କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମାଁ ମାଣିକେଶ୍ଵରୀ ଯୁବକଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ସଂପୂର୍ଣ୍ଣ ମହାଭାରତ ଗୀତିନାଟ୍ୟର ଅଷ୍ଟମ ରଜନୀରେ ଚନ୍ଦନ ଯାତ୍ରା ନାଟକ ମଞ୍ଚସ୍ଥ ହୋଇଥିଲା l ମଞ୍ଚସ୍ଥ ଚନ୍ଦନ ଯାତ୍ରା ନାଟକରେ ବିରାଟ ଭୂମିକାରେ କ୍ଷେତ୍ରମଣି ରଣା, ସୁଦେଶ୍ନା- ରୋହିତ ରଣା, କୋନ୍ତ- ଲୋକେଶ ରଣା, କିଚକ- ପଦ୍ମଲୋଚନ ରଣା, ସୈରେନ୍ଦ୍ରି- ଅଶୋକ ବାରିକ, ଦୂତ- ଗଜିନ୍ଦ୍ର ରଣା, ସଖିଗଣ- ମୁନ୍ନା, ଗୁରୁବାରୁ, ଉଦିତ, ବଡ଼, ମୁକେଶ ଅଭିନୟ କରିଥିବା ବେଳେ ଦେବେନ୍ଦ୍ର ରଣା ପୁରାଣପଣ୍ଡା ଦାୟିତ୍ୱ ତୁଲାଇଥିଲେ l ଏଥିରେ ପୂଜକ ରୁଦ୍ରଦେବ ଦାସ, ଯଜ୍ଞକର୍ତ୍ତା ଶ୍ରୀରାମ ରଣା, ମ୍ୟାନେଜର ଡମ୍ବରୁ ରଣା, ଅନୁଷ୍ଠାନର ସଭାପତି ବିଶ୍ବମ୍ବର ଭୋଇ, ସମ୍ପାଦକ ରୋହିତ ରଣାଙ୍କ ନେତୃତ୍ବରେ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ l
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା