାଞ୍ଜଳୀ ବେହେରା, ସନ୍ତୋଷ ରଥ, ଦୀନବଂଧୁ ରଥ, ଅଙ୍କିତ ରାଉତ, ଜ୍ୟୋତିରଂଜନ ନାୟକ, ଚନ୍ଦନ କପଟ, ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସଂପାଦକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପରିତ୍ୟକ୍ତ ଘରର ଛାତ ଭୁଷୁଡି ୧ ନାବାଳକ ମୃତ, ୧ ନାବାଳକ ଆହତ 

masiha

ଡାବୁଗାଁ କେଲିଆ ଶୈବ ପୀଠରେ ମହାଶିବରାତ୍ରି ପାଳିତ 

masiha

ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ହିନ୍ଦୀ ପୁସ୍ତକ ଓ “ଶ୍ରୀଜଗନ୍ନାଥ ରଥଯାତ୍ରା ଉତ୍ସବ” ଶାସ୍ତ୍ର ଓ ସଂସ୍କୃତି ସମ୍ବନ୍ଧୀୟ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ଅନଷ୍ଠିତ

Sunil Chandra Nayak

Leave a Comment

error: Content is protected !!