ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଲି ଆମ୍ବ ତୋଟାରେ ଡମ୍ବ ସମାଜ ବିକାଶ ପରିଷଦର ସାଙ୍ଗଠନିକ ସଭା ଅନୁଷ୍ଠିତ।

ଗୋଳାମୁଣ୍ଡା/୨/୪/ନିର୍ଭୟ ନିରପେକ୍ଷ ମସିହା/ସମାଜର କଲ୍ୟାଣ ନିମନ୍ତେ ଦଶପୁର ଯୋନ ଅଧୀନରେ ଥିବା କାର୍ଲି ଗ୍ରାମର ଆମ୍ବ ତୋଟା ରେ ଡମ୍ବ ସମାଜ ବିକାଶ ପରିଷଦର ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବହୁ ସଂଖ୍ୟା ରେ ମହିଳା ଓ ପୁରୁଷ ଯୋଗ ଦେଇଥିବା ବେଳେ ଗୋଳାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦର ସଭାପତି ଶ୍ରୀ ଯୁକ୍ତ ରାମକୁମାର ସେନାପତି ଙ୍କ ନେତୃତ୍ୱରେ ଆଜି ମଙ୍ଗଳବାର ଦିନ ସଭା ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଦଶପୁର ଯୋନ ସଭାପତି ଭୁବନେଶ୍ୱର ନିଆଲ, ସମାନିତ ଅତିଥି ଭାବେ ମକରନ୍ଦ ଦୀପ, ଉଦିଆ ନିଆଲ, ହରିଶଙ୍କର ନିଆଲ,ଭିମା ବାଗ,କର୍ମାଠ ୱାର୍ଡ ମେମ୍ଵର ଶ୍ୟାମ ବିହାରୀ,କୃପା ହରିଜନ, ଯମୁନା ହରିଜନ, ଦୈତାରି ହରିଜନ, ପ୍ରେମ ଲତା ବିହାରୀ, ସଙ୍ଗୀତ ମହାନନ୍ଦ,ଲକ୍ଷ୍ମୀ ବାଗ,କୃଷ୍ଣଚନ୍ଦ୍ର ବାଗ,ଭୁବନେଶ୍ୱର ସୁନାନୀ ପ୍ରମୁଖ ଉପସ୍ଥିତରେ ଆଗାମି ଦିନରେ ସମାଜର ଏକତାଭାବ କିପରି ରହିବ ସେ ଦିଗରେ ଆଲୋଚନା କରି ସଭାପତି ରାମକୁମାର ସେନାପତି ଙ୍କୁ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ, । ଏହା ପରେ ସମସ୍ତଙ୍କ ବକ୍ତବ୍ୟ କୁ ନେଇ ଶ୍ରୀ ସେନାପତି ଆଗାମି ଦିନରେ ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ମୁଖ୍ୟତ ଯୁବ ଗୋଷ୍ଠୀ ଓ ମହିଳା ମାନଙ୍କୁ ସଚେତନତା କରିବାପାଇଁ ସର୍ଵ ସମତିକ୍ରମେ ଗୃହୀତ ହୋଇ ଥିଲା, ଆଜିର ସାମାଜିକ କାର୍ଯ୍ୟକ୍ରମକୁ ଖମାରି ହଳଦୀ ପଞ୍ଚାୟତର ସମ୍ପାଦକ ଜନ୍ମେଜୟ ନାଇକ ସୁନ୍ଦର ଭାବରେ ପରିଚାଳନା କରିଥିଲେ, ଏହା ପରେ ସଭାପତି ଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରା ଯାଇଥିଲା।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତି ଶୀଳ ମସିହା

Related posts

ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ନେଇ ଜନପ୍ରତିନିଧିଙ୍କ ପକ୍ଷରୁ ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଦାବିପତ୍ର ସହ ଆଲୋଚନା 

masiha

ବିଭିନ୍ନ‌ ଦାଵି ନେଇ ଜାମଦା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

ବିଶୋଇ ବ୍ଳକ ସମ୍ମୁଖରେ ଟ୍ରକ ଦୁର୍ଘଟଣାରେ କିନ୍ନର ମୃତ

Sunil Chandra Nayak

Leave a Comment

error: Content is protected !!